ନୀତି

ଘରର ଆଖପାଖରେ ଥିବା ଗଛ ଲତାରେ ମଧ୍ୟ ରହିଥାଏ ବାସ୍ତୁଦୋଷ, ତେଣୁ ଲଗାଇବା ସମୟରେ ଧ୍ୟାନରେ ରଖନ୍ତୁ ଏହି ଟିପ୍ସ

ବାସ୍ତୁଶାସ୍ତ୍ର ସବୁ ଲୋକଙ୍କ ଜୀବନରେ ପ୍ରଭାବ ପକାଇବାର ଦେଖିବାକୁ ମିଳିଥାଏ। ଆଜିକାଲିର ଲୋକମାନେ ଘର ବନାଇବା ସମୟରେ ଏବଂ ଘରର ସାଜସଜ୍ଜା ପାଇଁ ବାସ୍ତୁର ବିଶେଷ ଧ୍ୟାନ ରଖିବାକୁ ପଡିଥାଏ। କାରଣ କୁହାଯାଏ ଯେ ଖରାପ ବାସ୍ତୁ ନକାରାତ୍ମକ ଶକ୍ତି ଉତ୍ପନ୍ନ କରିଥାଏ। ବାସ୍ତୁଶାସ୍ତ୍ରର ପ୍ରଭାବ ଘର ବ୍ୟତୀତ ଗଛ ଲତାରେ ମଧ୍ୟରେ ରହିଥାଏ। ଏମିତି କୁହାଯାଏ ଯେ କିଛି ବୃକ୍ଷ ସକାରାତ୍ମକ ଶକ୍ତି ଦେଇଥାନ୍ତି କିନ୍ତୁ ତାହା ଠିକ ଦିଗରେ ରହିଥିବା ଜରୁରୀ। ଯଥା ଓଷସ୍ଥ ଗଛ, ନୀମ ଗଛ, ବାଉଁସ ଆଦି ଗଛକୁ ବହୁତ ଭଲ ବୋଲି ଧରାଯାଏ। ଏହି ଗଛକୁ ଘରର ଦ୍ବାର ସାମ୍ନାରେ ଲଗାଇବା ଉଚିତ ନୁହେଁ। ଜାଣନ୍ତୁ ଗଛ ଲତାକୁ ନେଇ କଣ ରହିଛି ବାସ୍ତୁଶାସ୍ତ୍ରରେ।

-ବାସ୍ତୁଶାସ୍ତ୍ର ଅନୁସାରେ ବବୁରୀ, ଅଠା ଉତ୍ପାଦକ କୁସୁମ ଗଛ, ଡିମିରି ଗଛ ଆଦି ଘରେ ଶତ୍ରୁ ଜନ୍ମାଇଥାଏ। ଏଥିପାଇଁ ଏହି ଗଛକୁ ଘରେ ଲଗାଇବା ଉଚିତ ନୁହେଁ। ଏହାସହିତ ଘରେ କ୍ୟାକଟସ ଗଛ ମଧ୍ୟ ଲଗାଇବା ଉଚିତ ନୁହେଁ।

tree-ଜାମୁକୋଳି ଏବଂ ପିଜୁଳି ଗଛକୁ ଛାଡି ଅନ୍ୟ କୌଣସି ଫଳଦାୟୀ ଗଛ ଘରର ସିମାରେ ରହିବା ଉଚିତ ନୁହେଁ। ଏହାଦ୍ବାରା ପିଲାଙ୍କ ସ୍ବାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡିଥାଏ।

-ଘରର ଦକ୍ଷୀଣ ଦିଗରେ କ୍ରଷ୍ଣଚୁଡା, ପଣସ ଗଛ ଲଗାଇବା ଦ୍ବାରା ଶତୃତା, ଅସନ୍ତୋଷ ଏବଂ କଳହ ହେବାର ଆଶଙ୍କା ରହିଥାଏ। ଏଥିପାଇଁ ଏହି ଗଛକୁ ଲଗାଇବା ସମୟରେ ବିଶେଷ ସାବଧାନୀ ରଖିବାକୁ ପଡିଥାଏ।

-କଦମ୍ବ, ବେଲ ଏବଂ ଲେମ୍ବୁ ଗଛ ଘରେ ରହିବାକୁ ମଧ୍ୟ ଶୁଭ ବୋଲି ଧରାଯାଇନାହିଁ। ଏହାଦ୍ବାରା ଘର ମାଲିକଙ୍କ ବିକାଶରେ ବାଧା ଉତ୍ପନ୍ନ ହୋଇଥାଏ। ଏଥିପାଇଁ ଏହି ଗଛକୁ ଲଗାଇବା ସମୟରେ ଉଚିତ ଦିଗ ଉପରେ ଧ୍ୟାନ ଦିଅନ୍ତୁ।

-ବାସ କରୁଥିବା ସ୍ଥାନରେ କ୍ଷୀରୁଆ ଗଛ ଲଗାଇବା ଦ୍ବାରା ଧନହାନି ହୋଇଥାଏ। ଏଥିପାଇଁ ଏହି ଗଛକୁ ଘରେ ବିଲକୁଲ ବି ଲଗାନ୍ତୁ ନାହିଁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button