ଓଡିଶା

CBI ପ୍ରଶ୍ନରେ ଇଡି ଡେପୁଟି ଡାଇରେକ୍ଟର ଘାଇଲା, ଗିରଫ ପରେ ରାତି ତମା ଗୁଡ଼େଇ ତୁଡ଼େଇ ଜେରା

ଭୁବନେଶ୍ୱର : CBI ପ୍ରଶ୍ନରେ ଇଡି ଡେପୁଟି ଡାଇରେକ୍ଟର ଘାଇଲା । ଇଡି ଉପନିର୍ଦ୍ଦେଶକ ଚିନ୍ତନ ରଘୁବଂଶୀଙ୍କୁ ଗୁଡ଼େଇ ତୁଡ଼େଇ ଜେରା କରୁଛି ସିବିଆଇ । ଗିରଫ ପରେ ଗତକାଲି ତାଙ୍କୁ ରାତି ତମାମ ଜେରା କରିଛି ତଦନ୍ତକାରୀ ସଂସ୍ଥା । ୨୦ ଲକ୍ଷ ଲାଞ୍ଚ ନେଇ ସିବିଆଇ ଜାଲରେ ଫସିଛନ୍ତି ଇଡି ଡେପୁଟି ଡାଇରେକ୍ଟର ଚିନ୍ତନ ରଘୁବଂଶୀ । ଭକ୍ତି ବେହେରା ନାମକ ଜଣେ ଦଲାଲ ମାଧ୍ୟମରେ ୨୦ ଲକ୍ଷ ଲାଞ୍ଚ ନେବା ବେଳେ ଗତକାଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଓଡ଼ିଶା ଶାଖାର ଉପନିର୍ଦ୍ଦେଶକ ଚିନ୍ତନ ରଘୁବଂଶୀଙ୍କୁ ଗିରଫ କରିଥିଲଶ ସିବିଆଇ ।  ତାଙ୍କ କାର୍ଯ୍ୟାଳୟରେ ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ ହୋଇଛି ।

ଚିନ୍ତନ ରଘୁବଂଶୀ ୨୦୧୩ ବ୍ୟାଚର ଭାରତୀୟ ରାଜସ୍ବ ସେବା-ଆଇଆରଏସ ଅଧିକାରୀ ।  ଗତ ଜାନୁଆରୀ ୮ରେ ଢେଙ୍କାନାଳର ଖଣି ବ୍ୟବସାୟୀ ରତିକାନ୍ତ ରାଉତ ଓରଫ ଜୁଲୁଙ୍କ କଂପାନୀ ଲିଙ୍କରେ ୧୪ଟି ସ୍ଥାନରେ ରେଡ କରିଥିଲା ଇଡି । ବିଭିନ୍ନ କାଗଜପତ୍ର ଜବତ ହୋଇଥିଲା । ଏ ସଂପର୍କିତ ମାମଲା ଦଫାରଫା କରିବାକୁ ଇଡି ଡେପୁଟି ଡାଇରେକ୍ଟର ଚିନ୍ତନ ରଘୁବଂଶୀ ୫୦ ଲକ୍ଷ ଲାଞ୍ଚ ମାଗିଥିବା ଅଭିଯୋଗ ହୋଇଛି । ପ୍ରଥମ କିସ୍ତିରେ ୨୦ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ଧରାପଡ଼ିଛନ୍ତି । ଯୋଜନା ମୁତାବକ ତାଙ୍କୁ ରଙ୍ଗବୋଳା ଟଙ୍କା ଲାଞ୍ଚ ଆକାରରେ ଦିଆଯାଇଥିଲା । ଲାଞ୍ଚ ଟଙ୍କାକୁ ରଘୁବଂଶୀଙ୍କ ନିକଟରୁ ଜବତ କରିଛି ସିବିଆଇ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button