ତ୍ବଚାରୁ ଦାଗ ଦୂର କରିବ ଟମାଟୋ, ଆପଣାନ୍ତୁ ଏହି ଘରୋଇ ଉପାୟ

ସେ ମହିଳା ହେଉ କିମ୍ବା ପୁରୁଷ ତ୍ବଚାକୁ ନେଇ ସମସ୍ତେ ସତର୍କ । କାହିଁକି ନା ତ୍ବଚା ଉପରେ ହିଁ ସମସ୍ତଙ୍କର ନଜର ପ୍ରଥମେ ପଡିଥାଏ । ତେଣୁ ତ୍ବଚା ପାଇଁ ଆମେ ବିଭିନ୍ନ ପ୍ରଡକ୍ଟ କିଣି ବ୍ଯବହାର କରିଥାନ୍ତି । ଏହାସହ ପାର୍ଲରରେ ଫେସିଆଲ୍,ବ୍ଳିଚ୍ ଆଦି ବିଭିନ୍ନ ପ୍ରକାରର ମସାଜ ନେଇ ତ୍ବଚାକୁ ତାଜା କରିଥାନ୍ତି । କିନ୍ତୁ ଆଜିକାଲିର ଜୀବନଶୈଳୀ, ଖାଦ୍ଯପାନୀୟକୁ ଦେଖିଲେ ତ୍ବଚାରେ ବ୍ରଣ, କଳା ଦାଗ ଆଦି ହେବାର ବେଶ ସମ୍ଭାବନା ଦେଖାଯାଉଛି । ବ୍ରଣ କିମ୍ବା କୌଣସି ଇନଫେକସନ୍ ହେଇ କଳା ଦାଗ ଯଦି ତ୍ବଚାରେ ହୁଏ ତେବେ ତାହା ତ୍ବଚାର ଚମକକୁ ନିମିଷକେ ଖରାପ କରିବା ସହ ଚିନ୍ତାର କାରଣ ପାଲଟିଯାଇଥାଏ । ଯାହା ପାଇଁ ଆମେ ବହୁତ ଅର୍ଥ ବିନିଯୋଗ କରିଥାନ୍ତି । କିନ୍ତୁ ଆପଣ କଣ ଜାଣିଛନ୍ତି ଏମିତି ଏକ ପରିବା ଯାହା ଆପଣଙ୍କର ଏହି ସମସ୍ଯାକୁ ଦୂର କରିବାରେ ବହୁତ ସହାୟ ହେବ ।
ତେବେ ଆସନ୍ତୁ ଜାଣିବା କଣ ସେହି ପରିବା?
ଏହି ପରିବାଟି ହେଉଛି ଟମାଟୋ । ଯାହା ଆପଣଙ୍କ ଘରେ ନିଶ୍ଚିନ୍ତ ଭାବେ ଉପଲବ୍ଧ ଥିବ । ତେଣୁ ବ୍ଯସ୍ତ ହେବାର ଦରକାର ନାହିଁ ଏହି ଘରୋଇ ଉପଚାରକୁ ଉପଯୋଗ କରି ନିଜର ତ୍ବଚାକୁ ସୁରକ୍ଷିତ ରଖିପାରିବେ । ଯଦି ଆପଣଙ୍କ ମୁହଁରେ କୌଣସି କଳା କିମ୍ବା ନାଲି ଦାଗ ହୋଇଛି ତେବେ ଆପଣ ଟମାଟୋ ଲଗାଇ ଏହି ଦାଗକୁ ଦୂର କରିପାରିବେ। ଟମାଟୋରେ ଅନେକ ପୋଷକ ତତ୍ତ୍ୱ ରହିଛି, ଯାହା ଆପଣଙ୍କ ତ୍ୱଚାକୁ ସୁସ୍ଥ ରଖିବା ସହ ଚମକ ଆଣିବାରେ ସାହାର୍ଯ୍ଯ କରିବ । ଏହା ସହିତ ଆପଣଙ୍କ ମୁହଁର ରଙ୍ଗକୁ ମଧ୍ୟ ଟମାଟୋ ଆହୁରି ସଫା କରିଦେବ।
ତେବେ ଆସନ୍ତୁ ଜାଣିବା, କିପରି ଟମାଟୋକୁ ମୁହଁରେ ବ୍ୟବହାର କରିବା :
