ନୀତି

ନବରାତ୍ରୀ ପୂଜା ସମୟରେ ମହିଳାମାନେ ଭୁଲରେ କରନ୍ତୁ ନାହିଁ ଏହି ୫ଟି କାମ, ନଚେତ ଭୋଗିବାକୁ ପଡ଼ିପାରେ ଦୁର୍ଦ୍ଦଶା

ଆଜି ଠାରୁ ଆରମ୍ଭ ହେଉଛି ଚୈତ୍ର ନବରାତ୍ରୀ ପୂଜା। ସକରାତ୍ମକତା ଏବଂ ଶକ୍ତିରେ ପରିପୂର୍ଣ୍ଣ ଏହି ଦିନରେ ମା ଙ୍କ ପୂଜା ସମ୍ପୂର୍ଣ୍ଣ ବିଧି-ବିଧାନ ସହ କରିବା ଉଚିତ। ଏହି ପୂଜା କରିବା ପାଇଁ କିଛି ନିୟମ ରହିଛି, ଯାହା ଉପରେ ବିଶେଷ ଧ୍ୟାନ ଦେବା ଉଚିତ। ଏହି ଦିନରେ ଦେବୀ ମା’ ଙ୍କ ଆଶୀର୍ବାଦ ପାଇବା ପାଇଁ  ମହିଳାମାନଙ୍କ ପାଇଁ କିଛି ଖାସ୍ ନିୟମ ରହିଛି। ଏହା ପାଳନ ନ କରିବା ଦ୍ବାରା ମହିଳାମାନଙ୍କ ଉପରେ ଖରାପ ପ୍ରଭାବ ପଡ଼ିଥାଏ।

kalshaଜାଣନ୍ତୁ ମହିଳାମାନଙ୍କ ପାଇଁ କେଉଁ ନିୟମ ରହିଛି:

-ସବୁଠାରୁ ପ୍ରଥମ ନିୟମ ହେଉଛି କଳସ ସ୍ଥାପନ ପରେ ଘର ଖାଲି କରି ବାହାରକୁ ଯିବା ଅନୁଚିତ।

-ଏହି ନଅ ଦିନରେ ସାତ୍ତ୍ବିକ ଭୋଜନ ଗ୍ରହଣ କରନ୍ତୁ। ଆମିସ ଦ୍ରବ୍ୟ, ପିଆଜ ଏବଂ ରସୁଣ ସେବନ କରନ୍ତୁ ନାହିଁ।

-ବିଷ୍ଓୁ ପୁରାଣ ଅନୁଯାୟୀ ଏହି ବ୍ରତ ପାଳନ କରୁଥିବା ବ୍ୟକ୍ତିମାନେ ଦିନରେ ଶୋଇବା ଅନୁଚିତ।

-ମାସିକ ଧର୍ମ ସମୟରେ ଦେବୀ ମା’ ଙ୍କ ପୂଜା କରିବା ଅନୁଚିତ। ମହିଳାମାନେ ମାସିକ ଧର୍ମର ସାତ ଦିନ ପର‌୍ୟ୍ୟନ୍ତ ଏହି ପୂଜା କରିବା ଅନୁଚିତ।

navratri pasad-ଉପବାସ କରୁଥିବା ବ୍ୟକ୍ତିମାନେ ମଧ୍ୟ ଏହି ସମୟରେ ଶାରୀରକ ସମ୍ବନ୍ଧ ରଖିବା ଅନୁଚିତ। ଏହା କରିବା ଦ୍ବାରା ଉପବାସ କରିବାର ଫଳ ପ୍ରାପ୍ତ ହୋଇନଥାଏ।

-ବ୍ରତ ପାଳନ କରୁଥିବା ବ୍ୟକ୍ତିମାନେ ଅଟା, ଶାଗୁ, ବଗଡା ଲୁଣ ଏବଂ ଫଳ ସେବନ କରିପାରିବେ।

-ତୁଳସୀ, ଚନ୍ଦନ ଏବଂ ରୁଦ୍ରାକ୍ଷର ମାଳିର ଉପଯୋଗରେ ମା’ ଙ୍କ ମନ୍ତ୍ର ଜପ କରିପାରିବେ।

-ଦେବୀଙ୍କୁ ପୁଷ୍ପ ଅର୍ପଣ କରିବା ପରେ ନଅ ଦେବୀଙ୍କ ଅନୁଯାୟୀ ପ୍ରସାଦ ଅର୍ପଣ କରନ୍ତୁ। ଏପରି ବ୍ରତ ପାଳନ କରିବା ଦ୍ବାରା ମା’ ପ୍ରସନ୍ନ ହୋଇଥାନ୍ତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button