ଦେଶ ବିଦେଶ

ଯଦି ଆପଣଙ୍କ ପାଖେ ଅଛି ଦୁର୍ଗାଙ୍କ ଚିହ୍ନ ଥିବା ଏହି କଏନ୍ ତେବେ ଏହି ଖବର ନିଶ୍ଚୟ ପଢ଼ନ୍ତୁ

କଣ ଆପଣ ଜାଣନ୍ତି ଏହି ପ୍ରକାର ମୁଦ୍ରା ଆପଣଙ୍କ ପାଖେ ଥିବ ତେବେ ଆପଣ ଙ୍କ ଭାଗ୍ୟ ବଦଳିଯିବାର ସମ୍ଭାବନା ରହିଛି । କଣ ଆପଣ ଜାଣନ୍ତି ମାତା ବୈଷ୍ଣଦେବୀ ଙ୍କ ମହତ୍ୱ ହିନ୍ଦୁ ଧର୍ମ ରେ ବହୁତ ଅଧିକ ରହିଛି । ଦିଲ୍ଲୀ ହରିୟାଣା ହିମାଚଳ ପ୍ରଦେଶ ରେ ଅଧିକାଂଶ ଲୋକ ମାତା ବୈଷ୍ଣଦେବୀ ଙ୍କ ଭକ୍ତ ହୋଇଥାନ୍ତି । ଏମାନେ ପ୍ରତିବର୍ଷ ନିୟମିତ ଭାବେ ଜାମ୍ମୁ କାଶ୍ମୀର ଦେବୀ ମାତା ଙ୍କୁ ଦର୍ଶନ କରିବାକୁ ଯାଇଥାନ୍ତି । କୁହାଯାଏ ଯିଏ ଥରେ ବୈଷ୍ଣଦେବୀ ଙ୍କ ଯାତ୍ରା କରି ଦେବୀ ଙ୍କୁ କିଛି ମଧ୍ୟ ମାଗେ ତେବେ ତାର ସମସ୍ତ ଇଚ୍ଛା ପୂରଣ କରନ୍ତି ମାତା ରାଣୀ । ତେବେ ଏହି ଆର୍ଟିକିଲ ରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ ଯେ ବାସ୍ତବରେ କେତେ ମୂଲ୍ୟବାନ ଅଟେ ଏହି ମାତା ଙ୍କ ଚିତ୍ର ଥିବା ଭାରତୀୟ ମୁଦ୍ରା ।

ଆମେ ଆପଣଙ୍କୁ ₹ ୧୦ ଟଙ୍କା ର ଏକ ମୁଦ୍ରା ବିଷୟରେ କହିବାକୁ ଯାଉଛୁ ଯେଉଁଥିରେ ମାତା ବଷ୍ଣୋ ଦେବୀଙ୍କ ଚିତ୍ର ତିଆରି ହୋଇଛି ଏବଂ ଅଶୋକା ସ୍ତମ୍ଭର ଚିତ୍ର ମଧ୍ୟ ତିଆରି ହୋଇଛି । ଯଦି ଆପଣଙ୍କ ପାଖରେ ଏହି ମୁଦ୍ରା ଅଛି, ତେବେ ଆପଣ ମଧ୍ୟ ବହୁତ ଭାଗ୍ୟବାନ ବ୍ୟକ୍ତି ଅଟନ୍ତି । ଭାରତୀୟ ସରକାର ପ୍ରାୟ ୫ ବର୍ଷ ହେଲା ଭାରତରେ ଏହି ମୁଦ୍ରା ତିଆରି ବନ୍ଦ କରିଛନ୍ତି । ଏହାପରେ ଏହି ମୁଦ୍ରା ତିଆରି ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇଯାଇଛି । ଏହି ମୁଦ୍ରା ୨୦୧୨ ରେ ମୁଦ୍ରିତ ହୋଇଥିଲା । ଏହା ପ୍ରାୟ ୩ ବର୍ଷ ପର୍ଯ୍ୟନ୍ତ ଏକ ଲିମିଟେଡ଼ ଏଡିସନ ଛପା ହୋଇଥିଲା ଏବଂ ଦେଶ ରେ ପ୍ରଚଳିତ ହୋଇଥିଲା ।

ମାତା ବୈଷ୍ଣ ଦେବୀ ଙ୍କୁ ପସନ୍ଦ କରୁଥିବା ଭକ୍ତ ମାନେ ବିପୁଳ ସଂଖ୍ୟାରେ ଏହି ମୁଦ୍ରା କୁ ଖୋଜୁଛନ୍ତି । ବିଶେଷ ଭାବରେ ଏହି ମୁଦ୍ରା କୁ ସେମାନେ ଘରେ ରଖି ପୂଜା କରୁଛନ୍ତି କିମ୍ବା ଏହାକୁ ଗଳା ରେ ପଦକ ଋପେ ଧାରଣ କରୁଛନ୍ତି । ଯଦିଓ ଏହି ମୁଦ୍ରାଗୁଡ଼ିକ ମହଙ୍ଗା ନୁହେଁ । କିନ୍ତୁ ତଥାପି ଯେଉଁମାନେ ଏପରି ମୁଦ୍ରା ପାଇବାକୁ ଇଚ୍ଛା କରନ୍ତି । ସେମାନେ ଏହି ମୁଦ୍ରାଗୁଡ଼ିକୁ ବହୁତ ପସନ୍ଦ କରନ୍ତି । ଏପରି ପରିସ୍ଥିତିରେ, ସେହି ଲୋକମାନେ ଆପଣଙ୍କୁ ଏହି ମୁଦ୍ରାଗୁଡ଼ିକର ଭଲ ପରିମାଣ ମଧ୍ୟ ଦେଇପାରିବେ ।

ଏହା ସହିତ ମାତା ବୈଷ୍ଣୋ ଦେବୀଙ୍କ ଦଶ ଟଙ୍କା ଏବଂ ପାଞ୍ଚ ଟଙ୍କା ମୁଦ୍ରା ମଧ୍ୟ ପ୍ରଚଳିତ କରାଯାଇଛି । ହଁ, ଯଦି ଆପଣଙ୍କର ଏହି ମୁଦ୍ରାଗୁଡ଼ିକର ସମ୍ପୂର୍ଣ୍ଣ ସେଟ୍ ଅଛି, ତେବେ ଆପଣ ନିଶ୍ଚିତ ଭାବରେ ଏଥିପାଇଁ ଦଶ ହଜାରରୁ ପନ୍ଦର ହଜାର ଟଙ୍କା ପାଇପାରିବେ । ଏହି ମୁଦ୍ରା ର ଚାହିଦା ହୁଏତ ଓଡିଶା ରେ ଏତେ ନାହିଁ କିନ୍ତୁ ଉତ୍ତର ଭାରତ ଆଡେ ଆପଣଙ୍କୁ ମୁହଁ ମଙ୍ଗା ମୂଲ୍ୟ ଏହି ମୁଦ୍ରା ପାଇଁ ମିଳିପାରିବ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button