ମନୋରଞ୍ଜନ

Bollywood ଓ South ଫିଲ୍ମ ଇଣ୍ଡଷ୍ଟ୍ରୀ ର ଏହି ଅଭିନେତା ଏବଂ ଅଭିନେତ୍ରୀ ବାସ୍ତବ ଜୀଵନରେ ଅଟନ୍ତି ଶାଳୀ-ଭିଣେଇ, 2 ନଂ ଯୋଡି ତ ସମସ୍ତଙ୍କ ଫେବ୍ରେଟ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ ବଲିଉଡ ଏବଂ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରୀ ର କିଛି ଅଭିନେତା ଏବଂ ଅଭିନେତ୍ରୀ ଙ୍କ ସମ୍ବନ୍ଧରେ। ବନ୍ଧୁଗଣ ଆପଣ ମାନେ ତ ଜାଣିଥିବେ ଯେ ବଲିଉଡ ଇଣ୍ଡଷ୍ଟ୍ରୀ ହେଉ ଅଥବା ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରୀ ସମସ୍ତ ଅଭିନେତା ଏବଂ ଅଭିନେତ୍ରୀ ନିଜର ଅଭିନୟ ଚରିତ୍ର କୁ ବହୁତ ସୁନ୍ଦର ଭାବେ ପ୍ରସ୍ଥାପନ କରିଥାଆନ୍ତି । ଭାଇ-ଭଉଣୀ ଙ୍କ ଯୋଡି ହେଉ ଅଥବା ସ୍ୱାମୀ-ସ୍ତ୍ରୀ ଙ୍କ ଯୋଡି।ସମସ୍ତ ଭୂମିକା କୁ ଭଲ ଭାବେ ତୁଲାଇ ଥାଆନ୍ତି।

କିନ୍ତୁ ବନ୍ଧୁଗଣ ଏହିସବୁ ଯୋଡି ପରେ ମଧ୍ୟ ଏକ ଭିନ୍ନ ଏବଂ ସ୍ୱତନ୍ତ୍ର ଯୋଡି ରହିଛି ଯାହା ହେଉଛି ଶାଳୀ ଏବଂ ଭିଣେଇ ଙ୍କ ଯୋଡି।ବଡ଼ ପରଦାରେ ଶାଳୀ ଏବଂ ଭିଣେଇ ଙ୍କ ଯୋଡି କୁ ସମସ୍ତ ଦର୍ଶକ ମାନେ ବହୁତ ମାତ୍ରା ରେ ପସନ୍ଦ କରିଥାଆନ୍ତି। ନିଜ ଅଭିନୟ ମାଧ୍ୟମରେ ବଡ଼ ପରଦାର ଏହି ଯୋଡି ସମସ୍ତ ଦର୍ଶକ ମାନଙ୍କ ମନକୁ କିଣି ନେଇଥାଆନ୍ତି। ଏମିତି କିଛି ଶାଳୀ ଭିଣେଇ ଙ୍କ ଯୋଡି ବାସ୍ତବରେ ମଧ୍ୟ ଦେଖିବାକୁ ମିଳିଥାଏ।ତେବେ ଆସନ୍ତୁ ବନ୍ଧୁଗଣ ଜାଣିବା ଏହି ଶାଳୀ ଭିଣେଇ ଙ୍କ ଯୋଡି ସମ୍ବନ୍ଧରେ।

୧. ପ୍ରଥମ ଶାଳୀ-ଭିଣେଇ ଙ୍କ ଯୋଡି ଟି ହେଉଛି ‘ଅଜୟ ଦେବଗନ’ ଏବଂ ‘ତନିଶା ମୁଖାର୍ଜୀ’ ଙ୍କ ଯୋଡି। ଅଜୟ ୯୦ ଦଶକ ର ଅଭିନେତ୍ରୀ କାଜୋଲ ଙ୍କୁ ବିବାହ କରିଛନ୍ତି। ତନିଶା କାଜୋଲ ଙ୍କ ସାନ ଭଉଣୀ ଅଟନ୍ତି।ଏହି ଦୃଷ୍ଟି ରୁ ତନିଶା ଅଜୟ ଙ୍କ ଶାଳୀ ହେବେ।ଏହି ଶାଳୀ ଭିଣେଇ ଙ୍କ ଯୋଡି ବହୁତ ସୁନ୍ଦର ଦେଖାଯାଏ।ଦୁହେଁ ପରସ୍ପରକୁ ବହୁତ ଆଦର କରନ୍ତି ଏବଂ ତନିଶା ଏବଂ ଅଜୟ ଙ୍କ ସମ୍ପର୍କ ଶାଳୀ ଭିଣେଇ ଠୁ ଭି ଅଧିକ ଭାଇ ଭଉଣୀ ଙ୍କ ସମ୍ପର୍କ ଭଳି।ଏହି ଦୁଇ ଜଣଙ୍କୁ ଫିଲ୍ମ ‘ଟ୍ୟାନଗୋ ଚାରଲୀ’ ରେ ଦେଖିବାକୁ ମିଳିଥିଲା।

