ଦେଶ ବିଦେଶ

ମୁହଁର ନାଲିବ୍ରଣ ସମସ୍ୟା ଦୂର କରିବ କ୍ଷୀର, କରନ୍ତୁ ଏପରି ବ୍ୟବହାର

ଶୀତଦିନରେ ତ୍ୱଚାର ଧ୍ୟାନ ରଖିବା ଅତ୍ୟନ୍ତ ଜରୁରୀ। ଶୀତଦିନରେ ତ୍ୱଚା ଥଣ୍ଡା ଯୋଗୁଁ ରୁକ୍ଷ ହୋଇଯାଏ ଏବଂ ଉଜ୍ୱଳତା ହ୍ରାସ ପାଇଥାଏ। ଏମିତିରେ ଶୀତଦିନରେ ତ୍ୱଚାରେ ଉଜ୍ୱଳତା ରଖିବା ପାଇଁ କ୍ଷୀର ବେଶ ସହାୟକ ହୋଇଥାଏ। ତ୍ୱଚାରେ ହେଉଥିବା ନାଲିବ୍ରଣ ଦୂର କରିବା ପାଇଁ କ୍ଷୀରକୁ ବ୍ୟବହାର କରିପାରିବେ। ତେବେ ଏଥିରୁ ମୁକ୍ତି ପାଇବା ପାଇଁ କିପରି କ୍ଷୀରକୁ ବ୍ୟବହାର କରିବେ। ଆସନ୍ତୁ ଜାଣିବା କେଉଁ ଉପାୟ ବ୍ୟବହାର କରି ଆପଣ ଏଥିରୁ ମୁକ୍ତି ପାଇପାରିବେ।

11

– ପ୍ରଥମେ ଅଧା ଚାମଚ କଳାରାଶି ଏବଂ ଅଧା ଚାମଚ ସୋରିଷକୁ ଭଲ ଭାବେ ଗୁଣ୍ଡ କରିଦିଅନ୍ତୁ। ଏହାକୁ ନେଇ କ୍ଷୀରରେ ମିଶାଇ ମୁହଁରେ ଲଗାଇବା ଦ୍ୱାରା ନାଲିବ୍ରଣ ଦୂର ହୋଇଥାଏ। ଏହାଛଡା ଆପଣ କ୍ଷୀର କିଛି ଲୁଣ ମିଶାଇ ସକାଳ ଏବଂ ସନ୍ଧ୍ୟାରେ ମୁହଁରେ ଲଗାଇଲେ ଲାଭ ମିଳିବ।

– ଲେମ୍ବୁରସ, ଆଳୁରସ, ଅଟାର ଚୋକଡ ଏବଂ କ୍ଷୀରକୁ ମିଶାଇ ମୁହଁରେ ଲଗାନ୍ତୁ, ଖୁବକମ୍‌ ଦିନରେ ଫାଇଦା ଦେଖିପାରିବେ।

milk

– ଦୁଇଟି ଗୋଲାପ ଫୁଲକୁ ପେଷ୍ଟ କରି ଅଧାଗ୍ଲାସ କ୍ଷୀରରେ ୩୦ ମିନିଟ୍‌ ପର୍ଯ୍ୟନ୍ତ ବତୁରାଇ ରଖନ୍ତୁ, ପରେ ଏହାକୁ ନେଇ ଆସ୍ତେ ଆସ୍ତେ ମୁହଁରେ ମସାଜ କରନ୍ତୁ। ଏହା ଶୁଖିଯିବା ପରେ ଥଣ୍ଡା ପାଣିରେ ଧୋଇଦିଅନ୍ତୁ। ଦେଖିବେ, ନିଶ୍ଚିତ ଫାଇଦା ମିଳିବ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button