ଜି-୨୦ ସମ୍ମିଳନୀ: ଦିଲ୍ଲୀରେ ପହଞ୍ଚିଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ – Utkal Mail
ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଦିଲ୍ଲୀର ପାଲମ୍ ବିମାନବନ୍ଦରରେ ପହଞ୍ଚିଛନ୍ତି। କିଛି ସମୟ ପରେ ପିଏମ୍ ଆବାସରେ ରାଷ୍ଟ୍ରପତି ବାଇଡେନ୍ ଓ ପିଏମ୍ ମୋଦିଙ୍କର ଦ୍ୱିପାକ୍ଷିକ ବୈଠକ ହେବ। ଏୟାରଫୋର୍ସ ଓ୍ଵାନ୍ ଯୋଗେ ପହଞ୍ଚିଛନ୍ତି ବାଇଡେନ୍। ଜି-୨୦ ସମ୍ମିଳନୀରେ ଯୋଗଦେବା ପାଇଁ ଭାରତ ଆସିଛନ୍ତି ଆମେରିକା ରାଷ୍ଟ୍ରପତି।
ଜି-୨୦ ସମ୍ମିଳନୀ ପାଇଁ ପ୍ରସ୍ତୁତ ରାଜଧାନୀ ଦିଲ୍ଲୀ। ବ୍ରିଟେନ୍ ପ୍ରଧାନମନ୍ତ୍ରୀ ରୁଷି ସୁନକ୍ ଜି-୨୦ ପାଇଁ ଦିଲ୍ଲୀରେ ପହଞ୍ଚିଛନ୍ତି। ଉପଭୋକ୍ତା ବ୍ୟାପାର, ଖାଦ୍ୟ ଏବଂ ସାର୍ବଜନିକ ବିତରଣ ତଥା ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟର ରାଜ୍ୟମନ୍ତ୍ରୀ ଅଶ୍ୱିନୀ କୁମାର ଚୌବେ ତାଙ୍କୁ ସ୍ୱାଗତ କରିଥିଲେ। ବ୍ରିଟିଶ୍ ପିଏମ୍ ରୂପେ ଏହା ହେଉଛି ସୁନକଙ୍କର ପ୍ରଥମ ଭାରତ ଯାତ୍ରା।
#WATCH | G-20 in India | Australia’s Prime Minister Anthony Albanese arrives in Delhi for the G-20 Summit. pic.twitter.com/sky8YLOds4
— ANI (@ANI) September 8, 2023
The post ଜି-୨୦ ସମ୍ମିଳନୀ: ଦିଲ୍ଲୀରେ ପହଞ୍ଚିଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ appeared first on KNews Odisha.