ସାବଧାନ! ଅଧିକ ସମୟ ଯାଏ ପରିସ୍ରା ରୋକୁଛନ୍ତି କି? ଏହି ଅଭ୍ୟାସ ଆପଣଙ୍କ ପାଇଁ ଭାରି ପଡ଼ିପାରେ

ଡାକ୍ତରମାନେ ସବୁବେଳେ ଅଧିକ ମାତ୍ରାରେ ପାଣି ପଇବାକୁ ଆମକୁ ପରାମର୍ଶ ଦେଇଥାଆନ୍ତି। ପାଣି ପିଇବା ଦ୍ବାରା କିଡନୀ ସଫା ରହିବା ସହ ଅଧା ରୋଗରୁ ମୁକ୍ତି ମିଳିଥାଏ ଏବଂ ତ୍ବଚା ମଧ୍ୟ ଚମକି ଉଠିଥାଏ। ଏମିତି ଦେଖାଯାଏ କି, ଖୁବ୍ ସାରା ପାଣି ପିଇବା ପରେ ଆମକୁ ପରିସ୍ରା ଲାଗିଥାଏ। କିନ୍ତୁ ଯଦି ଆପଣ ରାସ୍ତାରେ ଯାଉଛନ୍ତି କିମ୍ବା କୌଣସି କାମରେ ବ୍ୟସ୍ତ ଅଛନ୍ତି, ତା’ହେଲେ ଏହି ସମୟରେ ପରିସ୍ରାକୁ ଅଧିକ ସମୟ ଧରି ରୋକି ଦିଅନ୍ତି। ଆମ ଏଠାରେ କହି ରଖୁଛୁ କି, ଭୁଲରେ ବି କରନ୍ତୁ ନାହିଁ ଏଭଳି କାମ, ଏବେଠୁ ହୋଇଯାଆନ୍ତୁ ସାବଧାନ। କାରଣ, ଏହି ଅଭ୍ୟାସ ଆପଣଙ୍କୁ ଭାରି ପଡ଼ିପାରେ।

ଅଧିକ ସମୟ ଯାଏ ପରିସ୍ରା ରୋକିଲେ, ମୂତ୍ରାଶୟ ଉପରେ ଚାପ ପଡ଼ିଥାଏ, ଯାହାକି ଯନ୍ତ୍ରଣାର କାରଣ ହୋଇପାରେ। ଏହି କଷ୍ଟ କିଡନୀ ପର୍ୟ୍ୟନ୍ତ ମଧ୍ୟ ପହଞ୍ଚିଯାଇପାରେ। ଏଭଳି ସ୍ଥିତିରେ ପରିସ୍ରା କରିବା ପରେ ମଧ୍ୟ ଯନ୍ତ୍ରଣାରୁ ଉପଶମ ମିଳି ନ ଥାଏ। କାହିଁକି ନା, ପରିସ୍ରା ରୋକିବା ଦ୍ବାରା ହେଉଥିବା କଷ୍ଟ ଲାଘବ ହେବାକୁ ଅଧିକ ସମୟ ଲାଗିଥାଏ।

ବାରମ୍ବାର ପରିସ୍ରା ରୋକିବାରେ ମୂତ୍ରାଶୟର ଆକାର ବଢ଼ିଯାଇଥାଏ ଏବଂ ମାଂସପେଶୀରେ ଆକସ୍ମିକ ଯନ୍ତ୍ରଣାଦାୟକ ଆକୁଞ୍ଚନ ପଡ଼ିଥାଏ। ଏହି ସମସ୍ୟା ଗମ୍ଭୀର ରୂପ ଧାରଣ କରିପାରେ। ଏପରି କି, ସର୍ଜରୀର ମଧ୍ୟ ଆବଶ୍ୟକତା ପଡ଼ିପାରେ। କେବଳ ଏତିକି ନୁହେଁ, ଏଭଳି ଅଭ୍ୟାସ ଥିଲେ, ୟୁରିନାରି ଟ୍ରାକ୍ଟ ଇନଫେକ୍ସନର ମଧ୍ୟ ଭୟ ରହିଥାଏ। ବ୍ୟାକ୍ଟେରିଆ ବଢ଼ିବାରେ ବି ମଉକା ମିଳିଯାଇଥାଏ, ଯାହାକି ମୂତ୍ରାଶୟ ବା ବ୍ଲାଡର ଭିତରକୁ ପଶିଯିବାର ଯଥେଷ୍ଟ ସମ୍ଭାବନା ଥାଏ। କେବଳ ଯେ କିଡନୀ ଉପରେ ଚାପ ପଡ଼ିଥାଏ ତା’ ନୁହେଁ, ବରଂ ଭବିଷ୍ୟତରେ ମଧ୍ୟ କିଡନୀ ସମ୍ବନ୍ଧୀୟ ଅନେକ ରୋଗ ସ୍ଷ୍ଟି ହୋଇପାରେ। କିଛି ଗବେଷଣାରୁ ଜଣାପଡ଼ିଛି ଯେ ପରିସ୍ରା ରୋକିବା କିଡନୀ ଷ୍ଟୋନର ମଧ୍ୟ କାରଣ ବନିପାରେ।



