ବିଚାର

ବିଛଣା ରେ ବସି ଭୋଜନ କରୁଥିବା ବ୍ୟକ୍ତି ଏହାକୁ ଥରେ ନିଶ୍ଚୟ ପଢନ୍ତୁ – Vastu Shastra

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ବାସ୍ତୁଶାସ୍ତ୍ର ରେ ଥିବା କିଛି ନିୟମ ସମ୍ବନ୍ଧରେ କହିବୁ। ଯେଉଁ ନିୟମ ଗୁଡ଼ିକୁ ଭୋଜନ କରିବା ସମୟରେ ପାଳନ କରିବା ଉଚିତ। ବନ୍ଧୁଗଣ ବର୍ତ୍ତମାନ ର ସମୟ ଏବଂ ପରସ୍ଥିତି ସମ୍ପୂର୍ଣ୍ଣ ରୂପରେ ବଦଳି ଯାଇଛି। ସମସ୍ତ ବ୍ୟକ୍ତି ସମୟ ଅନୁସାରେ ନିଜକୁ ମଧ୍ୟ ପରିବର୍ତ୍ତନ କରି ସାରିଛନ୍ତି।ପ୍ରାୟତଃ ବ୍ୟକ୍ତି ନିଜ ସଂସ୍କୃତି କୁ ଭୁଲି ଯାଉଛନ୍ତି ଯାହାର ପ୍ରଭାବ ଆମ ଜୀବନ ରେ ମଧ୍ୟ ପଡ଼ୁଛି। ପୂର୍ବ କାଳରେ ସମସ୍ତେ ଚଟ୍ଟାଣ ରେ ବସି ଭୋଜନ କରୁଥିଲେ ଯାହାଦ୍ୱାରା ପୃଥିବୀ ରେ ଥିବା ସକାରାତ୍ମକ ଶକ୍ତି ସହିତ ସେମାନଙ୍କ ମିଳନ ହେଉଥିଲା ଏବଂ ସେମାନେ ବଳଶାଳୀ ତଥା ସୁସ୍ଥ ରହୁଥିଲେ। କିନ୍ତୁ ବର୍ତ୍ତମାନ ସମୟରେ ଅଧିକାଂଶ ବ୍ୟକ୍ତି ଦୁର୍ବଳତା ର ଶିକାର ହେଉଛନ୍ତି କାରଣ ସେମାନେ ଚଟ୍ଟାଣ ରେ ବସି ଭୋଜନ କରୁ ନାହାନ୍ତି।

ବନ୍ଧୁଗଣ ବାସ୍ତୁଶାସ୍ତ୍ର ଅନୁସାରେ ଭୋଜନ କରିବା ସମୟରେ କେତେ ଗୁଡ଼ିଏ ନିୟମର ପାଳନ କରିବାକୁ ଉଲ୍ଲେଖନୀୟ ରହିଛି ଏବଂ ସେହି ନିୟମ କୁ ବୈଜ୍ଞାନିକ ଦୃଷ୍ଟି କୋଣ ରୁ ମଧ୍ୟ ସଠିକ ବୋଲି ବିବେଚନା କରା ଯାଇଛି। ତେବେ ବନ୍ଧୁଗଣ ଆଜି ଆମେ ଆପଣଂକୁ ସେହି ନିୟମ ଗୁଡ଼ିକ ସମ୍ବନ୍ଧରେ କହିବୁ। ତେବେ ବନ୍ଧୁଗଣ ଆସନ୍ତୁ ସେହି ନିୟମ ଗୁଡ଼ିକ ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା।

୧. ବନ୍ଧୁଗଣ ପ୍ରଥମ ନିୟମ ଟି ହେଉଛି, ଭୋଜନ କକ୍ଷ ନିମନ୍ତେ ସଠିକ ସ୍ଥାନ। ବନ୍ଧୁଗଣ ସର୍ବଦା ଭୋଜନ କକ୍ଷ ନିମନ୍ତେ ଉତ୍ତମ ସ୍ଥାନ ବାଛିବା ଉଚିତ। କେବେବି ଶୌଚାଳୟ କୁ ଲାଗି ଅଥବା ଶୌଚାଳୟ ସାମ୍ନା ରେ ଭୋଜନ କକ୍ଷ ରହିବା ଉଚିତ ନୁହେଁ। ସର୍ବଦା ଭୋଜନ କକ୍ଷ ଏବଂ ଶୌଚାଳୟ ଭିନ୍ନ ସ୍ଥାନରେ ରହିବା ଉଚିତ। ଭୋଜନ କକ୍ଷ କୁ ବୃହସ୍ପତି ଗ୍ରହ ର ପ୍ରତୀକ ବୋଲି ମାନି ନିଆ ଯାଇଥାଏ। ତେଣୁ ଭୋଜନ କକ୍ଷ ସର୍ବଦା ଉତ୍ତମ ସ୍ଥାନରେ ରହିବା ଆବଶ୍ୟକ।

