କ୍ରୀଡା

ବିଶ୍ୱକପ ହକି : ଆଜି ବିର୍ସା ମୁଣ୍ଡାରେ ଇଂଲଣ୍ଡକୁ ଭେଟିବ ଭାରତ, ସିଧାସଳଖ କ୍ୱାର୍ଟରରେ ପ‌ହଞ୍ଚିବ ବିଜୟୀ ଦଳ

ରାଉରକେଲା- ହକି ବିଶ୍ୱକପରେ ଭାରତ ଆଜି ଇଂଲଣ୍ଡକୁ ଭେଟିବ। ରାଉରକେଲା ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମରେ ସନ୍ଧ୍ୟା ୭ଟାରେ ଗ୍ରୁପ ‘ଡି’ ର ଏହି ଗ୍ରୁପ ମ୍ୟାଚ୍‌ ଖେଳାଯିବ। ଉଭୟ ଦଳ ନିଜ ନିଜର ପ୍ରଥମ ମ୍ୟାଚ୍‌ ଜିତିଛନ୍ତି।

ଇଂଲଣ୍ଡ ୱେଲ୍ସକୁ ୫-୦ରେ ହରାଇ ଥିବା ବେଳେ ଭାରତ ସ୍ପେନକୁ ହରାଇଥିଲା। କିନ୍ତୁ ଗୋଲ ବ୍ୟବଧାନ ଦୃଷ୍ଟିରୁ ଭାରତ ଇଂଲଣ୍ଡ ପଛକୁ ଦ୍ୱିତୀୟ ସ୍ଥାନରେ ରହିଛି।

ଆଜିର ମ୍ୟାଚ୍‌ ଜିତିଲେ ଟେବୁଲ ଟପ୍‌ରେ ଭାରତ ପହଞ୍ଚିବ। ଏଥିସହ ନକ୍ଆଉଟ୍ ପାଇଁ ମଧ୍ୟ ଯୋଗ୍ୟତା ହାସଲ କରିବ । ନିୟମ ଅନୁସାରେ ଗ୍ରୁପ୍‌ର ଶୀର୍ଷ ସ୍ଥାନରେ ରହିବାକୁ ଥିବା ଦଳ ସିଧାସଳଖ କ୍ୱାର୍ଟର ଫାଇନାଲ ଖେଳିବ । ଦ୍ୱିତୀୟ ସ୍ଥାନରେ ରହୁଥିବା ଦଳ କ୍ରସ ଓଭର ମ୍ୟାଚ୍‌ ଖେଳିବ। ଏ ପର୍ଯ୍ୟନ୍ତ ଦୁଇ ଦଳ ମଧ୍ୟରେ ବିଶ୍ୱକପରେ ମୋଟ ୮ ଥର ମୁକାବିଲା ‌ହୋଇଛି । ଭାରତ ୩ଟିରେ ଜିତିଥିବା ବେଳେ ଇଂଲଣ୍ଡ ୪ଟିରେ ବିଜୟ ହାସଲ କରିଛି । ଗୋଟିଏ ମ୍ୟାଚ ଡ୍ର ରହିଛି।

ବିର୍ସା ମୁଣ୍ଡା ଷ୍ଟାଡିୟମରେ ଆଜି ଆଉ ଗୋଟିଏ ମ୍ୟାଚ୍‌ ଅପରାହ୍ନ ୫ଟାରେ ଖେଳାଯିବ। ଏହି ମ୍ୟାଚ୍‌ ସ୍ପେନ ଓ ୱେଲ୍ସ ମଧ୍ୟରେ ଖେଳାଯିବ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button