ଜୀବନଶୈଳୀ

ଜୀବନ ଚାଲି ଯାଉ ପଛେ କିନ୍ତୁ ତମାଶା ଦେଖିବା ଜରୁରୀ…ଦେଖନ୍ତୁ ଭାଇରାଲ ଏହି Video

ନମସ୍କାର ବନ୍ଧୁଗଣ ତେବେ କୁହାଯାଏ କି ପଶୁ ପକ୍ଷୀ ମାନେ ଖୁବ ବିଶ୍ୱାସୀ ଥାଆନ୍ତି ତେବେ ମଣିଷ ଏବଂ ପଶୁପକ୍ଷୀ ଙ୍କ ସମ୍ପର୍କ ଖୁବ ନିବିଡ଼ ମଧ୍ୟ ଥାଏ । ତେବେ ବେଳେ ବେଳେ ଏହି ପଶୁପକ୍ଷୀ ମାନେ ଏଭଳି କିଛି ହରକତ କରନ୍ତି ଯାହା ଦେଖି ଆପଣ ଡରିଯିବେ ଏବଂ ବେଳେବେଳେ ଏଭଳି କିଛି ହରକତ କରିଥାନ୍ତି ଯାହାକୁ ଦେଖିବା ପରେ ଆପଣ ନ ହସି ରହି ପାରିବେ ନାହିଁ ଏବଂ ଆଉ କିଛି ଦୃଶ୍ୟ ଦେଖି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ତେବେ ଆସନ୍ତୁ ଆଜି ଆମେ ଏହି ପଶୁ ପକ୍ଷୀ ମାନଙ୍କ ର କିଛି ଅଦ୍ଭୁତ ଘଟଣା ବିଷୟରେ ଆଲୋଚନା କରି ନେବା ।

୧-ପ୍ରଥମ ଭିଡିଓ ରେ ଜଣେ ଲୋକ ଜଂଗଲ ରେ ପାଣି ରେ ବହୁତ ମଜାରେ ଗାଧେଉ ଥିଲା ଏବଂ ନିଜର କିଛି କାମ ମଧ୍ୟ କରୁଥିଲା । ତେବେ ଠିକ ସେହି ସମୟରେ ହଠାତ ଜଂଗଲ ଭିତରୁ ଗୋଟିଏ ସିଂହୀ ଏହି ଲୋକଟି ଉପରକୁ ଆକ୍ରମଣ କରିବା ପାଇଁ ଦୌଡ଼ି ଆସିଲା ।

ତେବେ ଏହା ଦେଖି ଲୋକଟି ମଧ୍ୟ ଦୌଡ଼ିବାକୁ ଲାଗିଲା କିନ୍ତୁ ସିଂହୀ ସେହି ଲୋମିଟିକୁ ଧରି ତା ହାତକୁ କାମୁଡ଼ିବାକୁ ଲାଗିଲା ଏବଂ କିଛି ସମୟ ପରେ ସେ ସେହି ଲୋକଙ୍କୁ ସେହିଠାରେ ଛାଡି ଚାଲିଗଲା । ତେବେ ସେ ଲୋକଟିର ଭାଗ୍ୟ ବହୁତ ଭଲ ଥିଲା ।

୨- ଦ୍ଵିତୀୟ ଭିଡିଓ ରେ ଜଣଙ୍କ ଘରର ବାହାରେ ପୋଷା କୁକୁର ଟି ଜଗି ରହିଥିଲା ଏବଂ କିଛି ସମୟ ପରେ ସେ ଘରର ଗେଟ ବାହାରୁ ଏକ ବାଘ କୁ ଦେଖି ଘର ଭିତରକୁ ଦୌଡ଼ିବାକୁ ଲାଗିଲା ତେବେ ସେହି ବାଘ ଟି ଘରର ପାଚେରୀ ଡେଇଁ ସେହି କୁକୁର କୁ ଧରି ନେଇଥିଲା ଏବଂ ତାକୁ ନେଇ ସେଠାରୁ ପଳାଇଥିଲା । ତେବେ ସେହି କୁକୁର ଟି ବଂଚିଛି କି ମରିଛି ତାହାର କୌଣସି ଖବର ଜଣାନାହିଁ ।

