ଦେଶ ବିଦେଶ

ଛାଡ଼ନ୍ତୁ ପ୍ରେସର କୁକର, ଏବେ ଏହି ଉପାୟରେ ସହଜରେ ବନାନ୍ତୁ କୋଲୋଷ୍ଟ୍ରୋଲ ଫ୍ରି ଭାତ

ଭାତ ଖାଇବାକୁ ପ୍ରାୟ ସମସ୍ତେ ପସନ୍ଦ କରିଥାନ୍ତି। ଅଧିକାଂଶ ଲୋକ କମ୍‌ ସମୟରେ ଭାତ ରାନ୍ଧିବା ପାଇଁ ପ୍ରେସର କୁକୁରର ସାହାଯ୍ୟ ନେଇଥାନ୍ତି। ମାତ୍ର ପ୍ରେସର କୁୁକରରେ ରନ୍ଧାଯାଉଥିବା ଭାତରେ ଫ୍ୟାଟ୍‌ ଓ କାର୍ବୋହାଇଡ୍ରେଡ୍‌ର ମାତ୍ରା ଅଧିକ ରହିଥାଏ। ଯାହା ଓଜନ ବୃଦ୍ଧି କରିବାରେ ସାହାଯ୍ୟ କରେ। ଆଜି ଆମେ ଆପଣଙ୍କୁ ଏକ ଏଭଳି ଉପାୟରେ ଭାତ ତିଆରି କରିବା ଶିଖାଇବୁ ଯାହାଦ୍ୱାରା ଓଜନ ଆଦୌ ବଢ଼ିବ ନାହିଁ ଓ ଆପଣ ବିନା ଚିନ୍ତାରେ ଭାତ ଖାଇପାରିବେ।

  • ପ୍ରେସର କୁକୁରରେ ଭାତ ନ ତିଆରି କରି ହାଣ୍ଡି ବା କିଛି ଚଉଡ଼ା ବାସନରେ ପ୍ରସ୍ତୁତ କରନ୍ତୁ। ଏହା ଦ୍ୱାରା ଭାତ ଗୋଟା ଗୋଟା ହେବ।
  • ପ୍ରଥମେ ଚାଉଳକୁ ଅଧ ଘଣ୍ଟା ଯାଏଁ ପାଣିରେ ଭିଜାନ୍ତୁ।
  • ଏବେ ଦୁଇ ଗ୍ଲାସ୍‌ ପାଣି ଏକ ପାତ୍ରରେ ନେଇ ଗ୍ୟାସ୍‌ରେ ବସାନ୍ତୁ।
  • ପାଣି ଗରମ ହେବା ପରେ ସେଥିରେ ଭିଜିଥିବା ଚାଉଳକୁ ପକାନ୍ତୁ।

  • ଏବେ ଏକ ଥାଳିରେ ପାତ୍ରକୁ ଘୋଡ଼ାଇ ଦିଅନ୍ତୁ।
  • ୧୯-୧୫ ମିନିଟ୍‌ ପରେ ଚାଉଳ ସିଝିଛି କି ନାହିଁ ଚେକ୍‌ କରନ୍ତୁ।
  • ଭାତର ପାଣି ଶୁଖିଯିବା ପରେ କିଛି ସମୟ ଘୋଡ଼ାଇ ଦିଅନ୍ତୁ। ଯଦି ଅଧିକ ପାଣି ଅଛି ତେବେ ଭାତକୁ ଗାଳି ପେଜ ମଧ୍ୟ ଅଲଗା କରିପାରିବେ।

ଏବେ ତରକାରୀ କିମ୍ବା ଡାଲି ସହ ଭାତକୁ ପରଷନ୍ତୁ। ଏହି ଭାତ ପ୍ରେସରରେ ତିଆରି ଭାତ ଅପେକ୍ଷା କମ୍‌ କ୍ୟାଲୋରୀଯୁକ୍ତ ଓ ଗୋଟା ଗୋଟା ରହିଥାଏ। ଏଭଳି ଭାବେ ଅଧିକ ସମୟ ଚାଉଳକୁ ଭିଜାଇ ଭାତ ତିଆରି କଲେ ଶରୀରକୁ କମ୍‌ ପରିମାଣରେ କାର୍ବୋ ହାଇଡ୍ରେଡ୍‌ ମିଳିଥାଏ ଓ ଓଜନ ମଧ୍ୟ ନିୟନ୍ତ୍ରଣରେ ରହିଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button