ଜୀବନଶୈଳୀ

ସ୍ୱାମୀର ଗୋଡ଼ ଦବେଇବା ପଛର ଧାର୍ମିକ କାରଣ, ପ୍ରତ୍ୟେକ ସ୍ୱାମୀ ସ୍ତ୍ରୀ ଏହା ବିଷୟରେ ନିଶ୍ଚିତ ଜାଣିବା ଦରକାର

ଅନ୍ୟ ଧର୍ମ ଅପେକ୍ଷା ହିନ୍ଦୁ ଧର୍ମରେ ରୀତିନୀତିର ଅଧିକ ସ୍ୱୀକୃତି ରହିଛି ଳ। ସେହି ରୀତିନୀତି ମଧ୍ୟରୁ ଗୋଟିଏ ହେଉଛି ପତ୍ନୀ ସ୍ୱାମୀଙ୍କ ପାଦକୁ ଦବାନ୍ତି। କିନ୍ତୁ ହେଲେ କଣ ଆପଣ ଜାଣନ୍ତି କି କଣ ରହିଛି ଏହା ପଛର ରହସ୍ୟ। କାହିଁକି ପତ୍ନୀ ହିଁ କେବଳ ସ୍ୱାମୀଙ୍କ ପାଦ ଦବାନ୍ତି?

E

ଏହା ପଛର କାରଣ କ’ଣ ଆପଣ ଜାଣନ୍ତି କି? ତେବେ ଜାଣନ୍ତୁ ଏହା ପଛର ପ୍ରକୃତ କାରଣ….ଆପଣ ନିଶ୍ଚୟ ଦେଖିଥିବେ ଯେ ଦେବୀ ଲକ୍ଷ୍ମୀ ମଧ୍ୟ ଭଗବାନ ବିଷ୍ଣୁଙ୍କ ପାଦତଳେ ବସି ତାଙ୍କ ପାଦକୁ ସବୁବେଳେ ଚାପି ରଖନ୍ତି। ଏହା ପଛରେ ଧାର୍ମିକ କାରଣ କ’ଣ? ଆସନ୍ତୁ ଏହା ବିଷୟରେ ବିସ୍ତୃତ ଭାବରେ ଜାଣିବା।

ପତ୍ନୀମାନେ କାହିଁକି ସ୍ୱାମୀଙ୍କ ପାଦ ଦବାନ୍ତି?

ଧାର୍ମିକ ବିଶ୍ୱାସ ଅନୁଯାୟୀ, ଶନି ଦେବ ସ୍ୱାମୀଙ୍କ ପାଦରେ ଆଣ୍ଠୁରୁ ଆଙ୍ଗୁଠି ପର୍ଯ୍ୟନ୍ତ ଏବଂ ଶୁକ୍ର ଦେବ ପତ୍ନୀଙ୍କ ହାତରୁ ଆଙ୍ଗୁଳି ପର୍ଯ୍ୟନ୍ତ ରୁହନ୍ତି। ବିଶ୍ୱାସ କରାଯାଏ ଯେ ଯେତେବେଳେ ଶୁକ୍ର ଏବଂ ଶନି ଏକାଠି ହୁଅନ୍ତି କିମ୍ବା ଶୁକ୍ର ଉପରେ ଶନିଙ୍କର ପ୍ରଭାବ ପଡ଼େ, ସେତେବେଳେ ଧନର ବର୍ଷା ହୁଏ। ମାତା ଲକ୍ଷ୍ମୀ ଭଗବାନ ବିଷ୍ଣୁଙ୍କ ପାଦକୁ ଦବାନ୍ତି, ତେଣୁ ତାଙ୍କୁ ଧନର ଦେବୀ କୁହାଯାଏ।

ତେବେ ଶାସ୍ତ୍ର ଅନୁସାରେ କୁହାଯାଏ , ଯେଉଁ ପତ୍ନୀ ସ୍ୱାମୀଙ୍କ ପାଦକୁ ଦବାନ୍ତି, ସେ ଜୀବନରେ ଖୁସିରେ ରହନ୍ତି। ଆହୁରି ମଧ୍ୟ ସ୍ୱାମୀଙ୍କ ପକେଟ କେବେ ଖାଲି ନଥାଏ। ଅର୍ଥାତ୍ ସ୍ତ୍ରୀ ନିଜ ପତିଙ୍କ ପାଦ ଦବାଇ କେବେ ବି ଟଙ୍କାହୀନ ହୁଅନ୍ତି ନାହିଁ। ପତିଙ୍କ ପାଦ ଦବାଇବା ଦ୍ୱାରା ଘରକୁ ଚମକ ଆସିଥାଏ ଏବଂ ଘରେ କିଛି ଅଭାବ ରୁହେ ନାହିଁ। ଏବଂ ଧନର ବର୍ଷା ହୋଇଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button