ସ୍ୱାସ୍ଥ୍ୟ

ତୁରନ୍ତ କାଶରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି କି? ତେବେ ସେବନ କରନ୍ତୁ ଏହି ସିରପ୍

ପ୍ରାୟତଃ ଲୋକମାନଙ୍କୁ ଅନେକ ସମୟରେ କାଶ ହୋଇଥାଏ। କିନ୍ତୁ ଏହା ସାଧାରଣ କଥା ନୁହେଁ କାରଣ କାଶ ଏକ ସଂକ୍ରମଣ ରୋଗ ହୋଇଥିବାରୁ ଏହା ପ୍ରତ୍ୟେକ ବୟସର ଲୋକମାନଙ୍କୁ ପ୍ରଭାବିତ କରିଥାଏ। ଏହାକୁ ଅଣଦେଖା ନକରି ଉପଯୁକ୍ତ ସମୟରେ ଉପଚାର କରିବା ଉଚିତ। କାଶ ପାଇଁ ଆପଣ ଔଷଧ ସେବନ କରିଥାନ୍ତି, କିନ୍ତୁ ବେଳେ ବେଳେ ଔଷଧ ସେବନ କରିବା ଫଳରେ ଶରୀରରେ କିଛି ଖରାପ ପ୍ରଭାବ ଦେଖାଯାଇଥାଏ, ଯେପରି- ଏଲାର୍ଜିକ, ମୁଣ୍ଡ ବୁଲାଇବା ଏବଂ ଲିଭର ସହ ଜଡ଼ିତ ଅନେକ ସମସ୍ୟା ଦେଖାଯିବାର ଆଶଙ୍କା ରହିଥାଏ। ଏହିକାରଣରୁ ଆପଣ ପ୍ରାକୃତିକ ଉପାୟରେ କାଶ ଭଲ କରନ୍ତୁ। ସପୁରୀ ଏବଂ ମହୁରେ ତିଆରି ହୋଇଥିବା ସିରପ୍ ଆପଣଙ୍କୁ କାଶ ସମସ୍ୟାରୁ ମୁକ୍ତି ଦେଇପାରିବ।

ଜାଣନ୍ତୁ କିପରି କରିବେ ଏହାର ବ୍ୟବହାର:

natural-cough-remedyସିରପ୍ ପ୍ରସ୍ତୁତ କରିବା ପାଇଁ ଆବଶ୍ୟକୀୟ ସାମଗ୍ରୀ

-୨ କପ୍ କଟା ସପୁରୀ

-୨ ଚାମଚ ମହୁ

-ଏକ ଇଞ୍ଚ ଅଦାଖଣ୍ଡ

-୧/୨ ଲେମ୍ବୁ ରସ

-ଅଳ୍ପ ନାଲି ଲଙ୍କାଗୁଣ୍ଡ

-ଅଳ୍ପ ଲୁଣ

ପ୍ରସ୍ତୁତି ପ୍ରଣାଳୀ

cough syrupଏହି ସମସ୍ତ ସାମଗ୍ରୀକୁ ମିଶାଇ ଭଲ ଭାବେ ମିଶ୍ରଣ କରି ସିରପ୍ ପ୍ରସ୍ତୁତ କରନ୍ତୁ। ପ୍ରସ୍ତୁତ ହେବା ପରେ ଆପଣ ଏହାକୁ ଛାଣି ଏକ ସଫା ବୋତଲରେ ରଖି ପାରିବେ। ଏହାକୁ ଫ୍ରିଜରେ ରଖି ଗୋଟିଏ ସପ୍ତାହ ପର୍ଯ୍ୟନ୍ତ ବ୍ୟବହାର କରିପାରିବେ।
ଏହି ସିରପ୍ ସେବନ କରିବା ଦ୍ବାରା ଆପଣ କାଶରୁ ମୁକ୍ତି ପାଇପାରିବେ କାରଣ ସପୁରୀ ଶରୀରରେ ପ୍ରତିରକ୍ଷା ପ୍ରଣାଳୀକୁ ମଜବୁତ କରିଥାଏ ଯାହା ସଂକ୍ରମଣ ରୋଗରୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ। ସପୁରୀରେ ଆଣ୍ଟି-ଅକ୍ସତଡେଣ୍ଟ, ଆଣ୍ଟି-ଇଫ୍ଲୋମେଟ୍ରି ଏବଂ ଭିଟାମିନ-ସି ରହିଥାଏ। ସେହିପରି ମହୁ କାଶ ଭଲ କରିବାରେ ଲାଭକାରୀ ହୋଇଥାଏ। ମହୁରେ ଆଣ୍ଟି-ମାଇକ୍ରୋବିୟଲ ଏବଂ ଆଣ୍ଟି-ଅକ୍ସତଡେଣ୍ଟ ରହିଥାଏ। ଅନେକ କପ୍ ସିରପରେ ମଧ୍ୟ ମହୁ ବ୍ୟବହାର କରାଯାଇଥାଏ। ତେବେ ଆପଣମାନେ ଔଷଧରେ ନିର୍ଭର ନହୋଇ ଏହି ପ୍ରାକୃତିକ ଉପାୟରେ କାଶ ଭଲ କରିପାରିବେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button