ଶାରୀରିକ ଦୁର୍ବଳତା ଦୂର କରିବା ପାଇଁ କରନ୍ତୁ ଏଥି ଘରେଇ ଉପାୟ, ମହିଳା ହୁଅନ୍ତୁ ବା ପୁରୁଷ ଥରେ ନିଶ୍ଚିତ କରି ଦେଖନ୍ତୁ

ଆଜିକାଲିର ପରିବର୍ତ୍ତିତ ଲାଇଫ୍ ଷ୍ଟାଇଲରେ ଅନିୟମିତ ଖାଦ୍ୟପେୟ, ସେଥିରେ ପୌଷ୍ଟିକ ତତ୍ତ୍ଵର କମି, ଫାଷ୍ଟ୍ ଫୁଡ୍ ଅଧିକ ସେବନ, ତା ସହିତ ଚିନ୍ତାରେ ରହିବା ଇତ୍ୟାଦି କାରଣରୁ ଶାରୀରିକ ଦୁର୍ବଳତା ହେବା ଏକ ସାଧାରଣ ସମସ୍ୟାରେ ପରିଣତ ହୋଇଛି । ଯଦି ଆପଣ କମ୍ ପରିଶ୍ରମ କାମରେ ସବୁବେଳେ ଥକ୍କା, ଶରୀରରେ ଯନ୍ତ୍ରଣା, ସିଡି ଚଢ଼ିବା ଓ ଓହ୍ଲାଇବାରେ ଧଇଁସଇଁ ହେବା ଇତ୍ୟାଦି ସମସ୍ୟା ର ସାମ୍ନା କରୁଛନ୍ତି ତ ଏହା ଆପଣଙ୍କ ଶାରୀରିକ ଦୁର୍ବଳତା ର ସଂକେତ ହୋଇପାରେ ।
ଶାରୀରିକ ଦୁର୍ବଳତା କାରଣରୁ ଛୋଟ ଛୋଟ ରୋଗ ମଧ୍ୟ ବଡ଼ ରୂପ ଧାରଣ କରିଥାଏ । ଏହି ଛୋଟ ଛୋଟ ରୋଗ ଲାଗିରହିଲେ ଏହା ଆମ ଜୀବନ ଉପରେ ଖରାପ ପ୍ରଭାବ ମଧ୍ୟ ପକାଇଥାଏ । ଏଥିପାଇଁ ଆଜି ଆମେ ଆପଣଙ୍କୁ କିଛି ଘରେଇ ଉପାୟ ବିଷୟରେ ଜଣେଇବାକୁ ଯାଉଛୁ । ଯାହା ସାହାଯ୍ୟରେ ଆପଣ ସହଜରେ ଶାରୀରିକ ଦୁର୍ବଳତା କମ୍ କରିପାରିବେ ।

ଶାରୀରିକ ଦୁର୍ବଳତା ଦୂର କରିବା ପାଇଁ ଘରେଇ ଉପାୟ
1 . ଯଦି ଆପଣ ବି ଶରୀରରେ ଦୁର୍ବଳତା ବା ବାରମ୍ବାର ଥକ୍କାପଣର ସମସ୍ୟାରେ ଚିନ୍ତିତ ତେବେ ପ୍ରତିଦିନ ଡାଲଚିନି ପାଉଡରକୁ ମହୁ ସହ ମିଶାଇ ସେବନ କରନ୍ତୁ, ଏହାଦ୍ୱାରା ଶାରୀରିକ ଦୁର୍ବଳତା ଦୂର ହେବ ଓ ଇମ୍ୟୁନ ସିଷ୍ଟମ ମଜବୁତ୍ ହେବ ଓ ଶରୀର ଶକ୍ତିଶାଳୀ ହେବ ।
2. ନିୟମିତ ଭାବରେ କ୍ଷୀର ଓ କଦଳୀ ସେବନ କରିବା ଶରୀରର ଦୁର୍ବଳତା କମ୍ କରିବାର ଭଲ ଉପାୟ । ତା ସହିତ ଶରୀର ର ହାଡ଼ଗୁଡିକ ମଜବୁତ୍ ହୋଇଥାଏ ।

3. ପ୍ରତିଦିନ ଜାଇଫଳ, ଯାଇତ୍ରି କିମ୍ବା ଅଶ୍ଵଗନ୍ଧା ର ଚୂର୍ଣ୍ଣ କୁ କ୍ଷୀର ସହିତ ଦିନକୁ ଦୁଇ ଥର ସେବନ କଲେ ଶରୀରକୁ ଶକ୍ତି ମିଳିଥାଏ । ଏହା ସହିତ ରକ୍ତ ବା ଆଇରନର ଅଭାବ ଦୂର ହୋଇଥାଏ, ଯାହାଦ୍ଵାରା ଶାରୀରିକ ଦୁର୍ବଳତା ଓ ଥକ୍କାପଣରୁ ଆରାମ ମିଳିଥାଏ ।
4 . ନିୟମିତ ଭାବରେ 5 ଟି ବାଦା ଓ 5 ଟି ଖଜୁରୀ ଖାଇଲେ ଶରୀରକୁ ଶକ୍ତି ମିଳିଥାଏ । ଯେଉଁଥିରେ ଶରୀରର ଥକ୍କାପଣ କମ୍ ହୋଇଥାଏ ।

5. ଗହମ ବା ଖିସିମିସ୍ କୁ ରାତିରେ ପାଣିରେ ପକାଇ ରଖନ୍ତୁ । ସକାଳୁ ସେଇ ପାଣି ପିଇଲେ କିଛି ଦିନ ଭିତରେ ଥକ୍କାପଣ ଦୂର ହୋଇଯିବ ।
ଆଶା କରୁଛୁ ଆପଣଙ୍କର ଆମର ଏହି ସ୍ୱାସ୍ଥ୍ୟ ଟିପ୍ସ କାମରେ ଆସିବ, ନିଶ୍ଚିନ୍ତ ଏହାର ପ୍ରୟୋଗ କରନ୍ତୁ ଦେଖିବେ ଶରୀର କେତେ ଶକ୍ତିଶାଳୀ ହେଉଛି ।



