ନୀତି

ପୃଥିବୀର ବୃହତ୍ତମ ମାଂସଳ ବେକର ଅଧିକାରୀ ‘ନେକ୍‌ଜିଲ୍ଲା’ – Utkal Mail


ଇଣ୍ଟରନାସନାଲ ଫିଟ୍‌ନେସ ଆଣ୍ଡ୍‌ ବଡିବିଲ୍‌ଡିଂ (ଆଇଏଫ୍‌ବିବି)ର ଶୀର୍ଷସ୍ତରୀୟ ପ୍ରତିଯୋଗୀ କଲମ୍ବିଆର ରୁବିଏଲ୍‌ ମସ୍କ୍ବେରା ଓରଫ ‘ନେକ୍‌ଜିଲ୍ଲା’ ନିଜର ବୃହତ୍ତମ ମାଂସଳ ବେକ ପାଇଁ ପ୍ରସିଦ୍ଧ। ପ୍ରାୟ ୨୦ ଇଞ୍ଚ ଗୋଲେଇର ତାଙ୍କ ବେକଟି ଅଣଆନୁଷ୍ଠାନିକ ଭାବେ ପୃଥିବୀର ବୃହତ୍ତମ ବେକର ମାନ୍ୟତା ରଖିଛି। ରୁବିଏଲଙ୍କର ଏକ ସୁନ୍ଦର ଆକର୍ଷଣୀୟ ଶରୀର ରହିଛି, ତେବେ ତାଙ୍କର ଲୋକପ୍ରିୟ ଉପନାମ ‘ନେକ୍‌ଜିଲ୍ଲା’କୁ ତାଙ୍କ ବେକ ହିଁ ସାର୍ଥକ କରିଛି।

ସବୁଠାରୁ ମୋଟା ଗଳାର ଆନୁଷ୍ଠାନିକ ଉପାଧି ସେ ଧାରଣ କରିନଥିଲେ ମଧ୍ୟ ବଡିବିଲ୍‌ଡିଂ କ୍ରୀଡ଼ାରେ ସେ ସବୁଠୁ ବଡ଼ ମାଂସପେଶୀଯୁକ୍ତ ବେକ ହାସଲ କରିଛନ୍ତି ବୋଲି ଅନେକ ସମର୍ଥକ ବିଶ୍ବାସ କରନ୍ତି। ତାଙ୍କର ଏହି ବିଶାଳ ବେକର ଆକାର ବଡିବିଲ୍‌ଡିଂ ପ୍ରତିଯୋଗିତାରେ ବିଚାରକମାନଙ୍କୁ ବିଚଳିତ କରିଥାଏ, ଫଳରେ ସେମାନେ ରୁବିଏଲ୍‌ଙ୍କ ଅନ୍ୟ କିଛି ଗୁଣକୁ ଅଣଦେଖା କରିଥା’ନ୍ତି। ନିଜର ବେକକୁ ଏପରି ସୁଦୃଶ୍ୟ କରିବା ଲାଗି ରୁବିଏଲ୍‌ ତାଙ୍କର ବେକ ପ୍ରତି ଅଧିକ ଧ୍ୟାନ ଦେଉଥିବେ ବୋଲି ଅନେକ ଲୋକ ଭାବିଥା’ନ୍ତି, ମାତ୍ର ସେ ତାଙ୍କ ଶରୀରର ଅନ୍ୟ ମାଂସପେଶୀ ପରି ବେକକୁ ମଧ୍ୟ ସମାନ ଯତ୍ନ ଦେଇଥା’ନ୍ତି ବୋଲି କହନ୍ତି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button