ଥଣ୍ଡା, କାସ, ବନ୍ଦ ନାକ, ଛାତିରେ କଫକୁ ଦୂର କରିବାର ଚମତ୍କାରୀ ଘରୋଇ ଉପଚାର- Acharya Balkrishna
ଆଜିକା ସମୟରେ ଯେମିତିକା ରୋଗ ଚାଲିଛି ଯାହା ନାମ କରୋନା ଦିଆ ଯାଇଛି ତାହା ପାଇଁ ନର୍ମଲ କାସ ଥଣ୍ଡା ହେଲେ ମଧ୍ୟ ଲୋକଙ୍କ ମନରେ ବହୁତ ଡର ଆସି ଯାଉଛି । ତେବେ କିଛି ଲୋକଙ୍କୁ ଥଣ୍ଡା ହେଲେ ତାଙ୍କ ଛାତିରେ କଫ ବସି ଯାଇଥାଏ ଆଉ ଏହି କଫ ବହୁତ ବହୁତ ସମୟ ଧରି ରହିଥାଏ । ତେବେ ଏହି ଭଳି ଥଣ୍ଡା, କାସ ଆଉ କଫ ଭଳି ସମସ୍ୟାରୁ ବଞ୍ଚିବା ପାଇଁ ଲୋକ ଔଷଧ ସେବନ କରିଥାନ୍ତି ଯାହା ଦ୍ଵାରା ତାଙ୍କ ସ୍ଵାଥ୍ୟ କିଛି ଦିନ ପାଇଁ ଭଲ ହୋଇଥାଏ କିନ୍ତୁ କିଛି ଦିନ ପରେ ଯାହାକୁ ତାହା ଅବସ୍ଥା ହୋଇଥାଏ କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଘରୋଇ ଉପଚାର କହିବାକୁ ଯାଉଛି ଯାହା ବହୁତ ସମୟ ଧରି ଆପଣଙ୍କ ଛାତିରେ ବସିଥିବା କଫ ବାହାର କରିଥାଏ ଆଉ ଆପଣଙ୍କ ଶରୀର ବାତ, ପିତ ଓ କଫକୁ ଦୂରେଇ ରଖିଥାଏ ।

ଆପଣଙ୍କୁ ଏହି ଉପାୟ ସକାଳ ସମୟରେ କରିବାର ଅଛି ଆଉ ଦିନକୁ ଦୁଇ ଥର ଏହାର ସେବନ କରିବାର ଅଛି ଆପଣଙ୍କୁ ସକାଳେ ଓ ସନ୍ଧ୍ୟାରେ ଏହାର ସେବନ କରିବାର ଅଛି ଆପଣ ସକାଳେ ଏହାକୁ କରି ରଖି ଦିଅନ୍ତୁ ଆଉ ସନ୍ଧ୍ୟାରେ କେବଳ ଗରମ କରି ସେବନ କରନ୍ତୁ । ଏହି ଉପାୟ ପାଇଁ ଯେଉଁ ଜିନିଷ ଆବଶ୍ୟକ ତାହା ଆପଣଙ୍କ ଘରେ ମିଳି ଜୀବ ନଚେତ ଆପଣଙ୍କ ଲୋକାଲ ମାର୍କେଟରେ ମିଳିଯିବ । ତେବେ ଆପଣଙ୍କୁ ଗୋଟେ ପ୍ୟାନରେ ଗୋଟେ ଗ୍ଳାସ ପାଣି ନବାର ଅଛି, ଏହି ପାଣିରେ ଆପଣ ଅଧ ଇଞ୍ଚ ଅଦା ଛେଚିକି ପକାନ୍ତୁ ।

ଏହା ଆପଣ ମାନେ ସମସ୍ତେ ଜାଣିଛନ୍ତି ଯେ ଅଦା ଆମ ଶରୀରକୁ ଗରମ ରଖିବାରେ ବହୁତ ସାହାଜ୍ଯ କରିଥାଏ ଆଉ ଏହା ଦ୍ଵାରା ଆମ ଶରୀରକୁ ବହୁତ ପ୍ରକାର ଲାଭ ମଧ୍ୟ ମିଳିଥାଏ । ଏହା ପରେ ଆପଣଙ୍କୁ ଗୋଟେ ପାନ ପତ୍ର ନବାର ଅଛି ଏହାକୁ ଛୋଟ ଛୋଟ କରି ଆପଣଙ୍କୁ ସେହି ପାଣିରେ ପକାଇବାର ଅଛି । ପାନ ପତ୍ରରେ ବହୁତ ପ୍ରକାର ପୋଷ୍ଟିକ ଗୁଣ ହୋଇଥାଏ ଯାହା ଆମ ପେଟ ପାଇଁ ବହୁତ ଭଲ ହୋଇଥାଏ । ଏହା ପରେ ଆପଣ ୯ରୁ ୧୦ଟି ଗୋଲ ମରୀଚ ଗୁଣ୍ଡ କରି ଏହି ପାଣିରେ ପକାନ୍ତୁ ।

ଆପଣ ମାନେ ସମସ୍ତେ ଜାଣିଛନ୍ତି ଯେ ଗୋଲ ମରୀଚ ଆମ ପାଇଁ ରାମବାଣ ଜିନିଷ ଅଟେ, ଏହାର ସେବନ ଦ୍ଵାରା ମଣିଷ ବହୁତ ପ୍ରକାର ରୋଗରୁ ବଞ୍ଚି ରହିଥାଏ । ଏହା ପରେ ଆପଣ ଏହି ମିଶ୍ରଣରେ ୫ରୁ ୬ଟି ତୁଲସୀ ପତ୍ର ପକାନ୍ତୁ, ତେବେ ଭୁଲରେ ବି ତୁଳସୀ ପତ୍ର ପକାଇବା ଭୁଲନ୍ତୁ ନାହିଁ ଏହା ବହୁତ ଆବଶ୍ୟକ ହୋଇଥାଏ । ଏହା ପରେ ଗୋଟେ ଚାମଚ ଗୁଡ ପକାନ୍ତୁ ଆଉ ଫୁଟିବା ପାଇଁ ଛାଡି ଦିଅନ୍ତୁ ଏହା ପରେ ଅଧା ଗ୍ଳାସ ରହି ଗଲେ ଏହାକୁ ଓଲହାଇ ଦିଅନ୍ତୁ କିନ୍ତୁ ମନେ ରଖିବେ ଏହାକୁ ଉଷୁମ ସେବନ କରିବା ଉଚିତ ଆଉ ସେବନ କରିବା ଆଗରୁ ଗୋଟେ ଚାମଚ ମହୁ ଏହି ମିଶ୍ରଣରେ ପକାଇ ସେବନ କରନ୍ତୁ ଆପଣଙ୍କ ପାଇଁ ଶୁଭକାରୀ ହୋଇଥାଏ ।



