ନୀତି

କାଙ୍ଗାଳ କରିଦେଇଥାଏ ପାପୁଲିର ଏହି ଚିହ୍ନ, ଦେଖନ୍ତୁ ଆପଣଙ୍କ ହାତରେ ଏମିତି ନାହିଁ ତ !

କିଛି ମଣିଷ ଏମିତି ହୋଇଥାନ୍ତି ଯେଉଁମାନେ ଅଳ୍ପ ପରିଶ୍ରମ କରି ମଧ୍ୟ ବହୁତ ସଫଳତା ପାଇ ଯାଆନ୍ତି। ଆଉ କିଛି ଲୋକ ଅଛନ୍ତି ଯେଉଁମାନେ ଲକ୍ଷେ ଚେଷ୍ଟା କରିବା ପରେ ମଧ୍ୟ ଅସଫଳ ହୋଇ ରହିଯାଆନ୍ତି। ସମୁଦ୍ରଶାସ୍ତ୍ରରେ ଏହାର କାରଣ କୁହାଯାଇଛି। ହସ୍ତରେଖା ଶାସ୍ତ୍ର ଅନୂଯାୟୀ ପାପୁଲୀରେ ଅଶୁଭ ଚିହ୍ନ ଥିବା କାରଣରୁ ବ୍ୟକ୍ତି କାଙ୍ଗାଳ ହୋଇଯାଇଥାଏ। ଆସନ୍ତୁ ଜାଣିବା ପାପୁଲିରେ ଏମିତି କିଛି ଅଶୁଭ ଚିହ୍ନ।

କଟା ଥିବା ଭାଗ୍ୟରେଖା

palmପାପୁଲିରେ ଭାଗ୍ୟରେଖା ଥିଲେ ତାହା ବହୁତ କିଛି ମହତ୍ତ୍ବ ରଖିଥାଏ। ଭଲ ଭାଗ୍ୟରେଖା ଥିବା କାରଣରୁ ବ୍ୟକ୍ତି ଭାଗ୍ୟଶାଳୀ ହୋଇଥାନ୍ତି ଯାହାଦ୍ବାରା ତାଙ୍କ ଜୀବନରେ ଧନ-ସମ୍ପଦର ଅଭାବ ରହି ନଥାଏ। ଯଦି କୌଣସି ବ୍ୟକ୍ତିଙ୍କ ଭାଗ୍ୟରେଖା ଦୁର୍ବଳ,ଏପଟ-ସେପଟ କିମ୍ବା ଅନ୍ୟ କେଉଁ ରେଖା ତାକୁ କାଟି ଥାଏ ତେବେ ଏମିତି ବ୍ୟକ୍ତିଙ୍କୁ ଭାଗ୍ୟହୀନ କୁହାଯାଏ। ତାଙ୍କୁ ସବୁବେଳେ ସମସ୍ୟାର ସାମ୍ନା କରିବାକୁ ପଡିଥାଏ।

ସୂର୍ଯ୍ୟ ରେଖା ନଥିଲେ

ହସ୍ତରେଖା ଜ୍ୟୋତିଷଙ୍କ ଅନୁଯାୟୀ ସୂର୍ଯ୍ୟ ରେଖା ଦ୍ବାରା ବ୍ୟକ୍ତିଙ୍କର ମାନ-ସମ୍ମାନ ବଢ଼ିଥାଏ। ଯଦି କୌଣସି ବ୍ୟକ୍ତିଙ୍କର ଉଚିତ ସୂର୍ଯ୍ୟ ରେଖା ହୋଇନଥାଏ ତେବେ ସେହି ବ୍ୟକ୍ତିଙ୍କୁ ଉଚିତ ମାନ-ସମ୍ମାନ ପ୍ରାପ୍ତି ହୋଇନଥାଏ। ପରିଶ୍ରମ କରିବା ପରେ ମଧ୍ୟ ତାଙ୍କୁ ସଫଳତା ମିଳି ନଥାଏ। କାଙ୍ଗାଳ ଏମିତି ଲୋକଙ୍କର ପିଛା ଛାଡି ନଥାଏ।

palmistryପର୍ବତରେ ଉଭାର ନଥିବା

ପାପୁଲିରେ ଯଦି ସବୁ ପର୍ବତରେ କୌଣସି ପ୍ରକାର ଉଭାର ନଥାଏ ତେବେ ଏମିତି ବ୍ୟକ୍ତିଙ୍କୁ ଭାଗ୍ୟହୀନ ବୋଲି କୁହାଯାଏ ।

ଆବଶ୍ୟକରୁ ଅଧିକ ଛିଦ୍ର ଚିହ୍ନ ଥିଲେ

କିଛି ଲୋକଙ୍କ ପାପୁଲି ବିଲକୁଲ ସ୍ବଷ୍ଟ ଦେଖା ଯାଇନଥାଏ। ଏବଂ ଯଦି ବି ସଫା ଥାଏ ତେବେ ଏତେ ରେଖା କାରଣରୁ କିଛି ଜଣା ପଡିନଥାଏ। ଆବଶ୍ୟକରୁ ଅଧିକ ରେଖା ଥିବା କାରଣରୁ ବ୍ୟକ୍ତିଙ୍କ ଆର୍ଥିକ ସ୍ଥିତି ଠିକ ରହିନଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button