ଦେଶ ବିଦେଶ

ଏପରି କରନ୍ତୁ ବ୍ୟବହାର, ଆଳୁ ରସ ଦ୍ବାରା ଘନ ଏବଂ ଲମ୍ବା ହେବ କେଶ

ଲମ୍ବା, ଘନ ଏବଂ ମଜବୁତ କେଶ କାହାକୁ ବା ପସନ୍ଦ ନୁହଁ। ଏନେଇ କେଶକୁ ମଜବୁତ ଏବଂ ଲମ୍ବା ରଖିବା ପାଇଁ ମହିଳା ଅନେକ ଟଙ୍କା ମଧ୍ୟ ଖର୍ଚ୍ଚ କରିଥାନ୍ତି। ତେବେ ଆପଣ ଜାଣିଛନ୍ତି କି, ଆପଣଙ୍କ ରୋଷେଇ ଘରେ ରହିଛି କେଶକୁ ଚମକଦାର ଏବଂ ଘନ କରିବାର ରାଜ। ଆଳୁ ରସର କେଶରେ ବ୍ୟବହାର କେଶକୁ ଲମ୍ବା, ଘନ ଏବଂ ଚମକଦାର କରିଥାଏ।

hair patato

ପ୍ରାୟ ସମସ୍ତଙ୍କ ଘରେ ବ୍ୟବହାର କରାଯାଇଥାଏ ଆଳୁ। କିନ୍ତୁ ସାଧାରଣ ଭାବେ ବ୍ୟବହାର ହେଲା ପରେ ମଧ୍ୟ ଅନେକ ଏହାର ରସର ଉପକାରିତା ବିଷୟରେ ଜାଣିନଥିବେ। ଏହା କେବଳ କେଶକୁ ଝଡ଼ିବାରୁ ବଞ୍ଚାଇଥାଏ ତାହା ନୁହଁ ଏହାକୁ ମଜବୁତ ଏବଂ ଚମକଦାର ମଧ୍ୟ କରାଇଥାଏ।

ଏପରି କରନ୍ତୁ ବ୍ୟବହାର :

-ଆଳୁକୁ ଭଲ ଭାବେ ଧୋଇ ତାହାକୁ ସଫା କରିଦିଅନ୍ତୁ। ଏହାର ଚୋପା ବାହାର କରି ତାହାର ରସ ପ୍ରସ୍ତୁତ କରନ୍ତୁ। ଏହି ରସକୁ ପ୍ରସ୍ତୁତ କରିବା ସଙ୍ଗେ ସଙ୍ଗେ ସେବନ କରନ୍ତୁ। ଆଳୁ ରସର ଦୈନିକ ସେବନ କେଶକୁ ଲମ୍ବା ଏବଂ ମଜବୁତ କରାଇଥାଏ।

patato

-ଆଳୁର ରସକୁ ରାତିରେ ଶୋଇବା ପୂର୍ବରୁ ମୁଣ୍ଡରେ ଲଗାଇବା ପରେ ସକାଳେ ସାମ୍ପୁ ଲଗାଇ କେଶକୁ ଧୋଇଦିଅନ୍ତୁ। ସପ୍ତାହକୁ ଦୁଇ-ତିନିଥର ଏହି ଭାବେ ଆଳୁ ରସର ବ୍ୟବହାର କରନ୍ତୁ। ଦେଖିବେ କମ ଦିନ ମଧ୍ୟରେ କେଶ ଝଡ଼ିବା କମ ହୋଇଯିବ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button