ନୀତି

ଯେତେ ପୂଜା କଲେ ମଧ୍ୟ ଶୁଣୁ ନାହାଁନ୍ତି ମାଆ ଲକ୍ଷ୍ମୀ? ଗୁରୁବାର ଦିନ କରନ୍ତୁ ଏହି କାମ

ମା ଲକ୍ଷ୍ମୀ ଏତେ ସହଜେ ସମସ୍ତଙ୍କ ଘରକୁ ଆସିନଥାନ୍ତି । ଏଥିପାଇଁ ଆପଣଙ୍କ ଘରେ କିଛି ଖାସ ରହିଥିବା ଦରକାର । ଅର୍ଥାତ ଯେଉଁ ଘରେ ସକାରାତ୍ମକ ଭାବନା ଅଧିକ ଥାଏ ସେ ଘରକୁ ଲକ୍ଷ୍ମୀ ଶୀଘ୍ର ଆସନ୍ତି, ଏବଂ ନକରାତ୍ମକ ଭାବନା ଥିବା ଲୋକଙ୍କ ମଧ୍ୟ କୁ ମା ଲକ୍ଷ୍ମୀ ଜଲଦି ଆସିନଥାନ୍ତି । ଯେହେତୁ ଶୁକ୍ରବାର ଦିନ ଆମ ଘରକୁ ଲକ୍ଷ୍ମୀ ଜଲଦି ଆସିଥାନ୍ତି ତେଣୁ ଗୁରୁବାର ଦିନ ଆମକୁ କୀଛି ଏମିତି ବିଶେଷ କାର୍ଯ୍ୟ କରିବାକୁ ପଡିଥାଏ ଯାହା କି ଆମ ଘରେ ସକାରାତ୍ମକ ଭାବନା କୁ ବୃଦ୍ଧି କରେଇଥାଏ ଆଉ ନକରାତ୍ମକ ଭାବନା କୁ କାମ କରେଇଥାଏ ।

ଟଙ୍କା ହଉଛି ଗୋଟେ ଏପରି ଜିନିଷ ଯାହା କି ସଭିଙ୍କୁ ପସନ୍ଦ ଥାଏ । କେହି ବ ଏହାକୁ ନିଜ ପାଖରୁ ଦୁରେଇଦବାକୁ ଚାହିଁନଥାଏ । ଆଉ ଆଜି ର ଏହି ମହଙ୍ଗା ଦୁନିଆ ରେ ସେଇ ଟଙ୍କା କୁ ନେଇ ବହୁତ ଲଢେଇ, ଝଗଡା ମଧ୍ୟ ହେଇଥାଏ । ସେଥିପାଇଁ ସବୁ ଲୋକ ଏଇ ଦୁନିଆ ରେ ବାସ ଏତିକି ପ୍ରାର୍ଥନା କରିଥାଏ କି ତାର ପଇସା ର ସିନ୍ଦୁକ କେବେ ଖାଲି ନ ହଉ ।

କିନ୍ତୁ ଏହି ପଇସା ପାଇବା ପାଇଁ ଆମକୁ ଲକ୍ଷ୍ମୀ ମା ଙ୍କର ଆଶୀର୍ବାଦ ବି ନବାର ଥାଏ । ଏମିତି ମଧ୍ୟ କୁହାଯାଏ କି ଯେଉଁ ଘରେ ମା ଲକ୍ଷ୍ମୀ ଙ୍କର ଆଶୀର୍ବାଦ ଥାଏ ସେଠି ଟଙ୍କା ର କମି ରହିନଥାଏ । ସେଥିପାଇଁ ପୂଜା ଆରାଧନା ଦ୍ୱାରା ଆମେ ଆମ ଘରକୁ ମା ଲକ୍ଷ୍ମୀ ଙ୍କୁ ଆମନ୍ତ୍ରିତ କରିଥାଉ । ଅବଶ୍ୟ ଏହା ଏତେ ସହଜ ହେଇନଥାଏ । ତେଣୁ ଚାଲନ୍ତୁ ଜାଣିବା ଯେ ଆମକୁ ଏମିତି କି କାର୍ଯ୍ୟ କରିବାକୁ ହେବ ମା ଲକ୍ଷ୍ମୀ ଙ୍କୁ ଆମ ଘର ପ୍ରାଙ୍ଗଣ କୁ ଆଣିବା ପାଇଁ ।

