ବିଚାର

ଭାଗ୍ୟକୁ ନିନ୍ଦିବା ଛାଡନ୍ତୁ, ଆପଣଙ୍କ ଏହି ସବୁ ଭୁଲ କାମ ପାଇଁ ଶନିଦେବ ହୁଅନ୍ତି କ୍ରୋଧିତ ଓ ଦିଅନ୍ତି ଅଶୁଭ ଫଳ

ପ୍ରାୟତଃ ଦେଖା ଯାଏ କି ଯେତେବେଳେ ବି ଆପଣ କୌଣସି କାମ କରିବାକୁ ଯାଉଛନ୍ତି ତ ବାରମ୍ବାର ଅସଫଳତା ମିଳୁଛି, ବାରମ୍ବାର ପ୍ରୟାସ କଲା ପରେ ବି ଆପଣଙ୍କୁ ସଫଳତା ମିଳୁ ନାହିଁ । ଅନ୍ତତଃ ଆପଣ ନିଜ ଭାଗ୍ୟ କୁ ଦୋଷ ଦବା ଆରମ୍ଭ କରନ୍ତି, କିନ୍ତୁ ଜ୍ଯୋତିଷ ଶାସ୍ତ୍ର ଅନୁସାରେ ଏହା ଆପଣଙ୍କ ନୀତିଦିନ କର୍ମ ପାଇଁ ହୋଇଥାଏ ବୋଲି କୁହା ଯାଇଛି, ସେଥିପାଇଁ କିଛି ଏମିତି କାମ ଅଛି ଯାହାକୁ କରିବାରୁ ଆପଣଙ୍କୁ ବଞ୍ଚିବା ଉଚିତ ।

ଲୋକଙ୍କ ଭୁଲ ଅଭ୍ୟାସ ଗୁଡିକ ପାଇଁ ଶନିଦେବ ରୁଷ୍ଟ ହୁଅନ୍ତି ଏବଂ ସେମାନଙ୍କୁ ଅଶୁଭ ଫଳ ଦେଇଥାନ୍ତି । ତେବେ ଆସନ୍ତୁ ଜାଣିବା ସେ ସବୁ କଣ ।

କେତେ ଥର ଆମେ ଦେଖିଛୁ କି ଘରେ ଝାଡୁ କରି ଲୋକ ଝାଡୁକୁ ଏଠି ସେଠି ରଖି ଦିଅନ୍ତି ଓ ବେଳେ ବେଳେ ଲୋକ ଝାଡୁ କୁ ଫିଙ୍ଗି ଦେଇ ଥାନ୍ତି ଯାହା ପାଇଁ ଶନିଦେବଙ୍କ ପ୍ରଭାବ ପଡି ଥାଏ ଯାହା ଦ୍ଵାରା ଆପଣଙ୍କ କାମ ଅସଫଳ ହୋଇଥାଏ ।

ଯେଉଁ ଲୋକ ନିଜ ଘରେ ଆସିଥିବା ଗରିବ, ଭୋକିଲା ଲୋକଙ୍କୁ ଗାଳି ଦେଇ ବାହାର କରି ଦିଏ ଶନିଦେବ ତାଙ୍କ ଉପର କ୍ରୋଧ କରିଥାନ୍ତି । ଜ୍ୟୋତିଷ ଶାସ୍ତ୍ର ଅନୁଯାଇ ଗରିବ ଲୋକ ଭଗବାନ ଶନିଦେବ ଅଟନ୍ତି, ସେଥିପାଇଁ କେବେ ବି ଗରିବ ଲୋକଙ୍କୁ ଖରାପ କରି କୁହନ୍ତୁ ନାହିଁ । ବାରମ୍ବାର ଅସଫଳତା ମିଳିବାର ଏହା ବି ଗୋଟେ କାରଣ ଅଟେ ।

ଯେଉଁ ଲୋକ ଅଲଗା ଲୋକଙ୍କ ଅଧିକାର ଉପରେ ଜବାର ଦଖଲ କରି ମାରିକି ଖାଆନ୍ତି କିଛି ସମୟ ତ ଖୁସି ରେ ରୁହନ୍ତି କିନ୍ତୁ ପରେ ଶନିଦେବ ତାଙ୍କୁ ବହୁତ ହଇରାଣ କରନ୍ତି । ଯେଉଁ ଲୋକ ଅନ୍ନ କୁ ନିନ୍ଦନ୍ତି ଏବଂ ଥାଳି ରେ ଖାଦ୍ୟ ଛାଡି ଉଠି ଯାଆନ୍ତି ଶନିଦେବ ତାଙ୍କ ଉପରେ ବହୁତ ଜୋରେ ରାଗି ଥାନ୍ତି । ଯେଉଁ ଲୋକଙ୍କର ଜିନିଷ ଫୋପଡା ଫୋପଡି କରିବାର ଖରାପ ଅଭ୍ୟାସ ଥାଏ ସେହି ଲୋକଙ୍କ ଉପରେ ଶନିଦେବଙ୍କ ଖରାପ ଦୃଷ୍ଟି ପଡି ଥାଏ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button