ବିଚାର

ଭଲ ଲୋକଙ୍କ ସହିତ ସବୁବେଳେ କାହିଁକି ଖରାପ ହେଇଥାଏ- Gita Vani

ଭଲ ମଣିଷ ସହିତ ଖରାପ କାହିଁକି ହୋଇଥାଏ । ଯେତେବେଳେ ଆମ ସହିତ କିଛି ଭୁଲ ହେଉଛି ସେତେବେଳେ ଆମକୁ କଣ କରିବା ଉଚିତ । ଯେତେବେଳେ ଆମ ସହିତ କିଛି ଭୁଲ ହୋଇଥାଏ ସେତେବେଳେ ଆମେ ଏହା ନିଶ୍ଚିନ୍ତ କହିଥାଉ କି ଏମିତି ମୋ ସହିତ କାହିଁକି ହେଉଛି । ମୁ ଏତେ ଅଶୁଭ କାହିଁକି । ଆମେ ନିଜକୁ ହିଁ ଏହି ସବୁ ପାଇଁ ଦୋଷୀ ବୋଲି କହିଥାଉ । ଆଉ ଆମେ ରାଗିଯାଇ ଥାଉ ଭଗବାନ ଙ୍କ ଉପରେ ଏବଂ ନିଜ ଉପରେ । କି ମୁ ତ ସବୁ ଭଲ କାମ କରିଛି କେବେ କାହାର ଖରାପ କରିନାହିଁ ତେବେ କାହିଁକି ଭଗବାନ ମୋ ସହିତ ଏମିତି କରୁଛନ୍ତି । କିଛି ଏମିତି ହୋଇଥାଏ ଆମର ଭାବନା । ତେବେ ଚାଲନ୍ତୁ ଜାଣିବା ଏହି ବିଷୟରେ କିଛି ।

ଗୋଟେ ଥର ଜଣେ ବ୍ୟପାରି କୃଷ୍ଣ ଭକ୍ତ ଥିଲା, ସେ କେବେ କାହାର ଖରାପ ଚିନ୍ତା କରିନଥିଲା । ସେ ସବବେଳେ ଭଗବାନଙ୍କୁ ପ୍ରାର୍ଥନା କରି ନିଜ କାମରେ ଯାଏ । ଏହି ବ୍ୟାପାର ଉପରେ ସମସ୍ତେ ଖୁସି ଥିଲେ । ସେଠି ଆଊ ଗୋଟେ ବହୁତ ଖରାପ ଲୋକ ରହୁଥିଲା ସେ ସେତେବେଳେ ମନ୍ଦିର ଯାଉଥିଲା କିନ୍ତୁ ସେ ମନ୍ଦିରରେ ମଧ୍ୟ ଲୋକଙ୍କୁ ଏବଂ ଜୀବ ଜନ୍ତୁ ଙ୍କୁ ଦୁଃଖୀ କରୁଥିଲା । ସେ ଜୀବ ମାନଙ୍କ ଉପରେ ପଥର ପକାଉଥିଲା ।

ସେ ଜୁଆ ଖେଳୁଥିଲା ଏବଂ ମଦ ମଧ୍ୟ ପିଉଥିଲା । ଗୋଟେ ଦିନ ବହୁତ ଜୋରେ ବର୍ଷା ହେଉଥିଲା ଆଉ ମନ୍ଦିରରେ କେହି ମଧ୍ୟ ନଥିଲେ । ଖରାପ ଲୋକଟି ଦେଖିଲା ମନ୍ଦିରରେ କେହି ମଧ୍ୟ ନାହାନ୍ତି, ପୂଜାରୀ ମଧ୍ୟ ନାହାନ୍ତି । ତ ସେ ସବୁ ପଇସା ନେଇ ଫେରାର ହୋଇଗଲା । ଆଊ ଟିକେ ସମୟ ପରେ ବ୍ୟାପାରି ମଧ୍ୟ ମନ୍ଦିରକୁ ଆସିଲା ଆଊ ଚୋରି ର ଆରୋପ ବ୍ୟପାରୀ ଉପରେ ଲାଗିଗଲା । ଲୋକମାନେ ବ୍ୟାପାରି କୁ ବହୁତ ଗାଳିଦେଲେ ।