୨. ବନ୍ଧୁଗଣ ଦ୍ବିତୀୟ ନିୟମ ଟି ହେଉଛି, ଭୋଜନ କରିବାର ସଠିକ ଦିଗ। ବନ୍ଧୁଗଣ ପୂର୍ବ ଏବଂ ଉତ୍ତର ଦିଗ ଭୋଜନ କରିବା ନିମନ୍ତେ ସର୍ବୋତ୍ତମ ହୋଇଥାଏ। ଏହି ଦିଗରେ ଭୋଜନ କରିବା ଦ୍ୱାରା ସକରାତ୍ମକତା ଉର୍ଜା ସୃଷ୍ଟି ହୋଇଥାଏ। ଏହା ଦ୍ବାରା ମାତା ଲକ୍ଷ୍ମୀ ଙ୍କ କୃପାଦୃଷ୍ଟି ଲାଭ ହୋଇଥାଏ ଏବଂ ଏହା ସହିତ ଯଶ ଏବଂ ପ୍ରତିଷ୍ଠା ଲାଭ ହୋଇଥାଏ। ବନ୍ଧୁଗଣ ଯେଉଁ ବ୍ୟକ୍ତି ଙ୍କ ମାତା ପିତା ଜୀବିତ ଅଛନ୍ତି ସେମାନେ କେବେବି ଦକ୍ଷିଣ ଦିଗରେ ଭୋଜନ କରିବା ଉଚିତ ନୁହେଁ, ବରଂ ସେମାନେ ସର୍ବଦା ପଶ୍ଚିମ ଦିଗରେ ଭୋଜନ କରିବା ସର୍ବୋତ୍ତମ ହୋଇଥାଏ।

୩. ବନ୍ଧୁଗଣ ତୃତୀୟ ନିୟମ ଟି ହେଉଛି, ସର୍ବଦା ଭୋଜନ କରିବା ପୂର୍ବରୁ ହାତ ଏବଂ ମୁହଁକୁ ଭଲ ଭାବରେ ଧୋଇବା ଉଚିତ। ଏହା ସହିତ ପାଦ ମଧ୍ୟ ଧୋଇବା ଉଚିତ। ଏହା ଅତ୍ୟନ୍ତ ଶୁଭ ହୋଇଥାଏ। କେବେବି ଦକ୍ଷିଣ ଦିଗରେ ମୁହଁ କରି ଭୋଜନ କରିବା ଉଚିତ ନୁହେଁ ନଚେତ ପେଟ ରେ ବିଭିନ୍ନ ପ୍ରକାର ରୋଗ ଦେଖା ଦେଇଥାଏ। କେବେବି ଖାଇବା ସମୟରେ ଗୋଡ଼ ହଲାଇବା ଆଦୋୖ ଉଚିତ ନୁହେଁ। ଯେଉଁ ବ୍ୟକ୍ତି ମାନଙ୍କର ଆର୍ଥିକ ସମସ୍ୟା ରହିଛି ସେମାନେ ସର୍ବଦା ପଶ୍ଚିମ ଦିଗରେ ଭୋଜନ କରିବା ଉଚିତ। ଏହା ଦ୍ବାରା ଆର୍ଥିକ ସମସ୍ୟା ଦୂର ହୋଇଥାଏ।

୪. ବନ୍ଧୁଗଣ ଚତୁର୍ଥ ନିୟମ ଟି ହେଉଛି, ଭଙ୍ଗା ବା ଅସନା ବାସନ ରେ ଭୋଜନ କରିବା ଅନୁଚିତ। ବନ୍ଧୁଗଣ ଏପରି କରିବା ଦ୍ୱାରା ମାତା ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇଥାନ୍ତି। ତେଣୁ କେବେବି ଏହି ଭୁଲ କରନ୍ତୁ ନାହିଁ। ଏହା ସହିତ କେବେବି ବିଛଣା ରେ ବସି ଖାଦ୍ୟ ଖାଇବା ଉଚିତ ନୁହେଁ। ଏହା ଦ୍ଵାରା ଆମ ଶରୀରର ତାପମାନ ବଢ଼ିଥାଏ ଏବଂ ଖାଦ୍ୟ ସଠିକ ଭାବରେ ହଜମ ହୋଇନଥାଏ। ସର୍ବଦା ଚଟ୍ଟାଣ ରେ ବସି ଭୋଜନ କରିବା ଉଚିତ। ଏହାଦ୍ବାରା ଆମ ହଜମ କ୍ରିୟା ସଠିକ ଭାବରେ ହୋଇଥାଏ।

ବନ୍ଧୁଗଣ କେବେବି ଖାଦ୍ୟ ଖାଇବା ପରେ ସେହି ଥାଳି ରେ ହାତ ଧୁଅନ୍ତୁ ନାହିଁ। ଏହାଦ୍ବାରା ମାତା ଅନ୍ନପୂର୍ଣ୍ଣା ଙ୍କ ଅପମାନ ହୋଇଥାଏ ଏବଂ ସର୍ବଦା ଯେତିକି ପରିମାଣ ରେ ଆବଶ୍ୟକ ସେତିକି ପରିମାଣରେ ଖାଦ୍ୟ ନେବା ଉଚିତ । ତେବେ ବନ୍ଧୁଗଣ ଭୋଜନ କରିବା ସମୟରେ ଏହି ସବୁ ନିୟମ ର ନିଶ୍ଚିତ ଭାବରେ ପାଳନ କରନ୍ତୁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button