ଓଡିଶା

ଚକତଳେ ଚାପିହୋଇ ଚାଲିଗଲା ସ୍କୁଲବସ ହେଲପରଙ୍କ ଜୀବନ

ଛେଣ୍ଡିପଦା: ନିଶା ଶିଳ୍ପାଞ୍ଚଳ ଥାନା ଟାଙ୍ଗରସାହି ଗ୍ରାମରେ ପିଲା ଚଢ଼ାଉଥିବାବେଳେ ବସ ଚକତଳେ ଚାପିହୋଇ ସ୍କୁଲବସ ହେଲପର ମୃତ୍ୟୁବରଣ କରିଛନ୍ତି।

ମୃତ୍ୟୁବରଣ କରିଥିବା ହେଲପର ସୂର୍ଯ୍ୟଙ୍କ ଘର କୋଶଳା ନାଥ ସାହିରେ। ସ୍ଥାନୀୟ ଲୋକମାନେ ସୂର୍ଯ୍ୟଙ୍କୁ କୋଶଳା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସୂର୍ଯ୍ୟଙ୍କୁ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ନିଶା ଶିଳ୍ପାଞ୍ଚଳ ପୁଲିସ ଦୁର୍ଘଟଣାଗ୍ରସ୍ତ ବସ ଓ ମୃତଦେହ ଜବତ କରି ତଦନ୍ତ ଚଳାଇଛି।
ପୁଲିସ ସୂତ୍ରରୁ ପ୍ରକାଶ, ଆଜି ସକାଳ ସାଢେ଼ ଆଠଟାରେ କୋଶଳା ଶିଶୁମନ୍ଦିର ବସ ରାଇଝରଣ ଟାଙ୍ଗରସାହି ଗ୍ରାମର ଛାତ୍ରଛାତ୍ରୀଙ୍କୁ ନେଇ ପ୍ରତିଦିନ ଭଳି ଆସୁଥିଲେ। ବସରେ ପିଲାଙ୍କୁ ଚଢାଇ ବସ ଗଡୁଥିବା ବେଳେ ଗୋଡ଼ ଖସିଯିବାରୁ ଚକତଳେ ହେଲପର ସୂର୍ଯ୍ୟ ନାଥ(୩୭) ଖସିପଡ଼ି ମୃତ୍ୟୁବରଣ କରିଥିଲେ।

ମୃତ୍ୟୁବରଣ କରିଥିବା ହେଲପର ସୂର୍ଯ୍ୟଙ୍କ ଘର କୋଶଳା ନାଥ ସାହିରେ। ସ୍ଥାନୀୟ ଲୋକମାନେ ସୂର୍ଯ୍ୟଙ୍କୁ କୋଶଳା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସୂର୍ଯ୍ୟଙ୍କୁ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ନିଶା ଶିଳ୍ପାଞ୍ଚଳ ପୁଲିସ ଦୁର୍ଘଟଣାଗ୍ରସ୍ତ ବସ ଓ ମୃତଦେହ ଜବତ କରି ତଦନ୍ତ ଚଳାଇଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button