ଦେଶ ବିଦେଶ

ଚଷମା ପିନ୍ଧି ନାକରେ ହୋଇଯାଇଛି କି ଦାଗ, ତେବେ ଜଲଦି ଆପଣାନ୍ତୁ ଏହି ଘରୋଇ ଉପଚାର

ଚଷମା ପିନ୍ଧିବା କାରଣରୁ ଯଦି ଆପଣଙ୍କ ନାକରେ ଦାଗ ରହି ଯାଇଛି। ଯେଉଁ କାରଣରୁ ଚେହେରା ବହୁତ ଖରାପ ଦେଖା ଯାଉଛି। ତେବେ ଚିନ୍ତା କରନ୍ତୁ ନାହିଁ ଏହି ଘରୋଇ ଉପଚରର ସାହାଯ୍ୟ ନିଅନ୍ତୁ। ଏହି ଘରୋଇ ଉପଚାର ଦ୍ବାରା ଆପଣଙ୍କ ଚେହେରାରୁ ସବୁ ଦାଗ ଦୂର ହୋଇଯିବ।

କମଳା

Orange (1)କମଳାର ଚୋପାକୁ ଖରାରେ ଶୁଖାଇ ପେଶି ଦିଅନ୍ତୁ। କମଳା ଚୋପାର ପ୍ରସ୍ତୁତ ପାଉଡରକୁ ଅଧା ଚାମଚ କ୍ଷୀରରେ ମିଶାଇ ନାକରେ ଦାଗ ହୋଇଥିବା ସ୍ତାନରେ ଲାଗାନ୍ତୁ। ଏହା ଶୁଖିଯିବା ପରେ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ।

ଲେମ୍ବୁ

lemonsଗୋଟିଏ ଚାମଚ ଲେମ୍ବୁର ରସରେ ଏକ ଚାମଚ ପାଣି ମିଶାଇ ତୁଳା ସାହାଯ୍ୟରେ ଚଷମା ଦ୍ବାରା ହୋଇଥିବା ଦାଗ ଉପରେ ଲଗାନ୍ତୁ। ଏହି ରସକୁ ୧୫ ମିନିଟ ପର୍ଯ୍ଯନ୍ତ ଲଗାଇ ରଖିବା ପରେ ଚେହେରାକୁ ଧୋଇ ସଫା କରି ଦିଅନ୍ତୁ। ସବୁଦିନ ଏହି ଉପଚାରକୁ ବ୍ୟବହାର କରିବା ଦ୍ବାରା ପ୍ରାୟ କିଛି ଦିନ ମଧ୍ୟରେ ଏହି ଦାଗ ଦୂର ହୋଇଯିବ।

କାକୁଡି

cocomberକାକୁଡି ଚେହେରାର ଦାଗ ଏବଂ ଚିହ୍ନକୁ ଦୂର କରିବାର ଏକ ରାମବାଣ ଉପାୟ ଅଟେ। ନାକରୁ ଚଷମାର ଦାଗ ଦୂର କରିବା କାକୁଡିର ବ୍ୟବହାର କରାଯାଏ। ଏଥିପାଇଁ ଦାଗ ହୋଇଥିବା ସ୍ତାନରେ କାକୁଡିର ଛୋଟ ଖଣ୍ଡକୁ ଘଷନ୍ତୁ। ଏମିତି କରିବା ଦ୍ବାରା ଶୀଘ୍ର ଦାଗ ଦୂର ହୋଇଯିବ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button