ଜୀବନଶୈଳୀ

ଯଦି ଆପଣ ବି ମୁଣ୍ଡବିନ୍ଧା ଯୋଗୁ ଚିନ୍ତାରେ ଅଛନ୍ତି ତେବେ ଆପଣାନ୍ତୁ ଏହି ଘରୋଇ ଉପଚାର

ମୁଣ୍ଡବିନ୍ଧା ଏକ ଏଭଳି ସମସ୍ୟା ଯାହା ପ୍ରାୟତଃ ସମସ୍ତଙ୍କ ଠାରେ ଦେଖାଦିଏ। ଅଧିକ କାମର ଚାପରେ ରହିବା ଦ୍ୱାରା ମୁଣ୍ଡବିନ୍ଧା ଭଳି ସମସ୍ୟା ଦେଖାଯାଏ। ଏହା ବ୍ୟତୀତ ଚିନ୍ତା, ଅବସାଦ, ଠିକ୍‌ ଭାବେ ନ ଶୋଇବା, ଅଧିକ ଶବ୍ଦ, ଫୋନ୍‌ରେ ଅଧିକ ସମୟ କଥାବାର୍ତ୍ତା କରିବା, ଅଧିକ ଚିନ୍ତା କରିବା, ଥକାପଣ, ମୁଣ୍ଡକୁ କମ୍‌ ରକ୍ତ ସଞ୍ଚାଳନ ଭଳି କାରଣରୁ ପ୍ରାୟତଃ ମୁଣ୍ଡବିନ୍ଧା ହୋଇଥାଏ। ଯଦି ଆପଣ ବି ଏହି ସମସ୍ୟା ଦେଇ ଗତି କରୁଛନ୍ତି ତେବେ କେତେକ ଘରୋଇ ଉପାୟରେ ମୁଣ୍ଡବିନ୍ଧାକୁ ଅଲବିଦା କହିପାରିବେ।

Migraines - Legacy Spine & Neurological Specialists

  • ନିୟମିିତ ଦୁଇ ଥର ୧୦-୨୦ ମିନିଟ୍‌ ଧ୍ୟାନ କରିବା ଦ୍ୱାରା ଶରୀରରେ ରକ୍ତ ସଞ୍ଚାଳନ ଠିକ୍‌ ଭାବେ ହୋଇଥାଏ। ଏହା ଦ୍ୱାରା ମୁଣ୍ଡ ବିନ୍ଧାରୁ ବି ମୁକ୍ତି ମିଳେ।
  • ବେଳେବେଳେ ଡିହାଇଡ୍ରେସନ୍‌ ଯୋଗୁ ମଧ୍ୟ ମୁଣ୍ଡ ବିନ୍ଧା ହୁଏ। ଏଣୁ ପର୍ଯ୍ୟାପ୍ତ ପରିମାଣରେ ପାଣି ପିଅନ୍ତୁ।
  • ମାଂସପେଶୀ ଓ ଶରୀର ଷ୍ଟିପ୍‌ ହେବା ଫଳରେ ମଧ୍ୟ ମୁଣ୍ଡ ବିନ୍ଧା ହୋଇଥାଏ। ଏଣୁ ମଝିରେ ମଝିରେ ଷ୍ଟ୍ରେଚିଂ ଏକ୍ସରସାଇଜ୍‌ କରନ୍ତୁ। ମୁଣ୍ଡବିନ୍ଧାରୁ ମୁକ୍ତି ମିଳିବ।

tired woman with headache - Kirlough Family Dentistry Blog

  • ଶରୀରରେ ଅମ୍ଳଜାନର ପରିମାଣ ହ୍ରାସ ପାଇଲେ ମଧ୍ୟ ମୁଣ୍ଡ ବିନ୍ଧା ଭଳି ସମସ୍ୟା ଦେଖାଦିଏ। ଏଭଳି ସମସ୍ୟା ଦେଖାଦେଲେ ଯୋଗ କରନ୍ତୁ।
utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button