ଜୀବନଶୈଳୀ

କାମ ଦେଲାନି ୧୬ କୋଟି ଟଙ୍କାର ଇଞ୍ଜେକସନ୍, କୋଟି କୋଟି ଲୋକଙ୍କ ପ୍ରାର୍ଥନା, ଜୀବନ ଯୁଦ୍ଧରେ ହାରିଗଲା ୧୩ ମାସର କୁନିଝିଅ ଭେଦିକା, Video ଦେଖିଲେ ଆପଣ ବି କାନ୍ଦି ପକେଇବେ

ପିଲା ଟିଏ ଘରେ ଜନ୍ମ ହେଲେ ନିଜ ସାଥେ ଘରକୁ ନେଇ ଆସେ ଅସରନ୍ତି ଖୁସି । ସେ ହସିଲେ ବାପା ମା ହସନ୍ତି ଓ ସେ କାଣ୍ଡିଳେ ବାପା ମା ଙ୍କୁ ମଧ୍ୟ କଷ୍ଟ ହୁଏ । ପିଲାଟି ନିଜ ମୋହର ଡୋରିରେ ଘର ପରିବାର ସମସ୍ତଙ୍କୁ ବାନ୍ଧି ରଖେ ।

ହେଲେ ଅନେକ ସମୟରେ ବିଧିର ବିଧାନ କିଛି ଅଲଗା ରହିଥାଏ । କେବେ କେବେ ବହୁତ କମ ଦିନର ଅତିଥି ହୋଇ ଦୁନିଆକୁ ଆସିଥାନ୍ତି ଏହି ଛୋଟ ଶିଶୁମାନେ । ଏହିପରି ଏକ ବିରଳ ରୋଗରେ ପୀଡିତ କୁନି ଶିଶୁ ଟି ବାପା ମା ଙ୍କୁ କନ୍ଦେଇ ଦୁନିଆ ଛାଡି ଚାଲି ଯାଇଛି ଆରପାରିକୁ । 16 କୋଟି ଟଙ୍କାର ଇଂ-ଜେ-କ-ସ-ନ ଓ କୋଟି କୋଟି ଲୋକଙ୍କ ପ୍ରାର୍ଥନା ଏବଂ ଆଶୀର୍ବାଦ ପରେ ମଧ୍ୟ ଜୀବନ ଯୁଦ୍ଧରେ ହାରିଗଲା ଏଇ କୁନି ଝିଅ । ମାତ୍ର ୧୩ ମାସର ଝିଅ ବେଦିକାର ତୁଟିଗଲା ଜୀବନ ଡୋରି ।

ବେଦିକାଙ୍କୁ ଆର୍ଥିକ ସହାୟତା କରିଥିବା ଶୁଭେଚ୍ଛୁଙ୍କ ମହଲରେ ଖେଳି ଯାଇଛି ବିଷାଦର ଛାୟା । ବେଦିକା ସ୍ୱାସ୍ଥ୍ୟବସ୍ଥା ବିଲକୁଲ ଠିକ ଥିଲା । କୁନି ଝିଅର ଖିଲିଖିଲି ହସରେ ଘର ପୁରି ଯାଉଥିଲା । ମା ଙ୍କ ସହ ଗୁରୁଣ୍ଡି ଗୁରୁଣ୍ଡି ଖେଳୁଥିଲା ବେଦିକା । କିନ୍ତୁ ହଠାତ ମାଡି ଆସିଥିଲା କାଳର କଳା ଛାଇ । ଦିନେ ଅଚାନକ ବେଦିକାର ଅକ୍ସିଜେନ ସ୍ତର କମିଗଲା । ବେଦିକାକୁ ତୁରନ୍ତ ପାଖ ହସ୍ପିଟାଲରେ ଭର୍ତ୍ତି କରାଗଲା । ଡାକ୍ତରଙ୍କ ଅଦମ୍ୟ ଚେଷ୍ଟା ସତ୍ତ୍ୱେ ମଧ୍ୟ ବଞ୍ଚି ପାରିଲାନି ବେଦିକା ।

