ଦେଶକୁ ମାଡି ଆସୁଛି ମହାବିପତ୍ତି, ହିନ୍ଦୁକୁଶ-ହିମାଳୟ ପାଇଁ 16 ଦେଶକ୍କୁ ଚେତାବନୀ
ପାଣିପାଗର ପରିବର୍ତ୍ତନ ଯୋଗୁ ପାହାଡ ଉପରୁ ବାହାରୁ ଥିବା ନଦୀମାନଙ୍କ ବେଗ ପ୍ରଖର ହେବ । ଭାରତ ସମେତ 16 ଟି ଦେଶର ଅର୍ଥ ବ୍ୟବସ୍ଥା ଓ ଶକ୍ତି ପ୍ରଣାଳୀ ଉପରେ ଭୟଙ୍କର ପ୍ରଭାବ ପଡିପାରେ । ହିନ୍ଦୁକୁଶ ଏବଂ ହିମାଳୟରୁ ବାହାରୁଥିବା ପାଣି ଯୋଗୁ 119 କୋଟି ଲୋକମାନଙ୍କୁ ପିଇବା ପାଇଁ ପାଣି ମିଳିଥାଏ ।
ସାଙ୍ଗାତିକ ମୌସୁମୀ ଭୟାନକ ବିପଦକୁ ଟାଣି ଆଣିପାରେ ବୋଲି ବୈଜ୍ଞାନିକମାନେ ଚେତାବନୀ ଜାରି କରିଛନ୍ତି । ବୈଜ୍ଞାନିକ ମାନେ କହିଛନ୍ତି ଯଥା ମାନବ ସମାଜ ଯଦି କାର୍ବନ ଡାଇଅକସାଇଡ ଗ୍ୟାସ ବ୍ୟବହାରକୁ ନିୟନ୍ତ୍ରଣ ନ କରେ ତେବେ ପିଇବା ପାଇଁ ପାଣିର ସମସ୍ୟା ଦେଖାଦେଇପାରେ । କାରଣ ମଣିଷ ଜଳ ବିନା ବଞ୍ଚିବା ଅସାଧ୍ୟ ହୋଇଥାଏ ।
ତେବେ ଭାରତ ସମେତ 16 ଦେଶ ଜଳରୁ ମିଳୁଥିବା ଆର୍ଥିକ ବ୍ୟବସ୍ଥା ଏବଂ ତହିରୁ ପାଉଥିବା ଶକ୍ତି ନିମନ୍ତେ ଉଚ୍ଚ ଧରଣର ଡାଞ୍ଚା ପ୍ରସ୍ତୁତି କରିବା ଦରକାର । ନଦୀ ତାଲିକାରେ ଭାରତର ଗଙ୍ଗା ଏବଂ ବ୍ରହ୍ମପୁତ୍ର ନଦୀ ସାମିଲ ରହିଛି । ତେବେ ଦେଶର ଜଳ ପ୍ରତି ମାଡି ଆସୁଥିବା ଭୟଙ୍କର ବିପଦ କୁ ନେଇ ଆଗକୁ କେଉଁ ସବୁ ପଦକ୍ଷେପ ନିଆଯିବ । ଜଳବିହୁନେ ମାନବ ସମାଜ ଲୁପ୍ତ ହୋଇଯିବ । ତେବେ ଆପଣମାନେ ମଧ୍ୟ ପାଣିର ବ୍ୟବହାର ଦେଖି କରିବା ଉଚିତ୍ ।