ବହୁତ କାକୁତି ମିନତି କରିବାପରେ ବ୍ୟାପାରି ମନ୍ଦିରରୁ ବାହାରକୁ ଆସିଥିଲା ଆଊ ବାହାରକୁ ଆସିବା ମାତ୍ରେ ଗୋଟେ ବଡ଼ କାର ତାକୁ ଧକା ଦେଇ ଚାଲିଗଲା । ବ୍ୟାପାରି ତଳେ ପଡ଼ିଗଲା ଆଊ ସେତେବେଳେ କାର ରୁ ଗୋଟେ ବ୍ୟାଗ ଖସିପଡିଥିଲା ଯାହା କାର ବାଲା ଦେଖି ନଥିଲା । ସେତେବେଳେ ଖରାପ ବ୍ୟକ୍ତି ଜଣଙ୍କ ସବୁ କିଛି ଦେଖୁଥିଲା । ଆଊ ଦୋୖଡି ଯାଇ ବ୍ୟାଗ ଖୋଲିଥିଲା ସେତେବେଳେ ଖରାପ ବ୍ୟକ୍ତି ର ମୁଣ୍ଡ ବୁଲେଇ ଦେଲା କାରଣ ବ୍ୟାଗ ତ ପୁରା ଟଙ୍କା ରେ ଫୁଲ ଥିଲା ।

ଆଊ ସେ ଖୁସିରେ ଜୋରେ ଚିଲେଇକି କହିଲା ଆରେ ଆଜି ତ ବହୁତ ଭଲ ଦିନ ଅଟେ ସକାଳେ ମନ୍ଦିରରୁ ପଇସା ମିଳିଲା ଆଊ ଆବେ ବ୍ୟାଗ ରେ ପଇସା । ସେତେବେଳେ ବ୍ୟାପାରି ବୁଝିଗଲା ଆଊ ଘରକୁ ଯାଇ ଭଗବାନଙ୍କ ସବୁ ଫଟୋ ଫୋପାଡି ଦେଲା । ବ୍ୟାପାରି ନିଜ ସ୍ତ୍ରୀ ଏବଂ ପିଲାମାନଙ୍କୁ କହିଲା ଆଜି ଠାରୁ ଏହି ଘରେ ଭଗବାନଙ୍କ କୌଣସି ଫଟୋ ବା ମୂର୍ତ୍ତି ରହିବ ନାହିଁ । ଏହି ଦୁନିଆରେ ଭଗବାନ ନାହାନ୍ତି । ସବୁ ମିଛ ଅଟେ ।

ସବୁ ମନର ଭ୍ରମ ଯଦି ଭଗବାନ ଥାନ୍ତେ ତେବେ କଣ ସେ ଏତିକି ବି ଦେଖି ପାରିଲେନି କି ମୁ ଚୋର ନୁହେଁ ବରଂ ସେ ଖରାପ ବ୍ୟକ୍ତି ଚୋର ଅଟେ । ଏତେ ସବୁ ପରେ ମୋତେ ଏଇଆ ମିଳିଲା । ବ୍ୟାପାରି ସେଦିନ ରାତିରେ ଖାଇବା ମଧ୍ୟ ଖାଇଲା ନାହିଁ । ଏବଂ ଶୋଇପଡ଼ିଲା । ସ୍ୱପ୍ନରେ ତାକୁ ସ୍ଵୟଂ ଭଗବାନ ଦର୍ଶନ ଦେଲେ ଆଊ କହିଲେ ଜାଣିଛୁ ଆଜି ତୋର ଜୀବନର ଶେଷ ଦିନ ଥିଲା ଆଜି ତୋର ମୃତ୍ୟୁ ହେବାକୁ ଯାଉଥିଲା ।

କାରଣ ପୂର୍ବ ଜନ୍ମରେ ତୁ ସାଧୁ ଙ୍କ ଉପରେ ଗାଡି ଚଢାଇ ଦେଇଥିଲୁ ଏବଂ ସେହି ପାପ କାରଣରୁ ତତେ ଆଜି ଶାସ୍ତି ମିଳିବାର ଥିଲା ଆଊ ସେହି ଖରାପ ବ୍ୟକ୍ତି କୁ ପୂର୍ବ ଜନ୍ମର ପୁନ୍ୟ ପାଇଁ ରାଜ ଭୋଗ କରିବାର ଥିଲା କିନ୍ତୁ ସେହି ବ୍ୟକ୍ତିର ଏହି ଜନ୍ମରେ ପାପ ପାଇଁ ତାକୁ କିଛି ଧନ ମିଳିଲା ଆଊ ତୋର ପୂନ୍ୟ ପାଇଁ ତତେ ନୂଆ ଜୀବନ ମିଳିଲା ।

ଏହି କାହାଣୀରେ ଆମେ ଏହା ଜାଣିଲୁ ଯେ ଆମ ଜୀବନରେ ଯେତେ ଅସୁବିଧା ଆସିଲେ ମଧ୍ୟ ଆମକୁ ଭଗବାନ ଙ୍କ ଉପରେ ଭରସା ରଖିବା ଦରକାର । କାରଣ ଭଗବାନ ଯାହା କରିଥାନ୍ତି ପ୍ରାଣୀ ର ମଙ୍ଗଳ ପାଇଁ । ତେଣୁ ସବୁବେଳେ ନିଜକୁ ଦୃଢ଼ ବନାଅ ଏବଂ ସବୁ ପରିସ୍ଥିତି କୁ ସାମ୍ନା କର ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button