ଦେଶ ବିଦେଶ

ତୁର୍କୀରେ ଶକ୍ତିଶାଳୀ ଭୂକମ୍ପ, ୧୫ ମୃତ

ଇସ୍ତାନବୁଲ: ଶକ୍ତିଶାଳୀ ଭୂକମ୍ପର ଦୋହଲି ଉଠିଛି ତୁର୍କୀ । ସୋମବାର ଭୋରରେ ଦେଶର ନୁରଦାଗି ଠାରୁ ୨୩ କିଲୋମିଟର ପୂର୍ବରେ ଭୂମିକମ୍ପ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୮ ରେକର୍ଡ କରାଯାଇଛି । ଦକ୍ଷିଣ ତୁର୍କୀର ଗାଜିଏନଟେପ୍ ସହରରେ ଏହି ଭୂକମ୍ପ ଘଟିଛି। ଏଯାବତ୍ ୧୫ ଜଣଙ୍କ ମୃତ୍ୟୁ ସୂଚନା ରହିଛି । ଏହି ସଂଖ୍ୟା ଆହୁରି ବଢ଼ିପାରେ । ତୁର୍କୀର ୨୬ କିଲୋମିଟର ପୂର୍ବରେ ଥିବା ନୁରଡା ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଥିଲା | ଏହି ଅଞ୍ଚଳର ଜନସଂଖ୍ୟା ପ୍ରାୟ ୨୦ ଲକ୍ଷ, ସେଥିମଧ୍ୟରୁ ୫ ଲକ୍ଷ ସିରିଆ ଶରଣାର୍ଥୀ | ଏହି ଭୂକମ୍ପ ଯୋଗୁଁ ବହୁ ଧନଜୀବନ କ୍ଷତି ହୋଇଥିବା ଆଶଙ୍କା କରାଯାଉଛି ।

ସ୍ଥାନୀୟ ସମୟ ସକାଳ ୦୪;୧୭ ରେ ଭୂକମ୍ପ ଆସିଥିଲା । ତୁର୍କୀ ସରକାରଙ୍କ ବିପର୍ଯ୍ୟୟ ପରିଚାଳନା ଏଜେନ୍ସି ସୂଚନା ଅନୁଯାୟୀ ଏହି ଭୂକମ୍ପର ତୀବ୍ରତା ୭.୪ ଥିଲା। ଲେବାନନ୍, ସିରିଆ ଏବଂ ସାଇପ୍ରସରେ ମଧ୍ୟ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା। ଯଦିଓ ତୁର୍କୀ ଅଧିକାରୀମାନେ ମୃତାହତ ସମ୍ପର୍କରେ କୌଣସି ସୂଚନା ଦେଇନାହାନ୍ତି, ସୋସିଆଲ ମିଡିଆରେ ଭାଇରାଲ କିଛି ଭିଡିଓରେ ଦେଶର ଦକ୍ଷିଣ ପୂର୍ବର ଅନେକ ସହରରେ ବହୁ ଘର ଭାଙ୍ଗିଯାଇଥିବା ଦେଖିବାକୁ ମିଳୁଛି ।

ତୁର୍କୀ ହେଉଛି ବିଶ୍ୱର ଅତ୍ୟଧିକ ଭୂକମ୍ପ ପ୍ରବଣ ଅଞ୍ଚଳ ମଧ୍ୟରୁ ଅନ୍ୟତମ | ଏକ ବଡ଼ ଭୂକମ୍ପ ଇସ୍ତାନବୁଲ ସହରକୁ ଧ୍ୱଂସ କରିପାରେ ବୋଲି ବିଶେଷଜ୍ଞମାନେ ବହୁ ପୂର୍ବରୁ ଚେତାବନୀ ଦେଇସାରିଛନ୍ତି । ଜାନୁଆରୀ ୨୦୨୦ରେ ଏଲାଜିଗରେ ୬.୮ ତୀବ୍ରତାର ଏକ ଭୂକମ୍ପରେ ୪୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିଲା। ଏବଂ ସେହି ବର୍ଷ ଅକ୍ଟୋବରରେ ଏଜି ସାଗରରେ ୭.୦ ତୀବ୍ରତାର ଏକ ଭୂକମ୍ପରେ ୧୧୪ ଜଣ ଲୋକଙ୍କ ଜୀବନ ଯାଇଥିବ ବେଳେ​ ୧୦୦୦ ରୁ ଅଧିକ ଲୋକ ଆହତ ହୋଇଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button