ଦେଶ ବିଦେଶ

ଲଦାଖ ସଂଘର୍ଷ ଶେଷ କରିବା ପାଇଁ ଭାରତ-ଚୀନ୍‌ ସହମତି

ଲେହ: ପୂର୍ବ ଲଦାଖରେ ଭାରତ-ଚୀନ୍‌ ସୀମା ବିବାଦର ସମାଧାନ ପାଇଁ  ଉଭୟ ଦେଶର ସେନା ସହମତି ପ୍ରକାଶ କରିଛନ୍ତି।  ପୂର୍ବ ଲଦାଖରେ ଏବେ ସ୍ଥିତି ସ୍ୱାଭାବିକ ହେବା ନେଇ  ପଚରାଯାଇଥିବା ଏକ ପ୍ରଶ୍ନର ଉତ୍ତର ଦେଇ ଚୀନ୍ ପ୍ରତିରକ୍ଷା ମନ୍ତ୍ରଣାଳୟର ମୁଖପାତ୍ର ସିନିୟର କର୍ଣ୍ଣେଲ ଉ କିଆନ୍  କହିଛନ୍ତି, ବର୍ତ୍ତମାନ ଚୀନ୍ ଏବଂ ଭାରତୀୟ ସେନା ସୀମାନ୍ତ ଅଞ୍ଚଳରେ ସଂପୂର୍ଣ୍ଣ ସ୍ବାଭାବିକ ସ୍ଥିତି ଫେରାଇ ଆଣିବାକୁ ମିଳିତ ଭାବେ କାମ କରୁଛନ୍ତି ଏବଂ ଏଥିପାଇଁ ବିଭିନ୍ନ ସ୍ତରରେ ସହମତି ପ୍ରକାଶ ପାଇଛି।  ସୂଚନାଯୋଗ୍ୟ, ପୂର୍ବ ଲଦାଖର ଶେଷ ଦୁଇ ବିବାଦୀୟ ସ୍ଥାନ ଡେପ୍‌ସାଙ୍ଗ ଏବଂ ଡେମ୍‌ଚୋକରୁ ସୈନ୍ୟ ପ୍ରତ୍ୟାହାର ପାଇଁ ଚୁକ୍ତି ସ୍ଥିର ହେବା ପରେ ଭାରତ ଓ ଚୀନ୍ ଗତବର୍ଷ ଶେଷ ଆଡ଼କୁ ସେନା ପ୍ରତ୍ୟାହାର ପ୍ରକ୍ରିୟା ଶେଷ କରିଥିଲେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button