ସ୍ୱାସ୍ଥ୍ୟ

କ୍ୟାନସର କୋଷିକାକୁ ନଷ୍ଟ କରିବ ଏହି ମଞ୍ଜି, ଏହାସହିତ ବୃଦ୍ଧାବସ୍ଥାକୁ ଦେବ ମାତ୍‌

ନିଜକୁ ସମସ୍ତେ ଅଧିକ ଦିନ ପର୍ଯ୍ୟନ୍ତ ଯୁବାବସ୍ଥାରେ ଦେଖିବାକୁ ଚାହାନ୍ତି। କିନ୍ତୁ ଭୁଲ ଜୀବନଶୈଳୀ ଯୋଗୁଁ ଆପଣଙ୍କମାନଙ୍କର ଏହି ସ୍ୱପ୍ନ ପୂରଣ ହୋଇପାରୁନାହିଁ। ଯଦି ନିଜକୁ ଏଥିରୁ ଦୂରେଇ ରଖିବାକୁ ଚାହୁଁଛନ୍ତି ତେବେ କଇଁଆ ମଞ୍ଜିର ବ୍ୟବହାର କରିବା ଦ୍ୱାରା ଆପଣଙ୍କ ପାଇଁ ବେଶ ଫାଇଦା ହେବ। କଇଁଆ ତ ଆପଣମାନେ ନିଶ୍ଚିତ ଖାଇଥିବେ। ଖଟା ଖାଇବାକୁ କାହା ବା ଭଲ ନଲାଗେ। କିନ୍ତୁ କଇଁଆ ମଞ୍ଜିର ଅନେକ ଔଷଧୀୟ ଗୁଣ ରହିଛି, ତାହା ଆପଣମାନେ ଜାଣିନଥିବେ। ଏହା ସୁନ୍ଦରତା ବଢାଇବା ସହ ଡାଇବେଟିଜ ଏବଂ ହୃଦ ସମ୍ବନ୍ଧିତ ରୋଗ ସହିତ ଲଢିବାରେ ବେଶ ସହାୟକ ହୋଇଥାଏ।

– କଇଁଆ ମଞ୍ଜିରେ ଆଣ୍ଟି ଏଜିଂ ତତ୍ତ୍ୱ ରହିଥାଏ। ଏଥିପାଇଁ ଏହାର ପାଉଡରକୁ ଏଲୋଭେରା ଜେଲ ସହିତ ମିଶାଇ ଲଗାଇବା ଟୋନର ଭଳି କାମ କରିଥାଏ। ଏହାକୁ ବେସନ ସହିତ ମିଶାଇ ଲଗାଇବା ଦ୍ୱାରା ସ୍କିନ ଟାଇଟ ହେବା ସହିତ ଉଜ୍ଜ୍ୱଳ ମଧ୍ୟ ହୋଇଥାଏ। ଏହାକୁ ନିୟମିତ ଭାବେ ବ୍ୟବହାର କରିବା ଯୋଗୁଁ ବୃଦ୍ଧାବସ୍ଥା ଜଲଦି ଆସିନଥାଏ।

seed

– କଇଁଆ ମଞ୍ଜିରେ ଫ୍ଲାବୋନାଇଡସ୍‌ ରହିଥାଏ। ଯାହା ଶରୀରର ଭୁଲ କୋଲେଷ୍ଟ୍ରାଲକୁ କମ୍‌ କରିବା ସହ ଭଲ କୋଲେଷ୍ଟ୍ରାଲକୁ ବୃଦ୍ଧି କରିବାରେ ସହାୟକ ହୋଇଥାଏ।

– କଇଁଆ ମଞ୍ଜି ରକ୍ତରେ ଥିବା ଅତିରିକ୍ତ ଫ୍ୟାଟ ଯଥା ଟ୍ରାଇଗ୍ଲିସରାଇଡସ୍‌କୁ ନଷ୍ଟ କରିଥାଏ। ଏପରି ହେବା ଦ୍ୱାରା ଆପଣଙ୍କ ହୃତପିଣ୍ଡ ସଠିକ୍‌ ଭାବେ କାମ କରିଥାଏ।

– ଏହି ମଞ୍ଜିରେ ଫାଇବର ବହୁତ ମାତ୍ରାରେ ରହିଥାଏ। ଯାହା ପାଚନକ୍ରିୟାରେ ସହାୟକ ହୋଇଥାଏ। ଏହାକୁ ନିୟମିତ ସେବନ କରିବା ଦ୍ୱାରା ପେଟଜନିତ ସମସ୍ୟା ଦୂର ହୁଏ ।

– କଇଁଆ ମଞ୍ଜିରେ ଆଣ୍ଟି ଇମ୍ଫ୍ଲାମେଣ୍ଟାରୀ ଗୁଣ ରହିଥାଏ। ଯାହା ଗଣ୍ଠିବାତ ଭଳି ରୋଗକୁ ଭଲ କରିଥାଏ। ଏହି ରୋଗରୁ ମୁକ୍ତି ପାଇବା ପାଇଁ ଏହାର ପାଉଡର ପ୍ରସ୍ତୁତ କରି ରାତିରେ ଶୋଇବା ପୂର୍ବରୁ ଅଳ୍ପ ଉଷୁମ ଗରମ ପାଣିରେ ପିଅନ୍ତୁ।

image

– କଇଁଆ ମଞ୍ଜିରେ ଜାଇଲୋଗ୍ଲାଇକନ ନାମକ ତତ୍ତ୍ୱ ରହିଛି। ଏହାର ବ୍ୟବହାର ଦ୍ୱାରା ସୌନ୍ଦର୍ଯ୍ୟ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଥାଏ।

-ଗର୍ଭବତୀ ମହିଳାମାନଙ୍କ ପାଇଁ ଏହା ବେଶ ଲାଭକାରୀ। ଏହାର ନିୟମିତ ସେବନ ଦ୍ୱାରା ହେବାକୁ ଥିବା ପିଲାର ବିକାଶ ସଠିକ ଭାବେ ହୋଇଥାଏ। କିନ୍ତୁ ଧ୍ୟାନ ରଖନ୍ତୁ ଖାଇବା ପୂର୍ବରୁ ଡାକ୍ତରଙ୍କ ସହିତ ପରାମର୍ଶ ନିଶ୍ଚିତ ଭାବେ କରିନିଅନ୍ତୁ।

– କଇଁଆ ମଞ୍ଜିର ପାଉଡର ସହିତ ଲେମ୍ବୁ ରସ ମିଶାଇ ଦାନ୍ତ ଘଷିବା ଦ୍ୱାରା ଦାନ୍ତରୁ ହଳଦିଆପଣ ଦୂର ହୁଏ।

– ଏଥିରେ ଥିବା ଟାର୍ଟରିକ ଏସିଡ ଆଣ୍ଟି ଅକ୍ସିଡାଣ୍ଟ ଭଳି କାମ କରିଥାଏ, ଯାହା କ୍ୟାନସର କୋଷିକା ବିକାଶ ହେବାକୁ ଦିଏନାହିଁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button