ଓଡିଶା

ସହର ଉପକଣ୍ଠରେ ବୁଲିବ କଳାବାଘ, ପାଖରୁ ଦେଖିବେ ଲୋକେ

ହର ଉପକଣ୍ଠରେ ଥିବା ଶାଳ ବଣରେ ଘୂରି ବୁଲିବ କଳାବାଘ। ଆଉ ସେହି କଳାବାଘକୁ ପାଖରୁ ଦେଖିବାର ସୁଯୋଗ ପାଇବେ ଦୂରଦୂରାନ୍ତରୁ ଆସୁଥିବା ପର୍ଯ୍ୟଟକ। ବାରିପଦା ଟାଉନ୍ଠାରୁ ୭ କିମି ଦୂର ମଞ୍ଚାବନ୍ଧା ଶାଳ ଜଙ୍ଗଲରେ ଏପରି ଏକ କଳା ବାଘ ସଫାରୀ କରିବାକୁ ଯାଉଛନ୍ତି ରାଜ୍ୟ ସରକାର। ବର୍ଷା ଋତୁ ପରେ କଳାବାଘ ସଫାରୀ କାମ ଆରମ୍ଭ ହେବ ବୋଲି ଜଣାପଡ଼ିଛି।

 ମୟୂରଭଞ୍ଜ ଜିଲ୍ଲାର ସଦର ମହକୁମା ହେଉଛି ବାରିପଦା। ବାରିପଦାଠାରୁ ପ୍ରାୟ ୭ କିମି ଗଲେ ପଡ଼ିବ ମଞ୍ଚାବନ୍ଧା ଶାଳ ଜଙ୍ଗଲ। ଏହି ଗ୍ରାମ୍ୟ ଜଙ୍ଗଲରେ କଳା ବାଘର ସଫାରୀ ନିର୍ମାଣ ହେବ। ପ୍ରାୟ ପଚାଶ ଏକର ଜମିରେ ବାଘ ପାଇଁ ସ୍ଵତନ୍ତ୍ର ଏନ୍କ୍ଲୋଜର ହେବ। ଆଉ ପଚାଶ ଏକର ଜମିରେ ବନ୍ୟପ୍ରାଣୀ ଚିକିତ୍ସାଳୟ ନିର୍ମାଣ କରାଯିବ। ଏଥିପାଇଁ ସବୁ ପ୍ରକାର ପ୍ରସ୍ତୁତି ସରିଛି। ବର୍ଷା ଋତୁ ଚାଲିଥିବାରୁ କାମ ଆଗେଇ ପାରୁନି। ଖୁବ୍ଶୀଘ୍ର ଏହି ବାଘ ସଫାରୀର କାମ ଶେଷ ହେବ ଓ ପର୍ଯ୍ୟଟକଙ୍କ ପାଇଁ ଖୋଲିବ। ଉତ୍ତର ଓଡ଼ିଶାରେ ଏହି ବାଘ ସଫାରୀ ସମଗ୍ର ଦେଶରେ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ପାଇବ। କେବଳ ବାରିପଦା ସହର ନୁହେଁ, ଝାରଖଣ୍ଡ ଓ ପଶ୍ଚିମବଙ୍ଗର ପର୍ଯ୍ୟଟକମାନେ ଅତି ପାଖରୁ କାଳବାଘକୁ ଦେଖିବାର ସୁଯୋଗ ପାଇବ। ନନ୍ଦନକାନନରେ ଥିବା କଳାବାଘ ସେଠାକୁ ଯିବ ବୋଲି ଚର୍ଚ୍ଚା ହେଉଛି।

ସେପଟେ ରାଜ୍ୟ ଜଙ୍ଗଲ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ କହିଛନ୍ତି, ବର୍ଷା ଋତୁ ପରେ ଟେକ୍ନିକାଲ୍ ଟିମ୍ ଆସି ତର୍ଜମା କରିବେ। ତା’ପରେ ସଫାରୀ କାର୍ଯ୍ୟ ଆଗକୁ ଯିବ। ପ୍ରାୟ ୩ରୁ ୪ ମାସ ଭିତରେ କାମ ଆରମ୍ଭ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button