ଓଡିଶା

ରାଜଧାନୀରେ ଯୁବକଙ୍କୁ ନିସ୍ତୁକ ମାଡ଼ ଘଟଣାରେ ରୁଜୁ ହେଲା ମାମଲା

ରାଜଧାନୀରେ ଯୁବକଙ୍କୁ ନିସ୍ତୁକ ମାଡ଼ ଘଟଣାରେ ରୁଜୁ ହେଲା ମାମଲା । ଏତଲା ଦାଖଲ ନହେବାରୁ ନିଜ ପକ୍ଷରୁ ମାମଲା ରୁଜୁ କଲା ପୁଲିସ । ଝାରଖଣ୍ଡ ତୀନପାହାଡ଼ ଅଞ୍ଚଳ ଶ୍ୟାମ କୁମାର ରାମଙ୍କୁ ମାଡ଼ ମାରିବା ଭିଡ଼ିଓ ଭାଇରାଲ ହେବା ପରେ ନିଜ ଆଡୁ ପୁଲିସ ନେଲା କାର୍ଯ୍ୟାନୁଷ୍ଠାନ । ତେବେ ସନ୍ଦେହ ଜନକ ଭାବରେ ପଳାଶୁଣି ହାଟରେ ମୋବାଇଲ ଚୋରୀ କରିଥିବା ଅଭିଯୋଗ ନେଇ ଲୋକମାନେ ଉଲଗ୍ନ କରି ଯୁବକଙ୍କୁ ମାଡ଼ ମାରିଥିଲେ । ଅଥଚ ଥାନାରେ ଏନେଇ କୌଣସି ରିପୋର୍ଟ ଦାଖଲ କରାଯାଇ ନଥିଲା। ତେଣୁ ସିସିଟିଭି ଯାଞ୍ଚ କରି ଏବଂ ଭାଇରାଲ ଭିଡ଼ିଓକୁ ଆଧାର କରି ମଞ୍ଚେଶ୍ୱର ଥାନା ନିଜ ଆଡୁ ମାମଲା ରୁଜୁ କରିଛି। ପ୍ରାଥମିକ ସୂଚନାରୁ ଜଣାପଡିଛି ଯେ ରଥଯାତ୍ରା ସମୟରେ ପରିବାର ସହ ଯୁବକ ଜଣକ ପୁରୀ ଏବଂ ଭୁବନେଶ୍ୱର ବୁଲିବାକୁ ଆସିଥିଲେ । କିନ୍ତୁ ହାଟରେ ମୋବାଇଲ ଚୋରି କରୁଥିବା ନେଇ ସ୍ଥାନୀୟ ଲୋକ ସନ୍ଦେହ କରିଥିଲେ ଏବଂ ପର ମୁହୂର୍ତ୍ତରେ ମାଡ଼ ମଧ୍ୟ ମାରିଥିଲେ । ତେବେ ସ୍ଥାନୀୟ ଲୋକଙ୍କ ପକ୍ଷରୁ କୌଣସି ଏତଲା ଦିଆଯାଇ ନାହିଁ । ଏମିତିକି ଖୋଦ ପୀଡିତ ଯୁବକ ମଧ୍ୟ କୌଣସି ଏତଲା ଦେଇ ନାହାନ୍ତି ତେଣୁ ପୁଲିସ ପକ୍ଷରୁ ଏହି ମାମଲା ରୁଜୁ କରାଯାଇ ଭିଡ଼ିଓରେ ଥିବା ଲୋକଙ୍କ ଚିହ୍ନଟ ପ୍ରକ୍ରିୟା ଜାରି ରହିଛି ବୋଲି ଅତିରିକ୍ତ ଡିସିପି ସଂଜୀବ ଶତପଥୀ କହିଛନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button