ବିଚାର

ସରସ୍ୱତୀ ପୂଜା ଦିନ ଭୂଲରେ ବି କରନ୍ତୁନାହିଁ ଏହି କାମ, ନଚେତ ଫଳ ପାଇବେ ଓଲଟା

ବସନ୍ତ ପଞ୍ଚମୀ ବା ଶ୍ରୀପଞ୍ଚମୀ ଏକ ହିନ୍ଦୁଙ୍କ ପର୍ବ। ଏହି ଦିନରେ ବିଦ୍ୟାଙ୍କ ଦେବୀ ମାତା ସରସ୍ୱତୀଙ୍କୁ ପୂଜା କରାଯାଏ। ଆଜି ସାରା ପୂର ପଲ୍ଲୀ ସରସ୍ୱତୀ ପୂଜା ପାଳନ କରୁଛି। ଏହି ପର୍ବକୁ ମୁଖ୍ୟ ରୂପରେ ବସନ୍ତ ପଞ୍ଚମୀ ଅର୍ଥାତ ନୂଆ ଫସଲ କିମ୍ବା ଫୁଲ-ଫଳ ଆସିବାର ଦିନ କୁହାଯାଏ। ଏହି ଋତୁରେ ଅନେକ ପ୍ରକାର ଫୁଲ ଫଳ ଦେଖିବାକୁ ମିଳିଥାଏ। ବସନ୍ତ ଋତୁରେ ଗଛ-ଲତା ଆଦିରେ ନୂଆ ଫଳ ଧରିଥାଏ। ହିନ୍ଦୁ ଧର୍ମରେ ଏହି ଦିନରେ ବହୁତ ଖାସ ମହତ୍ତ୍ୱ ରହିଛି। ମାନ୍ୟତା ରହିଛି ଯେ ବସନ୍ତ ପଞ୍ଚମୀ ଦିନ ସରସ୍ୱତୀଙ୍କ ପୂଜା କରିବା ଦ୍ୱାରା ବୁଦ୍ଧି ଏବଂ ଜ୍ଞାନ ବଢ଼ିଥାଏ। ବସନ୍ତ ପଞ୍ଚମୀ ଦିନ ସ୍ନାନ କରିବାର ମଧ୍ୟ ଖାସ୍‌ ମହତ୍ତ୍ୱ ରହିଛି। କିନ୍ତୁ କିଛି ଏମିତି ଜିନିଷ ରହିଛି ଯାହାକୁ ଆଜିର ଦିନରେ ଭୁଲରେ ବି କରିବା ଉଚିତ ନୁହେଁ।

saraswoti puja-ବସନ୍ତ ପଞ୍ଚମୀ ଦିନ କଳା ଏବଂ ଲାଲ ରଙ୍ଗର ବସ୍ତ୍ର ପିନ୍ଧିବା ଅନୁଚିତ। ଦେବୀ ସରସ୍ୱତୀଙ୍କ କ୍ରୁପା ପାଇବା ପାଇଁ ହଳଦିଆ ରଙ୍ଗର ପୋଷାକ ପିନ୍ଧିବାରେ ଅଧିକ ମହତ୍ତ୍ୱ ରହିଛି।

-ଏହି ଦିନରେ କେବଳ ସାତ୍ତ୍ୱିକ ଭୋଜନ କରନ୍ତୁ। ମାଂସ, ମାଛର ସେବନ କରନ୍ତୁ।

-ବସନ୍ତ ପଞ୍ଚମୀ ଦିନ ଗଛ-ଲତା କିମ୍ବା ଫସଲ କାଟିବା ଉଚିତ ନୁହେଁ।

-ଏହି ଦିନରେ କ୍ରୋଧ ଠାରୁ ଦୂରରେ ରୁହନ୍ତୁ ଏବଂ ନିଜ ବଚନ ଉପରେ ସଂଜମ ରକ୍ଷା କରନ୍ତୁ। ଭୁଲରେ ବି କାହାକୁ ଅପଶବ୍ଦ ବ୍ୟବହାର କରନ୍ତୁ ନାହିଁ।

pujaବସନ୍ତ ପଞ୍ଚମୀର ପୂଜା ବିଧି

ସକାଳୁ ସକାଳୁ ଉଠି ମା ସରସ୍ୱତୀଙ୍କ ବନ୍ଦନା କରନ୍ତୁ। ପୂଜା ସ୍ଥାନରେ ବାଦ୍ୟ ଯନ୍ତ୍ର ଏବଂ ବହି ରଖନ୍ତୁ। ନିଜ ପୂଜାରେ ଛୋଟ ପିଲାଙ୍କୁ ବସାନ୍ତୁ। ମା ସରସ୍ୱତୀଙ୍କୁ ଧଳା ଚନ୍ଦନ ଏବଂ ହଳଦିଆ ଫୁଲ ହାତରେ ଅର୍ପଣ କରନ୍ତୁ। ହଳଦିଆ ରଙ୍ଗର ଫଳ ଚଢ଼ାନ୍ତୁ। ମାତା ସରସ୍ୱତୀଙ୍କ ମୂଳ ମନ୍ତ୍ର ଜପ କରନ୍ତୁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button