ବିଚାର

ଶିବଙ୍କ ଚମତ୍କାରୀ ମନ୍ଦିର, ଯେଉଁଠି ଶିବଙ୍କ ଅଭିଷେକ କରିବା ମାତ୍ରେ ହିଁ ନୀଳ ବର୍ଣ୍ଣ ହେଇଯାଏ କ୍ଷୀର, ମିଳିଥାଏ ଏହି ସଂକେତ

ଭଗବାନ ଭୋଳାନାଥଙ୍କ ସବୁଠୁ ପ୍ରିୟ ଶ୍ରାବଣ ମାସରେ ସବୁ ଶିବାଳୟ ରେ ଭକ୍ତଙ୍କ ଭିଡ ଲଗି ରହିଥାଏ। ଶିବ ମନ୍ଦିରରେ ଏମିତି ଏକ ଶିବ ମନ୍ଦିର କେରଳ ରେ ଅଛି ଯେଉଁଠି ଶିବ ଭକ୍ତଙ୍କ ଲମ୍ବା ଧାଡ଼ି ଲାଗିଥାଏ । ଏହି ମନ୍ଦିର ଭିତରେ ଚମତ୍କାର ଦେଖିବାକୁ ଭକ୍ତଙ୍କ ଭିଡ ଲଗିଥାଏ । କାହିଁକିନା ଯେତେବେଳେ ଏହି ଶିବ ମନ୍ଦିରରେ ଅଭିଷେକ କରାଯାଏ ତାଙ୍କ ଉପରେ ଢଳା ଯାଉଥିବା କ୍ଷୀର ନୀଳ ପଡିଯାଏ ।

ଏହି ଚମତ୍କାରୀ ଶିବ ମନ୍ଦିର କେରଳର କିଜାପେରୁମପଲ୍ଲମ ଗାଆଁ ର କାବେରୀ ନଦୀ କୂଳରେ ଅବସ୍ଥିତ । ନାଗନାଥ ସ୍ୱାମୀ ମନ୍ଦିର ନାମରେ ବେଶ୍ ପରିଚିତ ଅଟେ ଏହି ମନ୍ଦିର । ଏଠାରେ ଲକ୍ଷାଧିକ ଭକ୍ତଙ୍କର ଦର୍ଶନ ପାଇଁ ସମାଗମ ହୋଇଥାଏ ।

ଗ୍ରହ ପୂଜା ପାଇଁ ଏହା ବିଶ୍ଵ ପ୍ରସିଦ୍ଧ

ପ୍ରଭୁ ଶିବଙ୍କ ଏହି ଚମତ୍କାରୀ ଶିବ ଲିଙ୍ଗ କୁ ନେଇ ବହୁ ପୂରାଣ ଶାସ୍ତ୍ର ରେ ଉଲ୍ଲେଖ ଅଛି । କେବଳ ଏତିକି ନୂହେଁ ଲୋକମାନେ ଗ୍ରହ ଶାନ୍ତି ପୂଜା ପାଇଁ ମଧ୍ୟା ଦୂରଦୂରାନ୍ତରୁ ଏଠାକୁ ଆସିଥାନ୍ତି । ଗ୍ରହ ମଧ୍ୟରୁ କେତୁ ଗ୍ରହଙ୍କ ପୂଜା ପାଇଁ ଏହି ମନ୍ଦିର ପ୍ରସିଦ୍ଧ ବୋଲି କୁହଯାଏ । ଏଠାକୁ କେବଳ ଆଖପାଖରୁ ନୁହେଁ ଦେଶର ବିଭିନ୍ନ କୋଣ ଅନୁକୋଣ ରୁ ଲୋକ ଏଠାକୁ ପୂଜା ପାଇଁ ଆସିଥାନ୍ତି ।

ଏଠାକୁ ହଜାର ହଜାର ଶ୍ରଦ୍ଧାଳୁ ଦର୍ଶନ ପାଇଁ ଆସିଥାନ୍ତି । ଏହା ସହିତ କେତୁ ଗ୍ରହ ଶାନ୍ତି ଓ ଜାତକ ରେ କାଳସର୍ପ ଦୋଷ ଥିଲେ ମଧ୍ୟ ଏହି ମନ୍ଦିର ରେ ପୂଜା କରାଯାଇଥାଏ । କିନ୍ତୁ ମୁଖ୍ୟ ଦେବତା ହିସାବରେ ଭଗବାନ ଶିବଙ୍କୁ ହିଁ ପୂଜା କରାଯାଏ । କେତୁ ଗ୍ରହଙ୍କ କୋପରୁ ରକ୍ଷା ପାଇବା ପାଇଁ ପୂଜା କରାଯିବା ଯୋଗୁ ଏହି ମନ୍ଦିର ବହୁତ ପ୍ରସିଦ୍ଧ ଅଟେ ।

