ନୀତି

ସକାଳୁ ଉଠିବା ପରେ ଆପଣଙ୍କୁ ଏହି ସବୁ ସଂକେତ ମିଳୁଛି କି, ତେବେ ଜାଣି ରଖନ୍ତୁ ଆପଣଙ୍କ ଶୁଭ ସମୟ ଆସିଗଲା

ସକାଳ ସମୟରେ ସାଧାରଣତଃ ଆମ ମସ୍ତିସ୍କ ଖୁବ ସମ୍ବେଦନଶୀଳ ଥାଏ । ଏହି ସମୟରେ ଯଦି ଜଣେ ବ୍ୟକ୍ତି ସକାରାତ୍ମକ କଥା ଗ୍ରହଣ କରନ୍ତି, ତେବେ ବିଶ୍ୱାସ କରାଯାଏ ଜୀବନରେ ସକାରାତ୍ମକ ଘଟଣା ମାନ ହିଁ ଘଟିବ । କିନ୍ତୁ ଯଦି ସକାଳ ସମୟରେ ନକାରାତ୍ମକ କଥା ଗ୍ରହଣ କରନ୍ତି । ତେବେ ଜୀବନରେ କେବଳ ନକାରାତ୍ମକତା ହିଁ ଘଟଣା ମାନ ହିଁ ଘଟେ । ଅର୍ଥାତ ଯଦି ସକାଳର ଆରମ୍ଭ ଯଦି ଶୁଭ କାର୍ଯ୍ୟର ସହ ହୁଏ, ତେବେ ପୁରା ଦିନ ଶୁଭର ସହ କଟିଯାଏ । ତେବେ ଜାଣି ରଖନ୍ତୁ ସକାଳ ସମୟରେ ଆମକୁ କଣ କଣ ଶୁଭ ସଂକେତ ମିଳିଲେ ଆମ ଦିନ ଶୁଭରେ କଟିଯିବ ।

– ସକାଳୁ ଉଠିବା ପରେ ଯଦି ଶଙ୍ଖ କିମ୍ବା ମନ୍ଦିର ଘଣ୍ଟି ଶବ୍ଦ ଶୁଭେ, ତେବେ ଜାଣି ନିଅନ୍ତୁ ଆପଣଙ୍କ ଦିନଟି ଖୁବ ଭଲରେ କଟିଯିବ ।
– ଯଦି ସକାଳୁ ବିଛଣା ଛାଡିବା ପରେ ନଡ଼ିଆ, ଶଙ୍ଖ, ମୟୁର, ହଂସ, ଫୁଲ ପରି ଜିନିଷ କିମ୍ବା ସେଗୁଡିକର ଚିତ୍ର ଆପଣଙ୍କ ସାମ୍ନାକୁ ଆସେ, ତେବେ ଆପଣଙ୍କ ସମୟ ଖୁବ ଭଲରେ ବିତିବ କିମ୍ବା କିଛି ଅତ୍ୟନ୍ତ ଶୁଭ ଖବର ଆପଣଙ୍କ ଅପେକ୍ଷାରେ ଅଛି ।

– ଘର ବାହାରେ ପାଦ ରଖିବା କ୍ଷଣି ଯଦି କେହି ସଫେଇ କର୍ମଚାରୀ ଆଖି ସାମ୍ନାକୁ ଆସନ୍ତି । ତେବେ ଆପଣଙ୍କୁ ଏକ ଶୁଭ ସଂକେତ ମିଳିଗଲା ।

 

cunch

– ହିନ୍ଦୁ ଧର୍ମଗ୍ରନ୍ଥ କିମ୍ବା ରୁଷି ମୁନିଙ୍କ ଅନୁଯାୟୀ, ହାତ ପାପୁଲି ହେଉଛି ଦେବାଦେବୀଙ୍କ ବାସ ସ୍ଥାନ । ତେଣୁ ସକାଳୁ ଉଠି ପ୍ରଥମେ ହାତ ପାପୁଲିର ଦର୍ଶନ କରିବା ଉଚିତ ।

– ସକାଳୁ ଉଠି ଜଳକା ପକ୍ଷୀ, ଧଳା ଫୁଲ, ହାତୀ କିମ୍ବା ମିତ୍ର ଆଦିଙ୍କ ଦର୍ଶନ କଲେ ଶୁଭ ଫଳ ପ୍ରାପ୍ତି ହୋଇଥାଏ ।

– ଅଥବା କୌଣସି ସ୍ଥାନରେ ଯଂଗ୍ୟ ହେଉଥିବାର, ଗୋବର, ସୁନା, ତମ୍ବା, ସବୁଜ ଘାସ ଆଖି ସାମ୍ନାକୁ ଆସିବା ବି ଖୁବ ଫଳଦାୟୀ ହୋଇଥାଏ ।

– ଅଥବା ସଜେଇ ହୋଇଥିବା କୌଣସି ସଧବା ସ୍ତ୍ରୀ ଲୋକଙ୍କ ଦର୍ଶନ ବି ଖୁବ ଭଲ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button