-ପ୍ରଥମେ ଟମାଟୋକୁ ଛୋଟ ଛୋଟ ଖଣ୍ଡରେ କାଟି ଏହାର ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହି ପେଷ୍ଟକୁ ତ୍ବଚାରେ ହୋଇଥିବା ଦାଗ ଉପରେ ଲଗାନ୍ତୁ। ଏହାର କିଛି ସମୟ ପରେ ମୁହଁକୁ ଧୋଇ ଦିଅନ୍ତୁ। ଏହା ସହିତ ଆପଣ ଟମାଟୋ ଜୁସ୍କୁ ମଧ୍ୟ ମୁହଁରେ ମାସ୍କ ଭାବେ ଲଗାଇ ପାରିବେ।
-ଦାଗ ଦୂର କରିବା ପାଇଁ ଆପଣ ପ୍ରଥମେ ଟମାଟୋକୁ ମଝିରୁ କାଟି ଦିଅନ୍ତୁ। ଏହାପରେ ଏତିରୁ ମଞ୍ଜିକୁ ବାହାର କରି ଦେଇ ବାକି କଟା ଟମାଟୋକୁ ମୁହଁରେ ଲଗାନ୍ତୁ। ଏହା ପରେ କିଛି ସମୟ ମୁହଁକୁ ସେହି ପରିଭାବେ ଛାଡିଦିଅନ୍ତୁ । ଏବଂ ଅଧଘଣ୍ଟା ପରେ ମୁହଁକୁ ଭଲ ଭାବେ ଧୋଇ ଦିଅନ୍ତୁ।
-ଟମାଟୋ ସହ ମହୁକୁ ବ୍ଯବାହାର କରି ତ୍ବଚାରେ ଲଗାଇ ପାରିବେ । ମହୁରେ ଆଣ୍ଟି ଅକ୍ସିଡାଣ୍ଟ୍ ଏବଂ ଆଣ୍ଟି ଇମ୍ପ୍ଲିମେଣ୍ଟାରି ଗୁଣ ରହିଛି, ଯାହା ଚେହେରାରେ ଥିବା ନାଲି ଦାଗକୁ ଦୂର କରିବା ପାଇଁ ସାହାଯ୍ୟ କରିବ। ତେଣୁ ଅଧା କପ୍ ଟମାଟୋ ରସରେ ତିନି ଚାମଚ ମହୁ ମିଶାନ୍ତୁ ଏବଂ ଦାଗ ହୋଇଥିବା ସ୍ଥାନରେ ଲଗାଇ ଦିଅନ୍ତୁ । ଏହାର ୧୫ରୁ ୨୦ ମିନିଟ୍ ପରେ ଭଲ ଭାବେ ଏହାକୁ ଧୋଇ ଦିଅନ୍ତୁ। ଏହିପରି ପ୍ରତିଦିନ କଲେ, ଆପଣଙ୍କ ମୁହଁରେ ଦାଗଜନିତ ସମସ୍ୟା ଆଉ ରହିବ ନାହିଁ ।
– ଏହା ସହ ଟମାଟୋ ରସରେ ଲେମ୍ବୁ ରସ ମିଶାଇ ତ୍ବଚାରେ ଲଗାନ୍ତୁ ଏବଂ ୧୫ ରୁ ୨୦ ମିନିଟ୍ ପ.ରେ ଏହାକୁ ଧୋଇଦିଅନ୍ତୁ । ଦେଖିବେ ଅଆପଣଙ୍କ ତ୍ବଚାରେ କିପରି ଚମକ ଆସବା ସହ ଦାଗ ଧିରେ ଧିରେ ଦୂର ହୋଇଯିବ ।
-ଏହା ଛଡା ଟମାଟୋକୁ ଆପଣ ତ୍ବଚା ବ୍ଯତିତ ଆପଣଙ୍କ ଆଙ୍ଗୁଠି କିମ୍ବା କହୁଣୀ ଆଦି ସ୍ଥାନରେ ମଧ୍ଯ ଲଗାଇ ପରିବେ । ଯାହାଦ୍ବାରା କଳା ଦାଗ ଦୂର ହୋଇଯିବ ।



