ନୀତି

‘ମୃତ୍ୟୁର ୭ମିନିଟ ପରେ ମୋ ଶରୀରକୁ ଜୀବନ ଫେରିଥିଲା’: ବୃଦ୍ଧଙ୍କ ଦାବି – Utkal Mail


ନୂଆଦିଲ୍ଲୀ: ନିକଟରେ ଜଣେ ୟୁକେର ବ୍ୟକ୍ତି ନିଜର ଏମିତି ଅନୁଭବ ସମସ୍ତଙ୍କ ସହିତ ସେୟାର କରିଛନ୍ତି, ଯାହାକୁ ଶୁଣିଲେ ଲୋକେ ଚମତ୍କାର ଠାରୁ କମ ନୁହେଁ ବୋଲି କହୁଛନ୍ତି।

୬୦ବର୍ଷର ବୃଦ୍ଧ ଶିବ ଗ୍ରୋବାଲ ବ୍ରିଟେନର ମଞ୍ଚ କଳାକାର ଭାବେ କାମ କରନ୍ତି। ତାଙ୍କର ମୃତ୍ୟୁ ହୋଇଯାଇଥିଲା। କିନ୍ତୁ ୭ମିନିଟ ପରେ ‌ସେ ଦ୍ବିତୀୟ ଜନ୍ମ ନେଇଥିଲେ ବୋଲି ଦାବି କରି କହିଛନ୍ତି। ଏହି ସମୟରେ ସେ କେଉଁଠ ଥିଲେ, କ’ଣ କରୁଥିଲେ ଏବିଷୟରେ ଗୋବାଲ ବିସୃତ ଭାବେ ଆଲୋଚନା କରିଛନ୍ତି।

ଶିବ କହିଛନ୍ତି, ‘୨୦୧୩ ଫେବୃଆରିରେ ମୁଁ ଲଣ୍ଡନରେ ଘରେ ମୋ ସ୍ତ୍ରୀ ଏଲିସନଙ୍କ ସହ ଖାଉଥିଲି। ଏହି ସମୟରେ ମୁଁ ହୃଦଘାତର ଶିକାର ହୋଇଥିଲି। ମୋ ସ୍ତ୍ରୀ ଆମ୍ବୁଲାନ୍ସକୁ ଫୋନ କରିଥିଲେ, କିନ୍ତୁ ସେତେବେଳକୁ ମୋର ପ୍ରାଣବାୟୁ ଉଡ଼ି ଯାଇଥିଲା। କାରଣ ସଠିକ ସମୟରେ ମୋତ ଚିକିତ୍ସା ମିଳି ପାରି ନଥିଲା।

‌ସେ ସମୟରେ ମୋର ମୃତ୍ୟୁକୁ ନେଇ ସମସ୍ତେ କାନ୍ଦିବା ଆରମ୍ଭ କରି ଦେଇଥିଲେ। ମୁଁ ଯେ ପୁଣିଥିରେ ଜିଇଁ ଉଠିବି ଏକଥା କେହି ବି ଭାବି ନଥିଲେ। ମୋତେ ସେ ସମୟରେ ଲାଗୁଥିଲା କି କିଛି ମୋ ଶରୀର ସହିତ ହେଉଛି। ମୋ ଶରୀରରୁ କ’ଣ ଗୋଟେ ଅଲଗା ହୋଇଯାଉଛି। ଯେମିତି ଲାଗୁଥିଲା ମୁଁ ଶୂନ୍ୟରେ ଅଛି, କିନ୍ତୁ ସବୁକିଛି ଅନୁଭବ କରି ପାରୁଛି। ପାଣିରେ ଉପରେ କିଛିସମୟ ଭାସୁଥିବା ଭଳି ବି ଲାଗୁଥିଲା। ‌ସେ ସମୟରେ ମୁଁ ମହାକାଶକୁ ବି ଦେଖିଛି।

ମୁଁ ସେତେବେଳେ କାହାକୁ ଗୋଟେ କହୁଛି, ମୁଁ ମୋ ଶରୀରକୁ ଫେରିବାକୁ ଚାହେଁ। ଏହାପରେ ମୋର ଆଖି ଖୋଲିଥିଲା। ମୁଁ ଦେଖେତ ହସ୍ପିଟାଲ ବିଛଣାରେ ପଡ଼ିଥିଲି। ଡାକ୍ତର ମୋର କିଛି ଗୋଟେ ଅସ୍ତ୍ରୋପଚାର କରିଥିଲେ। କିଛିଦିନ ପରେ ମୁଁ ସୁସ୍ଥ ହୋଇ ଘରକୁ ଫେରି ଆସିଥିଲି। ଆଜି ବି ମୋର ସେ ସବୁ ମନେ ଅଛି, ଯାହା ମୋ ସହିତ ସେଦିନ ଘଟିଥିଲି। କିନ୍ତୁ ବିଜ୍ଞାନ ଯୁଗରେ ମୋ କଥାକୁ କେହି ବିଶ୍ବାସ କରୁ ନାହାନ୍ତି। ଏସବୁ ଅସମ୍ଭବ ବୋଲି କହୁଛନ୍ତି। କିନ୍ତୁ ମୁଁ ଜାଣିଛି ହୃଦଘାତର ଶିକାର ହେବାପରେ ମୋ ସହ କ’ଣକ’ଣ ଘଟିଛି। ମୁଁ କ’ଣ କ’ଣ ଦେଖିଛି।’

ସ୍ତ୍ରୀ କହନ୍ତି, ‘ ମୁଁ ହୃତଘାତର ଶିକାର ହେବାପରେ ପରିବାରଲୋକ କାନ୍ଦିବା ଆରମ୍ଭ କରିଥିଲେ। ସେ ଆମ୍ବୁଲାନ୍ସକୁ ଫୋନ କରିଥିଲେ। କିଛି ସମୟପରେ  ମୋର ନିଶ୍ବାସ ଚାଲିବା ଆରମ୍ଭ ହୋଇଥିଲା ବୋଲି ସେ ଅନୁଭବ କରିଥିଲେ। ଏହାପରେ ହସ୍ପିଟାଲ ନେବାରୁ ଡାକ୍ତର ଚିକିତ୍ସା କରି ଏକ ଅସ୍ତ୍ରୋପଚାର ପାଇଁ କହିଥିଲେ। ଆଉ ସେ ସେହି ଅସ୍ତ୍ରୋପଚାର ପାଇଁ ରାଜି ହୋଇଯାଇଥିଲେ। ଅସ୍ତ୍ରୋପଚାରର କିଛି ସମୟ ପ‌ରେ ମୁଁ ଆଖି ଖୋଲିଥିଲି।’




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button