ଓଡିଶା

୨୦ ଫୁଟ୍‌ ତଳକୁ ଖସିଲା ଗୋରୁ ବୋଝେଇ ପିକଅପ ଭ୍ୟାନ୍

ଭାରସାମ୍ୟ ହରାଇ ଜାତୀୟ ରାଜପଥରୁ ପ୍ରାୟ ୨୦ ଫୁଟ୍ ତଳକୁ ଖସି ପଡ଼ିଲା ଗୋରୁ ବୋଝେଇ ପିକଅପ ଭ୍ୟାନ୍। ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ୬୦ ନମ୍ବର ଜାତୀୟ ରାଜପଥର ରାଜଘାଟ ବ୍ରିଜ ନିକଟରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଗୋଟିଏ ଗୋରୁର ମୃତ୍ୟୁ ହୋଇଥିବା ବେଳେଶତାଧିକ ଗୋରୁ ଆହତ ହୋଇଛନ୍ତି।

ଗତକାଲି଼ ଗୋରୁ ବୋଝେଇ ପିକଅପ୍ ଭ୍ୟାନଟି ଭଦ୍ରକରୁ ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିଲା।

ରାଜଘାଟ ବ୍ରିଜ ନିକଟରେ ଭ୍ୟାନଟି ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଖସି ପଡ଼ିଥିଲା। ସ୍ଥାନୀୟ ଲୋକେ ପହଞ୍ଚି ମୃତାହତ ଗୋରୁଙ୍କୁ ଉଦ୍ଧାର କରି ବସ୍ତା ପୁଲିସକୁ ଖବର ଦେଇଥିଲେ। ଆହତ ଗୋରୁଙ୍କୁ ଚିକିତ୍ସା ପାଇଁ ପଠାଯାଇଛି। ବସ୍ତା ପୁଲିସ ଘଟଣାର ତଦନ୍ତ କରୁଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button