ମନୋରଞ୍ଜନ

ଆଜି ହିଁ ପ୍ରସ୍ତୁତ କରନ୍ତୁ ଘିକୁଆଁରୀରେ ବ୍ୟଞ୍ଜନ, ଯାହା ସ୍ୱାଦିଷ୍ଟ ହେବା ସହିତ ଶରୀର ପାଇଁ ଲାଭକାରୀ

ଆପଣମାନେ ଘିକୁଆଁରୀକୁ କେଶ ପାଇଁ କିମ୍ବା ତ୍ୱଚାକୁ ଉଜ୍ଜ୍ୱଳ କରିବା ପାଇଁ ବ୍ୟବହାର କରିଥିବେ ନିଶ୍ଚିତ। କିନ୍ତୁ ଏହି କାମ ଛଡା ଘିକୁଆଁରୀକୁ ଆପଣ ବ୍ୟଞ୍ଜନ କରି ଖାଇପାରିବେ। ଯାହା ଆପଣଙ୍କ ଶରୀର ପାଇଁ ବେଶ୍‌ ସ୍ୱାସ୍ଥ୍ୟେପଯୋଗୀ। ଆସନ୍ତୁ ଜାଣିନେବା କିପରି ପ୍ରସ୍ତୁତ କରିବେ ଏହି ବ୍ୟଞ୍ଜନ।

ଆବଶ୍ୟକୀୟ ସାମଗ୍ରୀ :

ଘିକୁଆଁରୀ (ଆଲୋଭେରା) ୨-୩ଟି

aloe-2

ତେଲ ଏକ ଚାମଚ

ଅଧ ଚାମଚ ଲଙ୍କା ପାଉଡର

ଏକ ଚତୁର୍ଥାଂଶ ହଳଦୀ ପାଉଡର

ଏକ ଚାମଚ ଧନିଆ ଗୁଣ୍ଡ

ସ୍ୱାଦନୁସାରେ ଲୁଣ

ଅଧା ଚାମଚ ଆମଚୁର ପାଉଡର

ଏକ ଚାମଚ ଗଣ୍ଡ ହୋଇଥିବା ସୋରିଷ

ଏବଂ ଅଳ୍ପ ହେଙ୍ଗୁ

ପ୍ରସ୍ତୁତି ପ୍ରଣାଳୀ :

33

ପ୍ରଥମେ ଘିକୁଆଁରୀକୁ ଭଲ ଭାବେ ଧୋଇ ଏହାର ଚୋପାକୁ ଛଡାଇଦିଅନ୍ତି। ଏବେ ଏହାକୁ ଛୋଟ ଛୋଟ କରି କାଟିଦିଅନ୍ତି। ଏବେ କଡେଇରେ ତେଲ ଗରମ କରି ହେଙ୍ଗୁ ଏବଂ ସବୁ ମସଲା ପକାଇ ଦେଇ ଅଳ୍ପ ପାଣି ମିଶାଇ ଦିଅନ୍ତି। ମସଲା ଠିକ୍‌ ଭାବେ କଷିହୋଇଗଲା ପରେ ଏବେ ଏଥିରେ ଘିକୁଆଁରୀକୁ ପକାଇ ଦିଅନ୍ତି। ଭଲ ଭାବେ ମିଶାଇବା ପରେ କିଛି ସମୟ ପରେ ଗ୍ୟାସ୍‌ରୁ ଓହ୍ଲାଇ ଦିଅନ୍ତୁ । ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କ ଘିକୁଆଁରୀର ସ୍ୱାଦିଷ୍ଟ ବ୍ୟଞ୍ଜନ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button