ସ୍ୱାସ୍ଥ୍ୟ

ମୂଳରୁ ସମାପ୍ତ ହେବ କୋଷ୍ଠକାଠିନ୍ୟ ସମସ୍ୟା, ଆପଣାନ୍ତୁ ଏହି ଉପାୟ

ଅନେକ ସମୟରେ ଆପଣଙ୍କ ପେଟ ଭଲ ଭାବେ ସଫା ହୋଇନଥିବା ଆପଣ ଅନୁଭବ କରିଥିଲେ। ଏଥିପାଇଁ ପୁରା ଦିନ ଆପଣଙ୍କୁ ଭଲ ଲାଗିନଥାଏ। ମନ ମଧ୍ୟ ଅଶାନ୍ତ ରହେ। ଯଦି ଏଭଳି ସମସ୍ୟା ଆପଣ ପ୍ରତିଦିନ ସାମ୍ନା କରୁଛନ୍ତି କି ? କୋଷ୍ଠକାଠିନ୍ୟ ରହିଲେ ଆପଣ ବିନା କିଛି ନ ଖାଇଲେ ମଧ୍ୟ ପେଟ ଭାରି ଭାରି ଲାଗିଥାଏ। କେବେ କେବେ ପେଟ ଫୁଲିବା ସହ ଗ୍ୟାସ ସମସ୍ୟା ଲାଗି ରହିଥାଏ। ଆମେ ଆପଣଙ୍କୁ ଏପରି କିଛି ଉପାୟ ଜଣାଇବୁ, ଯାହା ସାହାଯ୍ୟରେ ଆପଣ କୋଷ୍ଠକାଠିନ୍ୟ ସମସ୍ୟାରୁ ସଂପୂର୍ଣ୍ଣ ମୁକ୍ତି ପାଇବେ।

Ajwain-Water

– ଯଦି ଆପଣ ପ୍ରତିଦିନ ସକାଳେ ଜିରା ଏବଂ ଜୁଆଣି ପାଣି ପିଅନ୍ତି ତେବେ ପୁରୁଣା ଗ୍ୟାସ ଏବଂ କୋଷ୍ଠକାଠିନ୍ୟ ସହିତ ଜଡିତ ସମସ୍ୟା ଦୂର ହୋଇଥାଏ। ଜିରା ଏବଂ ଜୁଆଣି ପାଣି ପେଟ ପାଇଁ ବେଶ ଉପକାରୀ। ଏହାଦ୍ୱାରା ଶରୀରର ମେଟାବଲୋଜିମ ବଢିବା ସହିତ ପାଚନ ଶକ୍ତି ମଜବୁତ ହୋଇଥାଏ।

– ଯଦି ଆପଣଙ୍କର କୋଷ୍ଠକାଠିନ୍ୟ ହୋଇଥାଏ ତେବେ ଦଶ ଗ୍ରାମ ଜୁଆଣି, ଦଶ ଗ୍ରାମ ତ୍ରିଫଳା ଏବଂ ଦଶ ଗ୍ରାମ ସୈନ୍ଧବ ଲବଣ ମିଶାଇ ଚୂର୍ଣ୍ଣ କରିଦିଅନ୍ତୁ। ଏହି ଚୂର୍ଣ୍ଣକୁ ପ୍ରତିଦିନ ତିନି ଗ୍ରାମ କିମ୍ବା ପାଞ୍ଚ ଗ୍ରାମ ଅଳ୍ପ ଉଷୁମ ପାଣିରେ ମିଶାଇ ପିଅନ୍ତୁ। ଆପଣଙ୍କୁ ବହୁତ ଜଲଦି ଆରାମ ମିଳିବ।

apple

– ପ୍ରତିଦିନ ସକାଳୁ ଉଠିବା ପରେ ଗୋଟେ ସେଓ ନିଶ୍ଚିତ ଖାଆନ୍ତୁ। ସେଓ ସ୍ୱାସ୍ଥ୍ୟ ପାଇଁ ଲାଭକାରୀ ହୋଇଥାଏ। ପ୍ରତିଦିନ ଗୋଟିଏ ସେଓ ଖାଇବା ଦ୍ୱାରା ଅନେକ ରୋଗ ଦୂର ହେବା ସହିତ ପେଟ ସଫା ହୋଇଥାଏ। ସେଓରେ ଥିବା ଫାଇବର ଶରୀର ପାଇଁ ଫାଇଦାଯୁକ୍ତ ହୋଇଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button