ନୀତି

Swapna Shastra- ସ୍ୱପ୍ନରେ ଭଗବାନଙ୍କୁ ଦେଖିବାର ଅର୍ଥ କଣ ? ଜାଣନ୍ତୁ ଏହା ପଛର ଥିବା ରହସ୍ୟ

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ମନୁଷ୍ୟ ନିଜ ଜୀବନ ରେ ପ୍ରତ୍ୟେକ ଦିନ କିଛି ନା କିଛି ସ୍ୱପ୍ନ ଦେଖିଥାଏ।ମନୁଷ୍ୟ ର ଅନେକ ସ୍ୱପ୍ନ ର କିଛି ଅର୍ଥ ନଥାଏ ଓ ଆଉ ଅନେକ ସ୍ୱପ୍ନ ଦ୍ୱାରା ତାକୁ ବହୁତ କିଛି ସଂକେତ ମିଳିଥାଏ।ଶାସ୍ତ୍ର ଅନୁସାରେ ମନୁଷ୍ୟ ଯେଉଁ ସ୍ୱପ୍ନ ଦେଖିଥାଏ ତାହାକୁ ସେ ପୂର୍ବରୁ ବହୁତ ଭାବିଥାଏ ସେଥିପାଇଁ ସେହି ଭଳି ସ୍ୱପ୍ନ ସେ ଦେଖିଥାଏ।କିନ୍ତୁ ବେଳେବେଳେ ଏପରି ହୋଇଥାଏ ଯେ ଆମେ ସେ ବିଷୟରେ କୌଣସି ଚିନ୍ତା ନ କରିଥିଲେ ମଧ୍ୟ ଆମକୁ ସେହି ଭଳି ସ୍ୱପ୍ନ ଆସିଥାଏ।ସେହି ସ୍ୱପ୍ନ ଦ୍ୱାରା ଆମକୁ ବିଭିନ୍ନ ପ୍ରକାର ସଂକେତ ମିଳିଥାଏ ଓ ଆମକୁ ସତର୍କ ହୋଇ ରହିବା ପାଇଁ ଦୈଵ ବାଣୀ ହୋଇଥାଏ।

ମନୁଷ୍ୟ କୁ ବେଳେବେଳେ ଭଗବାନ ଙ୍କ ର ମଧ୍ୟ ସ୍ୱପ୍ନ ଆସିଥାଏ।ଯେଉଁ ଵିଷୟ ରେ ସେ କେବେ ମଧ୍ୟ ଭାବି ପାରି ନ ଥାଏ।କିନ୍ତୁ ବନ୍ଧୁଗଣ ଭଗବାନ ଙ୍କର ସ୍ୱପ୍ନ ଆସିବା ଭଲ ହୋଇଥାଏ କିମ୍ବା ଖରାପ ହୋଇଥାଏ ତାହା ଆଜି ଆମେ ଆପଣଂକୁ ଜଣାଇବୁ।ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ସେହି ସମ୍ପର୍କରେ ଅନେକ କିଛି କଥା।


ବନ୍ଧୁଗଣ ଶାସ୍ତ୍ର ଅନୁସାରେ ଭଗବାନ ଙ୍କର ସ୍ୱପ୍ନ ଦେଖିବା ଉଭୟ ଭଲ ଓ ଖରାପ ହୋଇଥାଏ।ଆମେ ଯେତେବେଳେ ଖରାପ ସମୟ ରେ ପଡ଼ିଥାଉ ସେତେବେଳେ ଭଗବାନ ଙ୍କୁ ମନେ ପକାଇଥାଉ।ସମସ୍ତ ବ୍ୟକ୍ତି ଚାହିଁ ଥାନ୍ତି କି ସେମାନେ ଭଗବାନ ଙ୍କୁ ଦର୍ଶନ କରନ୍ତୁ କିନ୍ତୁ ବହୁତ କମ ଲୋକ ହିଁ ଭଗବାନ ଙ୍କର ଦର୍ଶନ ପାଇ ପାରିଛନ୍ତି।ପ୍ରାଚୀନ କାଳ ରେ ମୁନି ୠଷି ମାନେ ବର୍ଷ ବର୍ଷ ଧରି ତପସ୍ୟା କଲାପରେ ହିଁ ଯାଇକି ଭଗବାନଙ୍କ ଦର୍ଶନ ପାଇଥାନ୍ତି ବୋଲି ଆମର ପ୍ରାଚୀନ ଗ୍ରଂଥ ମାନଙ୍କରେ ଲିପିବଦ୍ଧ ହୋଇ ରହିଛି।