ରାହୁଙ୍କ ମୂର୍ତ୍ତୀ ଉପରେ ସାପ

ଏହି ଶିବ ମନ୍ଦିରରେ ଅବସ୍ଥିତ ରାହୁଙ୍କ ମୂର୍ତ୍ତି ଉପରେ ମଧ୍ୟ ସାପ ଦେଖା ଯାଇଥାନ୍ତି । ତାଙ୍କୁ ନାଗ ଦେବତା ସ୍ଵାମୀ ବୋଲି କହାଯାଇଥାଏ । ଧାର୍ମିକ ମାନ୍ୟତା ଅନୁସାରେ କେତୁକୁ ସାପଙ୍କ ଦେବତା କୁହାଯାଏ । ଏହି ମନ୍ଦିରର ଖାସ ଚମତ୍କାର ଏହା କି ଶିବଲିଙ୍ଗ ଉପରେ ଢଳା ଯାଉଥିବା କ୍ଷୀର ନୀଳ ହୋଇଥାଏ । କିନ୍ତୁ ଏହା ସମସ୍ତଙ୍କ ସହିତ ଘଟେ ନାହିଁ କେବଳ ଯାହାର ରାହୁ ଓ କେତୁ ଗ୍ରହଙ୍କ ଦୋଷ ଥାଏ ସେହିମାନଙ୍କ କ୍ଷେତ୍ରରେ ଏହା ଘଟିଥାଏ । ଏଠାକୁ ଆସି ପୂଜା କରିବା ଦ୍ୱାରା କେତୁ ଗ୍ରହଙ୍କ କୋପରୁ ରକ୍ଷା ମିଳିଥାଏ ।

ମନ୍ଦିରର ପୌରାଣିକ କଥା

ପୌରାଣିକ ଆଧାର ରେ କୁହଯାଏ କି ଏକଦା ରାହୁ କୁ ନାଶ ହେବା ପାଇଁ ଏକ ରୁଷି ଅଭିଶାପ ଦେଇଥିଲେ ଏବଂ ଏହି ଅଭିଶାପ ରୁ ମୁକ୍ତି ପାଇବା ପାଇଁ ସେ ତାଙ୍କର ସବୁ ଗ୍ରହଙ୍କ ସହିତ ଶଙ୍କର ଭଗବାନଙ୍କ ଶରଣ ନେଇଥିଲେ। ବହୁ ବର୍ଷ ବିତିଗଲା ପରେ ଶଙ୍କର ଭଗବାନ ରାହୁ ଙ୍କ ତପସ୍ୟା ରେ ପ୍ରସନ୍ନ ହୋଇ ଦେଖା ଦେଇଥିଲେ ।

ଶିବରାତ୍ରୀ ର ପବିତ୍ର ଅବସରରେ ଶିବ ଭାଗବାନ ରାହୁକୁ ଦର୍ଶନ ଦେଇଥିଲେ ଓ ତାଙ୍କୁ ରୁଷି ଙ୍କ ଅଭିଶାପ ରୁ ମୁକ୍ତ କରିଥିଲେ । ଏଥିପାଇଁ ଶିବ ଏହି ମନ୍ଦିରରେ ରାହୁଙ୍କୁ ଅନେକ ଦେବତାଙ୍କ ସହିତ ପୂଜା ଯାଇଥାଏ। ଏଥିପାଇଁ ସେମାନଙ୍କୁ ନାଗ ଙ୍କ ସ୍ଵାମୀ ବୋଲି ବିବେଚନା କରିଥାନ୍ତି । ରାହୁଙ୍କୁ ମଣିଷ ସ୍ଵରୁପ ମୁଣ୍ଡ ଓ ଖାଲି ଶରୀରକୁ କେତୁ ଗ୍ରହ ବୋଲି ମାନିଥାନ୍ତି । ଦେଶର କୋଣ ଅନୁକୋଣରୁ ଲୋକ ରାହୁ ଙ୍କ କାଳସର୍ପ ଦୋଷ ଦୂର କରିବା ପାଇଁ ଏହି ମନ୍ଦିରକୁ ଆସିଥାନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button