ବିଚାର

ନଡ଼ିଆ ପାଣିରେ ମହୁ ମିଶାଇ ପିଅନ୍ତୁ , ଏହା ଦୂର କରିବ ବିଭିନ୍ନ ସମସ୍ୟା

ନିତିଦିନିଆ କାର୍ଯ୍ଯରତ ଜୀବନରେ ଆମ ମାନଙ୍କୁ ରୋଗ ହେବାର ବହୁତ ସମ୍ଭାବନା ରହିଥାଏ। ଏହି ପରିସ୍ଥିତିରେ ଶରୀରକୁ ସୁସ୍ଥ ରଖିବା ନିହାତି ଆବଶ୍ୟକ। ଇଫେକ୍ଟିବ୍ ଜର୍ମ୍ସ ଶରୀରକୁ କଷ୍ଟ ପହଞ୍ଚାଇଥାଏ। ନଡ଼ିଆ ପାଣି ଶରୀରର ରକ୍ଷା କରିବାରେ ସାହାର୍ଯ୍ୟ କରିଥାଏ। ଯଦି ଆପଣ ନଡ଼ିଆ ପାଣିରେ ମହୁ ମିଶାଇ ସେବନ କରିବେ ତେବେ ଆପଣଙ୍କର ସ୍ବାସ୍ଥ୍ୟ ଭଲ ରହିଥାଏ। ପ୍ରତ୍ୟେକ ଦିନ ନଡ଼ିଆ ପାଣିରେ ମହୁ ମିଶାଇ ସେବନ କରିବା ଦ୍ବାରା ବିଭିନ୍ନ ସମସ୍ୟାରୁ ମୁକ୍ତି ମିଳିଥାଏ। ଏଥିରେ ମିଠା କମ ମାତ୍ରାର ରହିଥିବାରୁ ଏହା ଶରୀରକୁ ହାଇଡ୍ରେଟ ରଖିବାରେ ସାହାଯ୍ୟ କରିଥାଏ।

ଜାଣନ୍ତୁ ସକାଳୁ ନଡ଼ିଆ ପାଣିରେ ମହୁ ମିଶାଇ ସେବନ କଲେ କଣ ଲାଭ ମିଳିଥାଏ :

coconut-water-honey

ଶକ୍ତିରେ ପରିବର୍ତ୍ତନ:

ବହୁତ ଲୋକମାନେ ଏକ କପ ଚା କିମ୍ବା କଫିରୁ ଦିନର ଆରମ୍ଭ କରିଥାନ୍ତି। ଲୋକମାନଙ୍କୁ ଲାଗିଥାଏ କଫି ପିଇବା ଦ୍ବାରା ଶକ୍ତି ମିଳିଥାଏ। କିନ୍ତୁ କଫି ଆପଣଙ୍କ ସ୍ବାସ୍ଥ୍ୟ ପାଇଁ ହାନିକାରକ ହୋଇଥାଏ। ପ୍ରତ୍ୟେକ ଦିନ ସକାଳେ ନଡ଼ିଆ ପାଣିରେ ମହୁ ମିଶାଇ ପିଇଲେ ଶକ୍ତରେ ପରିବର୍ତ୍ତନ ହୋଇଥାଏ। କାରଣ ଏଥିରେ ପୋଟାସିୟମ ରହିଥାଏ।

honeyହୃଦଘାତ ଜନିତ ସ୍ବାସ୍ଥ୍ୟରେ ପରିବର୍ତ୍ତନ:

ହୃଦୟ ଶରୀରର ମହତ୍ବପୂର୍ଣ୍ଣ ଅଙ୍ଗ ହୋଇଥାଏ। ଏହା ଶରୀରର ବାକି ଅଙ୍ଗକୁ ରକ୍ତ ସଞ୍ଚାଳନ କରିବାରେ ସାହାଯ୍ୟ କରିଥାଏ। ଯଦି ହୃଦୟ ସୁସ୍ଥ ରହିନଥାଏ ତେବେ ଏହାର ପ୍ରଭାବ ଶରୀରର ବାକି ଅଙ୍ଗରେ ପଡ଼ିଥାଏ। ନଡ଼ିଆ ପାଣି ଏବଂ ମହୁରେ ମିନେରାଲ ରହିଥାଏ ଯାହା ହୃଦୟର ମାଂସପେଶୀକୁ ମଜବୁତ ରଖିବା ସହିତ ବ୍ଲଡ଼ ପ୍ରେସରକୁ କମ କରିବାରେ ସାହାଯ୍ୟ କରିଥାଏ।

ବୟସ ଛାପକୁ କମ କରିଥାଏ:

ପ୍ରତ୍ୟେକ ଦିନ ନଡ଼ିଆ ପାଣି ସହିତ ମହୁ ମିଶାଇ ସେବନ କଲେ ବୟସ ବଢିବାର ଲକ୍ଷଣ ମଧ୍ୟ କମ କରିବାରେ ସାହାଯ୍ୟ କରିଥାଏ। ଏହି ପାଣିରେ ଭିଟାମିନ-ଏ ଏବଂ ଆଣ୍ଟି ଅକ୍ସିଡ଼େଣ୍ଟ ରହିଥାଏ ଯାହା କୋଷିକା ଗୁଡ଼ିକୁ ପ୍ରୋଟେକ୍ଟ କରିବାରେ ସାହାଯ୍ୟ କରିଥାଏ।

honey1କିଡ଼ିନି ଷ୍ଟୋନରୁ ମୁକ୍ତି ମିଳିଥାଏ :

କିଡ଼ିନିରେ ଅକ୍ସାଇଡ଼ ଏବଂ ସଲଟ୍ ଏକତ୍ରିତ ହେବା ଦ୍ବାରା କିଡ଼ିନ ଷ୍ଟୋନ ହୋଇଥାଏ। ଏହାର ଚିକିତ୍ସା ନ କରାଗଲେ ସ୍ବାସ୍ଥ୍ୟ ପାଇଁ ହାନିକାରକ ହୋଇଥାଏ। ଏଥିପାଇଁ ୨ରୁ୩ଲିଟର ପାଣି ପିଇବା ନିହାତି ଆବଶ୍ୟକ। ନଡ଼ିଆ ପାଣି ସହି ମହୁ ମିଶାଇ ସେବନ କଲେ କିଡ଼ିନି ଷ୍ଟୋନର ସମସ୍ୟା କମ ହୋଇଥାଏ। ଏଥିରେ ଥିବା ଆଣ୍ଟି ଅକ୍ସିଡ଼େଣ୍ଟ ଷ୍ଟୋନକୁ ନଷ୍ଟ କରିବାରେ ସାହାଯ୍ୟ କରିଥାଏ।

coconutନଡ଼ିଆ ପାଣି ଏବଂ ମହୁ ସେବନ କରିବାର ପ୍ରଣାଳୀ:

ଏକ ଗିଲାସ ନଡ଼ିଆ ପାଣିରେ ଏକ ଚାମଚ ମହୁ ପକାଇ ଏହାକୁ ଭଲଭାବେ ମିଶାନ୍ତୁ। ଏହାକୁ ପ୍ରତ୍ୟେକ ଦିନ ସକାଳର ଜଳଖିଆ ପୂର୍ବରୁ ସେବନ କରନ୍ତୁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button