ଘରର କବାଟ ରେ ଶୁଭ ଜିନିଷ ଲଗାନ୍ତୁ

ଲକ୍ଷ୍ମୀ ମା ଙ୍କୁ ପ୍ରସନ୍ନ କରିବାକୁ ଆପଣ ଆପଣଙ୍କ ଘରର କବାଟ ରେ ଗୁରୁବାର ଦିନ ରାତିରେ ହି ଶୁଭ ଲାଭ, ସ୍ୱସ୍ତିକ, ନହେଲେ ଲକ୍ଷ୍ମୀ ମା ଙ୍କର କିଛି ଆଦର୍ଶ ଜିନିଷ ଲଗାନ୍ତୁ । ଏହା ଦ୍ୱାରା ଯଦି ମା ଲକ୍ଷ୍ମୀ ଆପଣଙ୍କ ଘର ବାଟ ଦେଇ ଶୁକ୍ରବାର ସକାଳୁ ଯାଆନ୍ତି ତାହେଲେ ତାଙ୍କ ଦ୍ରୁଷ୍ଟି ଆକର୍ଷିତ ହେଇଯିବ ।

ଘରକୁ ସଦାସର୍ବଦା ସଫାସୁତୁରା ରଖନ୍ତୁ

ଘରେ ଥିବା ସମସ୍ତ ଅଳିଆ ଆବର୍ଜନା ଘରର ଖରାପ ଭାବନା କୁ ବଢ଼େଇଦେଇଥାଏ । ହଁ ବନ୍ଧୁଗଣ ଘରକୁ ସଫା ରଖିବା ନିହାତି ଜରୁରୀ ହୋଇଥାଏ । ସେଥିପାଇଁ ଗୁରୁବାର ଦିନ ଆପଣ ମାନେ ଘର ର କୋଣ ଅନୁକୋଣ ସଫା କରିଦିଅନ୍ତୁ । ଏହାଦ୍ୱାରା ମା ଲକ୍ଷ୍ମୀ ଯେତେବେଳେଘରକୁ ପ୍ରବେଶ କରିବେ ତ ପ୍ରସନ୍ନ ହୋଇଯିବେ । ଲୋକ ସବୁବେଲେ ଘରକୁ କେବଳ ଝାଡୁ ପୋଛା ହୀ କରନ୍ତି । କିନ୍ତୁ ଘରର ସମସ୍ତ ଆସବାବପତ୍ର ତଳେ ଥିବା ଅଳିଆ କୁ ହଟେଇବାକୁ ଭୁଲିଯାନ୍ତି । ସେଥିପାଇଁ ମୋର ଉପଦେଶ କି ଆପଣ ଘରକୁ ପୁରା ସଫା କରନ୍ତୁ ।

ଭାଙ୍ଗିଯାଇଥିବା ଜିନିଷ କୁ ଘରୁ କାଢିଦିଅନ୍ତୁ

ଘରେ ରହିଥିବା ଭଙ୍ଗା ଜିନିଷ ଘରର ସୌନ୍ଦର୍ଯ୍ୟକୁ କାମ କରିଥାଏ । ଭାଙ୍ଗିଯାଇଥିବା ଆଇନା, ଚୌକି, ବୈଦ୍ୟୁତିକ ଜିନିଷ ପତ୍ର ରଖିବା ଘର ପାଇଁ ଶୁଭ ହେଇନଥାଏ । ବସ୍ତୁ ଶାସ୍ତ୍ର ରେ ବି ଏହିପରି ଜିନିଷ କୁ ଶୁଭ ମଣିନଥାଏ ତେଣୁ ଆପଣ ଗୁରୁବାର ଦିନ ହୀ ଏହି ଜିନିଷ କୁ ଘରୁ ଯେତେ ପାରୁଛନ୍ତି ଦୁରକୁ ନେଇଯାଅନ୍ତୁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button