ଓଡିଶା

ବାହାନଗା ଟ୍ରେନ ଟ୍ରାଜେଡି ପଛରେ କାହାର ରହିଛି ପ୍ରକୃତ ହାତ ! ରେଳ ଦୁର୍ଘଟଣା ପଛର ଷଡଯନ୍ତ୍ର ଜାଣିବା ପାଇଁ ଚକ୍ରବ୍ୟୁହ ରଚିଛି CBI

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ବାହାନଗା ଟ୍ରେନ ଟ୍ରାଜେଡିର କିଏ ହେଉଛି ଅସଲୀ ଖଳନାୟକ ! ତାହାକୁ ନେଇ ଚାଲିଛି ତଦନ୍ତ ! ତେବେ ସୂଚନା ମୁତାବିକ CBI ୫ ଜଣ ରେଳ ବିଭାଗର କର୍ମଚାରୀଙ୍କୁ ରଖି ପଚରା ଉଚରା କରିଥିଲା । ସେଥିମଧ୍ୟରୁ ୩ ଜଣଙ୍କୁ ଛାଡିଦେଇଥିବା ବେଳେ ଅନ୍ୟ ୨ ଜଣଙ୍କୁ ଏବେ ପର୍ଯ୍ୟନ୍ତ ମଧ୍ୟ CBI ପଚରାଉଚରା ଲଗାଇଛି । ତେବେ ସେହି ୨ ଜଣଙ୍କ ମଧ୍ୟରେ ଜଣେ ହେଉଛନ୍ତି ଆମୀର ଖାନ । ସେ ହେଉଛନ୍ତି ସୋର ସେକ୍ସନ ସିଗନାଲ ଜେଇ ।

ତେବେ ଖବର ମୁତାବିକ ସୋର ସେକ୍ସନ ସିଗନାଲର ଆମୀର ଖାନଙ୍କୁ ନେଇ ସନ୍ଦେହ ବଢିବାରେ ଲାଗିଛି । ଗତ ମଙ୍ଗଳବାର ଦିନ CBI ଟିମ ଆମୀର ଖାନଙ୍କୁ ନେଇ ଆମୀରଙ୍କ ଭଡା ଘରକୁ ଯାଇଥିଲେ । ତେବେ ଆମୀରଙ୍କ ଘର ମଧ୍ୟରେ ପଶି ତନାଘନା ଆରମ୍ଭ କରିଦେଇଥିଲେ । ପାଖାପକ୍ଷୀ ୬ ଘଣ୍ଟାରୁ ଉର୍ଦ୍ଧ ସମୟ ଧରି ଅମୀର CBI ତଦନ୍ତର ଶିକାର ହୋଇଥିଲେ । ତେବେ ବାହାନଗା ଠାରେ ଘଟି ଯାଇଥିବା ବହୁତ ବଡ ଏକ ରେଳ ଦୁର୍ଘଟଣା ପଛରେ କାହାର ରହିଛି ହାତ ତାହା ବର୍ତ୍ତମାନ ସମୟରେ ଯଦିଓ ସ୍ପଷ୍ଟ ହୋଇପାରି ନାହିଁ ।

ହେଲେ ରେଳ ଦୁର୍ଘଟଣା ପଛରେ ସବୁଠାରୁ ବଡ କାରଣ ଥିଲା ସିଗନାଲରେ ଗଡବଡ । ତେବେ ସିଗନାଲ ଟାମ୍ପରିଙ୍ଗ କରିବାରେ ଆମୀରଙ୍କର ହାତ ରହିଥିଲା କି ତାହାକୁ ନେଇ ଉଠୁଛି ବହୁତ ବଡ ପ୍ରଶ୍ନ ? ନା ଆଉ କିଏ ଆମୀରଙ୍କୁ ମୋହରା ବନାଇ ରେଳ ଦୁର୍ଘଟଣା କାଣ୍ଡ ଘଟାଇବାର କରିଥିଲା ସଂରଚନା । ଯାହାକୁ ନେଇ CBI ଟିମ ସଂପୂର୍ଣ୍ଣ ଭାବରେ ଖୋଜିବାରେ ଲାଗିପଡିଛନ୍ତି । ତେବେ ରେଳ ଦୁର୍ଘଟଣା ପର ଠାରୁ ସୋର ଠାରେ ଭଡା ଘରେ ରହୁଥିବା ଆମୀର ମଧ୍ୟ ଆଉ ଦେଖା ନଥିଲେ କି ଘରକୁ ମଧ୍ୟ ଆସି ନଥିଲେ ।

ଗତ କାଲୀ ଆମୀରଙ୍କୁ ଧରି CBI ଭଡା ଘର ତାଲା ଭାଙ୍ଗି ଘର ମଧ୍ୟକୁ ଯାଇ ଖୋଳଟାଡ କରିଥିଲା । ଆମୀର ଖାନଙ୍କ ସହ ଟେକନିସିଆନ ପାପୁ କୁମାର ଯାଦାଭଙ୍କୁ ମଧ୍ୟ CBI ତଦନ୍ତ ପରିସରରେ ଏବେ ପର୍ଯ୍ୟନ୍ତ ରଖିଛି । ଅନ୍ୟ ପକ୍ଷରେ ବାହାନଗା ମେଡିକାଲ ଭିତ୍ତି ଭୂମୀର ବିକାଶ ପାଇଁ ରେଳ ମନ୍ତ୍ରୀ ଅଶ୍ଵନୀ ବୈଷ୍ଣବ ଙ୍କ ହାତ ପାଣ୍ଠିରୁ ୧ କୋଟି ଟଙ୍କା ଘୋଷଣା କରିଛନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button