ଦେଶ ବିଦେଶ

ଆତଙ୍କବାଦୀ ଆକ୍ରମଣ: ୧୬ ସୈନ୍ୟ ମୃତ

ପାକ୍‌ ସେନା ପୋଷ୍ଟରେ ଆତଙ୍କବାଦୀ ଆକ୍ରମଣ । ଆଫଗାନିସ୍ତାନ ସୀମାରୁ ୪୦ କିମି ଦୂର ମାକିନ ସ୍ଥିତ ସେନା ପୋଷ୍ଟ ଉପରେ ଶନିବାର ସକାଳେ ଆତଙ୍କବାଦୀ ଆକ୍ରମଣ ହୋଇଛି। ଘଟଣାରେ ୧୬ ସୈନିକଙ୍କ ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ଏହି ଆକ୍ରମଣ ପାଇଁ ଆତଙ୍କବାଦୀ ସଂଗଠନ ତେହରିକ-ଇ-ତାଲିବାନ ପାକିସ୍ତାନ ନିଜକୁ ଦାୟୀ କରିଛି। ବରିଷ୍ଠ କମାଣ୍ଡରଙ୍କ ବଳିଦାନର ପ୍ରତିଶୋଧ ପାଇଁ ଏହି ଆକ୍ରମଣ କରାଯାଇଥିବା କୁହାଯାଇଛି।

ସୂଚନା ମୁତାବକ, ଆକ୍ରମଣରେ ୩୦ ଅଧିକ ଆତଙ୍କବାଦୀ ସାମିଲ ଥିଲେ। ଏମାନେ ଚାରିପଟୁ ଘେରି ପ୍ରାୟ ୨ ଘଣ୍ଟା ପର୍ଯ୍ୟନ୍ତ ପୋଷ୍ଟ ଉପରେ ଅତର୍କିତ ଗୁଳିଗୋଳା ମାଡ଼ କରିଥିଲେ। ପୋଷ୍ଟରେ ଥିବା ୱାୟରଲେସ୍‌ ଉପକରଣ, କାଗଜପତ୍ର ସହିତ ଅନ୍ୟ ସାମଗ୍ରୀରେ ନିଆଁ ଲଗାଇ ଦେଇଥିଲେ। ମେସିନ ଗନ୍‌, ନାଇଟ୍‌ ଭିଜନ ଟେକ୍ନୋଲୋଜି ସହିତ ଅନେକ ଅସ୍ତ୍ରଶସ୍ତ୍ର ଲୁଟି ଫେରାର ହୋଇ ଯାଇଥିଲେ। ଏହା ପରେ ସେନା ଆତଙ୍କବାଦୀଙ୍କୁ ଧରିବା ପାଇଁ ତଲାସୀ ଅଭିଯାନ ଆରମ୍ଭ କରିଥିଲେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button