ଓଡିଶା

ହାଇକୋର୍ଟରେ ପଦ୍ମଶ୍ରୀ ବିବାଦ ଶୁଣାଣି, ହାଜର ହେଲେ ଅଭିଯୋଗକାରୀ ଡାକ୍ତର ଅନ୍ତର୍ଯ୍ୟାମୀ ମିଶ୍ର

ହାଇକୋର୍ଟରେ ପଦ୍ମଶ୍ରୀ ପୁରସ୍କାର ବିବାଦ ମାମଲାର ଶୁଣାଣି । ହାଜର ହେଲେ ଅଭିଯୋଗକାରୀ ଡାକ୍ତର ଅନ୍ତର୍ଯ୍ୟାମୀ ମିଶ୍ର । ଆବେଦନକାରୀ ଡାକ୍ତର ଅନ୍ତର୍ଯ୍ୟାମୀ ମିଶ୍ର ନିଜର କୃତୀ ୨୯ ଟି ପୁସ୍ତକ ବିଚାରପତିଙ୍କୁ ଦେଖାଇଥିଲେ । କିନ୍ତୁ ହାଜର ହୋଇନାହାନ୍ତି ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର । ଉଭୟଙ୍କୁ ହାଜର ପାଇଁ କୋର୍ଟଙ୍କ ନିର୍ଦ୍ଦେଶ ଥିଲେ ମଧ୍ୟ ପ୍ରତିପକ୍ଷ ୨୦୨୩ ର ପଦ୍ମଶ୍ରୀ ଗ୍ରହଣ କରିଥିବା ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର ହାଜର ହୋଇ ନାହାନ୍ତି । ସ୍ୱାସ୍ଥ୍ୟଗତ କାରଣରୁ ହାଜର ହୋଇ ପାରି ନଥିବା ଦର୍ଶାଇବା ସହିତ ହାଜର ହୋଇ ନିଜର କୃତୀ ଦର୍ଶାଇବା ପାଇଁ ସମୟ ନେଇଛନ୍ତି ।

ଆସନ୍ତା ମାର୍ଚ୍ଚ ୧୮ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ତା ପୂର୍ବରୁ ପ୍ରତିପକ୍ଷ ନିଜର ସାହିତ୍ୟ କୃତୀ ଦର୍ଶାଇବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଡକ୍ଟର ଜଷ୍ଟିସ ସଞ୍ଜୀବ କୁମାର ପାଣିଗ୍ରାହୀଙ୍କ ଖଣ୍ଡପୀଠରେ ଆଜି ଏହି ମାମଲାର ଶୁଣାଣି ହୋଇଛି ।

୨୦୨୩ ମସିହା ପାଇଁ ସାହିତ୍ୟ କ୍ଷେତ୍ରରେ କୃତିତ୍ବ ଲାଗି ପଦ୍ମଶ୍ରୀ ପୁରସ୍କାର ନେଇ ଅନ୍ତର୍ଯ୍ୟାମୀ ମିଶ୍ରଙ୍କ ନାଁ ଘୋଷଣା ହୋଇଥିଲା । ଅନ୍ତର୍ଯ୍ୟାମୀ ମିଶ୍ର ନାମକ ଜଣେ ସ୍ତମ୍ଭକାର ଏହି ପୁରସ୍କାର ଗ୍ରହଣ କରିଥିଲେ ।  ତେବେ ସେ ପ୍ରକୃତ ଅନ୍ତର୍ଯ୍ୟାମୀ ମିଶ୍ର ନୁହନ୍ତି ବୋଲି ହାଇକୋର୍ଟରେ ଏକ ପିଟିସନ କରିଥିଲେ ଅନ୍ତର୍ଯ୍ୟାମୀ ମିଶ୍ର ନାମକ ଜଣେ ଡାକ୍ତର । ତାଙ୍କର ୨୯ ଟି ଓଡ଼ିଆ ପୁସ୍ତକ ଓ ଅନ୍ୟ ଭାଷାର ପୁସ୍ତକ ପ୍ରକାଶିତ ହୋଇଛି । ଏ ନେଇ ସେ କେନ୍ଦ୍ର ସରକାର ପଦ୍ମଶ୍ରୀ ଗ୍ରହଣ କରିଥିବା ଅନ୍ତର୍ଯ୍ୟାମୀ ମିଶ୍ରଙ୍କୁ ପକ୍ଷ କରି ଏହି ମାମଲା କରିଥିଲେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button