ଜୀବନଶୈଳୀ

ରହିବନି କୌଣସି ଚିନ୍ତା, ଯଦି ଦୈନିକ ସକାଳୁ ଉଠି କରିବେ ଏହି ଯୋଗାସନ

ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନ ଚିନ୍ତା ଏବଂ ମାନସିକ ଅସନ୍ତୁଳନତାରେ ଭରି ରହିଛି।  ଚିନ୍ତା ତ ଜୀବନ ଅଂଶପ୍ରାୟ। କିନ୍ତୁ ଯେତେବେଳେ ଏହି ଚିନ୍ତା ବଢି ବଢି ମାନସିକ ଅସନ୍ତୁଳନତାର ରୂପନିଏ,ତାହା ଦୁଶ୍ଚିନ୍ତା ଶରୀର ପାଇଁ ଘାତକ ସାବ୍ୟସ୍ତ ହୋଇ ଥିବା ବେଳେ ରୋଗକୁ କରିଥାଏ ଆମନ୍ତ୍ରଣ।  ବିଭିନ୍ନ ରିସର୍ଚ୍ଚରୁ ଜଣାପଡିଛି, ଅତ୍ୟଧିକ ଚିନ୍ତାରେ ରହୁଥିବା ବ୍ୟକ୍ତି ନିଜ ସହ ଆତ୍ମୀୟମାନଙ୍କ ମାନସିକ ଅସନ୍ତୁଳନତାର କାରଣ ହୋଇଥାନ୍ତିଜ୍ଝ
ଏକ ରିସର୍ଚ୍ଚଙ୍କ କହିବା ମୁତାବକ “ମାନସିକ ଅସନ୍ତୁଳନତାକୁ ଯୋଗ ଦ୍ୱାରା ଠିକ କରିବାର କୌଣସି ପଦ୍ଧତି ନାହିଁ, କିନ୍ତୁ ଏହାର ଅଗ୍ରଗତିକୁ ଯୋଗ ଦ୍ବାରା ଅଟକା ଯାଇପାରିବା “।

 

କେଉଁ ରୋଗ କରିଥାଏ ଚିନ୍ତାରୁ ମୁକ୍ତି

ଆସନ ଯେମିତିକି ସୂର୍ଯ୍ୟ ନମସ୍କାର, ବୀରଭଦ୍ର ଆସନ, ତାଡାସନ, ପ୍ରାଣାୟାମ ଏବଂ ତ୍ରିକୋଣାସନ ଆପଣଙ୍କ ଚିନ୍ତା ହ୍ରାସରେ ସହାୟତା କରିଥାଏ।

ଏପରିକି ଏବେ ବଡ କମ୍ପାନୀ ମାନଙ୍କରେ କର୍ମଚାରୀ ମାନଙ୍କ ମାନସିକ ଚିନ୍ତା ହ୍ରାସ କରିବା ପାଇଁ ନୀତିଦିନ ଯୋଗ ଅଭ୍ୟାସ କରାଯାଉଛି । ଏହା ଦ୍ୱାରା କର୍ମଚାରୀମାନେ ନିଜ କାମକୁ ସଠିକ୍ ଭାବେ କରିପାରୁଥିବା ଜଣାପଡିଛି।

ତେବେ ମାନସିକ ରୋଗ ନେଇ ଶିକ୍ଷାର ଅଭାବ ଯୋଗୁଁ ମାତ୍ର ୨୯ପ୍ରତିଶତ ଲୋକ ଏନେଇ କୌଣସି ଚିକିତ୍ସା କରିବାରେ ମଧ୍ୟ ସଫଳ ହୋଇନଥାନ୍ତି ।  ଏଣୁ ଏହାକୁ ଦୂର କରିବା ପୂର୍ବରୁ ପ୍ରଥମେ ଏହା ବିଷୟରେ ଜାଣିବା ଉଚିତ୍। ଏଣୁ ଏନେଇ ପିଲାଟି ବେଳୁ ମାନସୀକ ରୋଗ ନେଇ ଶିକ୍ଷା ପ୍ରଦାନ କରିବା ଉଚିତ୍।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button