୩- ତୃତୀୟ ଭିଡିଓ ରେ ଗୋଟିଏ ଛୋଟ ଛୁଆ ଟିକୁ ତା ବାପା ମାଛ ଧରିବା ଶିଖାଉ ଥିଲେ । ତେବେ ଛୁଆଟି ମଧ୍ୟ ମନ ଧ୍ୟାନ ଦେଇ ମାଛ ଧରିବା ପ୍ରକ୍ରିୟା ଶିଖୁଥିଲା ତେବେ ବହୁତ ସମୟ ଏହି ପରି ତାର କୁ ପକାଇ ଛିଡା ହୋଇଥିଲା ଏବଂ କିଛି ସମୟ ପରେ ଗୋଟିଏ ମାଛ ଜାଲ ବା ତାର ରେ ଲାଗିଲା ।

ଯାହାକୁ ଦେଖି ଛୁଆଟି ଖୁସି ହୋଇଗଲା ତେବେ ଯେତେବେଳେ ସେ ମାଛ ଟିକୁ ଟାଣିବାକୁ ଚେଷ୍ଟା କରୁଥିଲା ସେତେବେଳେ ଗୋଟିଏ ଆଲିଗେଟର ଆସି ସେହି ମାଛ କୁ ଝାମ୍ପି ନେଇଗଲା ଏବଂ ଛୁଆ ଟି ମଧ୍ୟ ଡରି ସେହି ତାର କୁ ଛାଡି ପଳାଇଲା ।

୪- ଚତୁର୍ଥ ଭିଡ଼ିଓ ରେ ଜଣେ ରିପୋର୍ଟର ନିଜ ରିପୋଟିଂ କରିବା ପାଇଁ ଏକ ସ୍ଥାନରେ ଛିଡା ହୋଇଥିଲେ ତେବେ ସେ ନିଜର ରିପୋଟିଂ କରିବା ସମୟରେ କିଛି କୁକୁର ଆସି ତାଙ୍କୁ ଭୋକିବାକୁ ଲାଗିଲେ ଯେମିତି କି ସେମାନଙ୍କୁ ଏହି ରିପୋଟିଂ ପସନ୍ଦ ହେଲା ନାହିଁ । ତେ ଦୁଇ ରୁ ଚାରି ପରେ ଦଶ ବାର କୁକୁର ଆସି ସେହି ସାମ୍ବାଦିକ କୁ ହଇରାଣ କରିଲେ ଏବଂ ସାମ୍ବାଦିକ ଜଣଙ୍କ ଡରି ଯାଇ ଗାଡ଼ି ଡିକି ଉପରେ ବସି ରିପୋଟିଂ କଲେ । ଏହି ଭିଡିଓ ଟି ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହୋଇଥିଲା ।

୫- ପଞ୍ଚମ ଭିଡିଓ ରେ ଆପଣ ଜାଣିଥିବେ କି ମାଙ୍କଡ଼ ମାନେ ବହୁତ ଦୁଷ୍ଟ ଥାଆନ୍ତି ଏବଂ ସେମାନେ ମଣିଷ ମାନଂକୁ ହଇରାଣ ମଧ୍ୟ କରନ୍ତି । ତେବେ ଜଣେ ସ୍ତ୍ରୀଲୋକ କିଛି ମାଙ୍କଡ଼ କୁ ଖାଇବାକୁ ଦେଉଥିଲା ତେବେ ଏହି ସମୟରେ ସେ ନିଜର ହାତ ର ମୁଠା କୁ ବନ୍ଦ କରିଦେଲା । ତେବେ ଏଥିରେ ମାଙ୍କଡ଼ ରାଗିଯାଇ ତାକୁ ମାରିବା ପାଇଁ ଚେଷ୍ଟା କଲା କିନ୍ତୁ ସେ ସଙ୍ଗେ ସଙ୍ଗେ ହାତର ମୁଠା ଖୋଲିଦେଲେ ଯାହା ଦ୍ୱାରା ସେ ମାଙ୍କଡ଼ ଚୁପଚାପ ଖାଇବାକୁ ଲାଗିଲା ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button