ବଡି ଶେପର ପିନ୍ଧୁଛନ୍ତି କି? ତେବେ ସାବଧାନ ଭୋଗି ପାରନ୍ତି ଅସୁବିଧା

ଏମିତି କିଏ ନାହିଁ ଯାହାକୁ ପତଳା ଏବଂ ସୁନ୍ଦର ଦେଖାଯିବାର ଇଛା ରହି ନାହିଁ। ଏନେଇ ସମସ୍ତେ ବିଭିନ୍ନ ପ୍ରକାରର ବ୍ୟୟାମ କରିଥିବା ବେଳେ ଅଧିକ ଚର୍ବିକୁ ଲୁଚାଇବା ପାଇଁ ମହିଳା ଏବଂ ପୁରୁଷ ମାନେ ଶେପୱାର ମଧ୍ୟ ପରିଧାନ କରିଥାନ୍ତି। ଏହା କିଛି ସମୟ ପାଇଁ ଆପଣଙ୍କୁ ପତଳା ତ ଦେଖାଇଥାଏ କିନ୍ତୁ ଏହାର ଅନେକ ଖରାପ ପ୍ରଭାବ ମଧ୍ୟ ଶରୀର ଉପରେ ପଡ଼ିଥାଏ। ଆଜି ଆମେ ଆପଣଙ୍କୁ ସେପସୱାର ପିନ୍ଧିବାର ବିଭିନ୍ନ ସାଇଡ ଇଫେକ୍ଟ ବିଷୟରେ କହିବାକୁ ଯାଉଛୁ।

-ବଡିଶେପର ପିନ୍ଧିବା ଦ୍ବାରା ପେଟପାଖରେ ଚର୍ମ ସଂକୁଚିତ ହୋଇ ରହିଥାଏ। ଏହା ଦ୍ବାରା ଆନ୍ତରିକ ଅଙ୍ଗ ମାନଙ୍କରେ ପ୍ରଭାବ ପଡିବା ସହିତ ଶରୀରରେ ଥିବା ଏସିଡ ଗ୍ରାସନଳିକୁ କ୍ଷତି ପହଞ୍ଚିଥାଏ। ଯାହା ଫଳରେ ପାଚନକ୍ରିୟାରେ ଅସୁବିଧା ହେବା ସହ ଆର୍ଟବର୍ଣ୍ଣ ଭଳି ଅସୁବିଧା ଦେଖାଦେଇଥାଏ।
-ବଡିଶେପର ପିନ୍ଧିବା ଦ୍ବାରା ସଠିକ ଭାବେ ଚଳାବୁଲା କରବାକୁ ଅସୁବିଧା ହୋଇଥାଏ। ଏପରିକି ଏହା ଦ୍ବାରା ଶରୀରର ଭଙ୍ଗୀ ମଧ୍ୟ ବଦଳିଯାଇଥାଏ।
-ବଡିଶେପର ଶରୀର ସହ ଲାଗି ହୋଇ ରହିଥାଏ। ଫଳରେ ନିଶ୍ବାସ ନେବାରେ ଅନେକ ଅସୁବିଧା ଦେଖାଦେଇଥାଏ। ଏପରିକି ଅଧିକ ସମୟଧରି ଏହାକୁ ପିନ୍ଧିବା ଦ୍ବାରା ରକ୍ତ ସଂଞ୍ଚାଳନ ମଧ୍ୟ ସଠିକ ଭାବେ ହୋଇନଥାଏ।
-ଅଧିକ ସମୟ ପର୍ୟ୍ୟନ୍ତ ବଡିଶେପର ପିନ୍ଧିବା ଦ୍ବାରା ମେରୁଦଣ୍ଡ ହାଡ, ପେଟ ଏବଂ ଅଣ୍ଟାର ତଳ ଅଂଶରେ ପ୍ରଭାବ ପଡିଥାଏ। ଏହା ଶୀରାପ୍ରଶୀରାରେ ଖରାପ ପ୍ରଭାବ ପକାଇଥାଏ।