ବେଦିକାଙ୍କ ବୟସ ମାତ୍ର ୧୩ ମାସ । ହେଲେ ନିଜ ବିରଳ ରୋଗ ଯୋଗୁଁ ଚର୍ଚ୍ଚାରେ ଥିଲେ ପୁନେର କୁନି ଝିଅ ବେଦିକା ସିନ୍ଧେ । କୁନି ଝିଅ ବେଦିକାଙ୍କୁ ମାତ୍ର ୪ ମାସ ହୋଇଥିବା ବେଳେ ଜଣାପଡିଲା କି, ସେ ସ୍ପାଇନାଲ ମସ୍କ୍ଯୁଲାର ଏଟ୍ରୋଫି ପରି ବିରଳ ରୋଗରେ ପୀଡିତ ଅଛନ୍ତି । ଯେଉଁ ରୋଗରୁ ଆରୋଗ୍ଯ ହେବା ମଧ୍ୟ ଏକ ବିରଳ ଘଟଣା ଓ ଏହି ରୋଗର ଚିକିତ୍ସା ମଧ୍ୟ ଖୁବ ବ୍ୟୟ ବହୁଳ । ତଥାପି ନିଜ ଝିଅକୁ ବଞ୍ଚାଇବା ପାଇଁ ପ୍ରାଣପାନେ ଚେଷ୍ଟା କରିଥିଲେ ବାପା ସୌରଭ ସିନ୍ଧେ ।

ସେ ସୋସିଆଲ ମିଡିଆରେ ବେଦିକାଙ୍କ ନିମନ୍ତେ ଆର୍ଥିକ ସହାୟତା ପାଇଁ ଅନୁରୋଧ କଲେ ଓ ଦେଶ ବିଦେଶର ହିତାକାଂକ୍ଷୀଙ୍କ ଠାରୁ ଯୋଗାଡ ହୋଇଥିଲା ଟଙ୍କା । ବେଦିକାଙ୍କ ଚିକିତ୍ସା ପାଇଁ ଆମେରିକାରୁ ଆସିଥିଲା ଇଂ-ଜେ-କ-ସ-ନ । ଭାରତ ସରକାର ଏହା ଉପରୁ ଶୁଳ୍କ ମଶଯ ଛାଡ କରିଦେଲେ । ଜୁନ ମାସରେ ପୁନେସ୍ଥିତ ଦିନାନାଥ ମଙ୍ଗେସକର ହସ୍ପିଟାଲରେ ବେଦିକାଙ୍କୁ ଦିଆ ଯାଇଥିଲା ଏହି ଇଂ-ଜେ-କ-ସ-ନ ।

ଏହାପରେ ଧୀରେ ଧୀରେ ସୁଧୁରିଥିଲା ବେଦିକାର ସ୍ୱାସ୍ଥ୍ୟ । କିନ୍ତୁ ବିଧିର ବିଧାନ କିଏ ବା ବୁଝିପାରେ । ଏବେ ବେଦିକା ହଠାତ ଅସୁସ୍ଥ ହୋଇଯିବା ପରେ ତାଙ୍କୁ ପୁନର୍ବାର ଭର୍ତ୍ତି କରା ଥିଲା ହସ୍ପିଟାଲରେ । ଡାକ୍ତରଙ୍କ ଅଦମ୍ୟ ଚେଷ୍ଟା ସତ୍ତ୍ୱେ ଚାଲିଗଲା କୁନି ଝିଅ ବେଦିକାର ଜୀବନ । ଏହି ଖବର ତାଙ୍କ ଶୁଭେଚ୍ଛୁ ଙ୍କୁ ବ୍ୟଥିତ କରିଛି ।

ଏନେଇ କିଛି ଲୋକ ଡାକ୍ତରଙ୍କ ଉପର ପ୍ରଶ୍ନ ଉଠାଉଥିବା ବେଳେ ଏପରି ନ କରିବାକୁ କିନ୍ତୁ  ଅନୁରୋଧ କରିଛନ୍ତି ବେଦିକାଙ୍କ ବାପା ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button