୨. ଦ୍ଵିତୀୟ ଯୋଡି ଟି ହେଉଛି ‘ନିକ ଜୋନସ’ ଏବଂ ‘ପରିଣୀତି ଚୋପ୍ରା’ ଙ୍କ ଶାଳୀ- ଭିଣେଇ ଯୋଡି।ନିକ ଜୋନସ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଙ୍କୁ ଵିଵାହ କରିଛନ୍ତି। ପରିଣୀତି ଚୋପ୍ରା ଏବଂ ନିକ ଜୋନସ ଙ୍କ ଏହି ଯୋଡି ବହୁତ ଘନିଷ୍ଠ ଅଟେ।ପରିଣୀତି ସ୍ବୟଂ କହିଥିଲେ ଯେ ନିକ ହିଁ ପ୍ରିୟଙ୍କା ଙ୍କ ପାଇଁ ଯୋଗ୍ୟ ଅଟନ୍ତି ଏବଂ ପରିବାର ସହ ମିଶିକି ରୁହନ୍ତି। ତାଙ୍କ କହିବାନୁସାରେ ନିକ ଜୋନସ ବିଦେଶୀ ବୋଲି ବିଲକୁଲ ଜଣା ପଡ଼ିନଥାନ୍ତି।

୩. ତୃତୀୟ ଯୋଡି ଟି ହେଉଛି ଅଭିନେତା ‘ଅକ୍ଷୟ କୁମାର’ ଏବଂ ‘ରିଙ୍କି ଖାନ୍ନା’ ଙ୍କ ଯୋଡି। ଅକ୍ଷୟ କୁମାର ‘ରାଜେଶ ଖାନ୍ନା’ ଙ୍କ ଝିଅ ‘ଟ୍ଵିଙ୍କଲ ଖାନ୍ନା’ ଙ୍କୁ ବିବାହ କରିଛନ୍ତି ।ରିଙ୍କି ଟ୍ଵିଙ୍କଲ ଙ୍କ ସାନ ଭଉଣୀ ଅଟନ୍ତି।ଏହି ଦୃଷ୍ଟି ରୁ ଅକ୍ଷୟ ଏବଂ ରିଙ୍କି ଶାଳୀ ଏବଂ ଭିଣେଇ ଅଟନ୍ତି।ନିଜ ପିତା ଙ୍କ ଦେହାନ୍ତ ପରେ ରିଙ୍କି ଅକ୍ଷୟ ଙ୍କୁ ହିଁ ନିଜର ଆଦର୍ଶ ମାନିନେଇ ଥିଲେ। ଅକ୍ଷୟ ତାଙ୍କୁ ସର୍ବଦା ସଠିକ ରାସ୍ତା ରେ ଚାଲିବାକୁ ପରାମର୍ଶ ଦେଇଥାଆନ୍ତି।। ଏହି ଦୁହେଁ ପରସ୍ପରକୁ ବହୁତ ଆଦର ଏବଂ ସ୍ନେହ କରନ୍ତି ତେଣୁ ଏହି ଶାଳୀ ଭିଣେଇ ଙ୍କ ଯୋଡି ଟି ବହୁତ ଖାସ ଅଟେ।

୪. ଚତୁର୍ଥ ଯୋଡି ଟି ହେଉଛି ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରୀ ର ଅଭିନେତା ‘ସୂର୍ୟା’ ଏବଂ ଅଭିନେତ୍ରୀ ‘ନଗମା’ ଙ୍କ ଯୋଡି।ଏହି ଶାଳୀ ଭିଣେଇ ଙ୍କ ଯୋଡି ଙ୍କୁ ପରଦା ତଥା ପରଦା ପଛରେ ମଧ୍ୟ ଦର୍ଶକ ମାନେ ବହୁତ ମାତ୍ରା ରେ ପସନ୍ଦ କରନ୍ତି।ଏହି ଦୁହେଁ ପରସ୍ପରକୁ ବହୁତ ଇଜ୍ଜତ କରନ୍ତି ଏବଂ ଏହି ଦୁହେଁ ଶାଳୀ ଭିଣେଇ ଅପେକ୍ଷା ଦୁଇ ବନ୍ଧୁ ଭାବେ ସମ୍ପର୍କ ରଖନ୍ତି ଏବଂ ଯେବେଭି ସାକ୍ଷାତ ହୁଅନ୍ତି ବହୁତ ମଜା ମସ୍ତି କରନ୍ତି।

୫.ପଞ୍ଚମ ଯୋଡି ଟି ହେଉଛି ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରୀ ର ଅଭିନେତା ‘ମହେଶ ବାବୁ’ ଏବଂ ‘ଶିଳ୍ପା ଶିରୋଦକର’ ଙ୍କ ଯୋଡି। ମହେଶ ବାବୁ ବଲିଉଡ ଇଣ୍ଡଷ୍ଟ୍ରୀ ର ପୂର୍ବ ଅଭିନେତ୍ରୀ ‘ନମ୍ରତା ସିରୋଦକର’ ଙ୍କୁ ଵିଵାହ କରିଛନ୍ତି ତେବେ ଏହି ଦୃଷ୍ଟି ରୁ ମହେଶ ବାବୁ ଏବଂ ଶିଳ୍ପା ଶାଳୀ ଭିଣେଇ ଅଟନ୍ତି। ଏହି ଯୋଡି ପରସ୍ପର କୁ ବହୁତ ମାନ ସମ୍ମାନ ପ୍ରଦାନ କରନ୍ତି ଏବଂ ଏହି ଯୋଡି ଏକାଠି ବହୁତ ସୁନ୍ଦର ଦେଖାଯାଆନ୍ତି।ବର୍ତ୍ତମାନ ସମୟରେ ଏହି ଶାଳୀ ଭିଣେଇ ଙ୍କ ଯୋଡି ଟପ ଲିଷ୍ଟ ରେ ଅଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button