ସେ ତପସ୍ୟା ମଧ୍ୟ ବହୁତ କଠିନ ଥିଲା।ଏହା ଏତେ ସାମାନ୍ୟ ନ ଥିଲା ଯେ କୌଣସି ବ୍ୟକ୍ତି ମଧ୍ୟ ଏହାକୁ କରିବାରେ ସକ୍ଷମ ହୋଇପାରୁଥିଲେ।ତେବେ ବନ୍ଧୁଗଣ ଏହି କଳି ଯୁଗ ରେ କିନ୍ତୁ ଭଗବାନ ଙ୍କୁ ଦର୍ଶନ କରିବା ବହୁତ ସହଜ ଅଟେ।ଭଗବାନ ଙ୍କୁ ଦର୍ଶନ କରିବା ପାଇଁ ଆମକୁ କିଛି କରିବାକୁ ପଡିଥାଏ।

ଭଗବାନ ଙ୍କୁ ଦର୍ଶନ କରିବା ପାଇଁ ପ୍ରତିଦିନ ସକାଳୁ ଉଠି ଈଶ୍ୱର ଙ୍କ ଛବି କୁ ମନ ରେ କଳ୍ପନା କରି ଧ୍ୟାନ କରିବା ଦ୍ୱାରା ଆମେ ଭଗବାନ ଙ୍କ ଦର୍ଶନ ପାଇ ପାରିବା।ଏହିପରି ଧ୍ୟାନ ରେ ବସିବା ସମୟ ରେ କେବଳ ଭଗବାନ ଙ୍କ ବ୍ୟତୀତ ଅନ୍ୟ କୌଣସି ଵିଷୟ ରେ ଚିନ୍ତା କରିବା ଉଚିତ ନୁହେଁ।ଏହିପରି ଯଦି ଆପଣ କରିବେ ତେବେ ଆପଣ ମଧ୍ୟ ଭଗବାନ ଙ୍କୁ ସାକ୍ଷାତ କରି ପାରିବେ।

ବନ୍ଧୁଗଣ ଯଦି ଆପଣଙ୍କ ସ୍ୱପ୍ନ ରେ ଆପଣଙ୍କର ଇଷ୍ଟ ଦେବତା ବା ଦେବୀ ଆସିଥାନ୍ତି ତେବେ ବୁଝି ନିଅନ୍ତୁ କି ଆପଣ ଙ୍କ ଘରକୁ ବହୁତ ଖୁସି ଆସିବାକୁ ଯାଉଛି।ଆପଣଙ୍କ ଘର ସୁଖ ସମୃଦ୍ଧି ରେ ପରିପୂର୍ଣ୍ଣ ହେବାକୁ ଯାଉଛି।ଆପଣ ଙ୍କ ର ସମସ୍ତ ସମସ୍ୟା ର ସମାଧାନ ମଧ୍ୟ ହୋଇଯାଇଥାଏ।ଈଶ୍ୱର ଆମର ବହୁତ ପରୀକ୍ଷା ନେଇଥାନ୍ତି।ଈଶ୍ୱର ଘର ର ଗୁରୁଜନ ଙ୍କ ଭଳି ହୋଇଥାନ୍ତି।

ସେ ଆମକୁ ଖରାପ ବାଟ ରେ ଯିବା ରୁ ଅଟକାଇ ଥାଆନ୍ତି।ଯଦି ଆମକୁ ସ୍ୱପ୍ନ ରେ ଅନ୍ୟ କୌଣସି ଦେବା ଦେବୀ ଦର୍ଶନ ଦେଇଥାନ୍ତି ତେବେ ଆମେ ବୁଝିଯିବା ଉଚିତ କି ଆମର ଯେଉଁ ସବୁ ସମସ୍ୟା ରହିଛି ତାହାର ସମାଧାନ ହେବାକୁ ଯାଉଛି ଏହା ସହିତ ଆମ ଘରକୁ ବିପୁଳ ଅର୍ଥ ଆସିବାକୁ ଯାଉଛି।ଆମ ଘରେ କୌଣସି ଅଭାବ ରହିବ ନାହିଁ।ତେବେ ବନ୍ଧୁଗଣ ଯଦି ଆପଣ ସ୍ୱପ୍ନ ରେ ଭଗବାନ ଙ୍କୁ ଦେଖିଥାନ୍ତି ତାହେଲେ ଆପଣଙ୍କ ର ବହୁତ ଭଲ ସମୟ କୁ ଆସୁଛି ବୋଲି ସଂକେତ ମିଳିଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button