କ୍ରାଇମ

ମହଙ୍ଗା ପଡିଲା ଗୋରୁ ଚୋରି, ଖୁଣ୍ଟିରେ ବାନ୍ଧି ଯୁବକଙ୍କୁ ଉତ୍ତମ ମଧ୍ୟମ ଦେଲେ ଗ୍ରାମବାସୀ

ନୀଳଗିରି : ମହଙ୍ଗା ପଡିଲା ଗୋରୁ ଚୋରି କରିବା । ଖୁଣ୍ଟିରେ ବାନ୍ଧି ଯୁବକଙ୍କୁ ଉତ୍ତମ ମଧ୍ୟମ ଦେଲେ ଗ୍ରାମବାସୀ । ବାଲେଶ୍ବର ଜିଲ୍ଲା ବରହମପୁର ଥାନା କେସିପୁର ଗାଁରେ ଦେଖିବାକୁ ମିଳିଛି ଏଭଳି ଘଟଣା । ଉକ୍ତ ଅଞ୍ଚଳର କିଛି ଯୁବକ ବିଳମ୍ବିତ ରାତିରେ ଗାଁର କିଛି ଲୋକଙ୍କ ଗୁହାଳରୁ ଗୋରୁ ଚୋରି କରି ନେଉଥିଲେ ।  ଏହି ସମୟରେ ଦେଖି ଦେଇଥିଲେ ଗ୍ରାମବାସୀ ।  ଏହା ପରେ ସମସ୍ତଙ୍କୁ ବାନ୍ଧି ପୋଲିସକୁ ଖବର ଦେଇଥଲେ ।   ସାତ ଜଣ ଅଭିଯୁକ୍ତଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି ବରହମପୁର ପୋଲିସ ।  ତେବେ ଏହା ପ୍ରଥମ ଥର ନୁହେଁ ।  ଏହା ପୂର୍ବରୁ ମଧ୍ୟ ଉକ୍ତ ଯୁବକ ମାନେ ପୂର୍ବରୁ ଗୋରୁ ଚୋରିରେ ଲିପ୍ତ ଥିବା ଜଣାପଡିଛି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button