ଦେଶ ବିଦେଶ

ଏହି କାରଣ ପାଇଁ ମିଳିନଥାଏ ସରକାରୀ ଚାକିରି

ଅଧିକାଂଶ ଲୋକମାନେ ସରକାରୀ ଚାକିରି ପାଇବା ପାଇଁ ଖୁବ୍ ପ୍ରୟାସ କରିଥାନ୍ତି। କିନ୍ତୁ ସରକାରୀ ଚାକିରି କିଛି ଲୋକଙ୍କ ଭାଗ୍ୟରେ ରହିଥାଏ। ଯଦି କୌଣସି ବ୍ୟକ୍ତିଙ୍କର ଭାଗ୍ୟ ଭଲ ଥାଏ ତେବେ ତାଙ୍କୁ ଖୁବ୍ ଶୀଘ୍ର ସରକାରୀ ଚାକିରୀ ମିଳିଯାଇଥାଏ। ତେବେ ଜାଣନ୍ତୁ କେଉଁ ଗ୍ରହ ସହ ସରକାରୀ ଚାକିରିର ସମ୍ବନ୍ଧ ରହିଥାଏ। ସରକାରୀ କିମ୍ବା ପ୍ରାଇଭେଟ୍ ଚାକିରି ହେଉ ଏହି କ୍ଷେତ୍ରରେ ନିଯୁକ୍ତି ପାଇଁ ଭଗବାନ ଶନିଙ୍କର ମୁଖ୍ୟ ଭୁମିକା ରହିଥାଏ। କାରଣ ଶନିଙ୍କୁ ଚାକିରିର କାରକ କୁହାଯାଇଥାଏ, ଏହି କାରଣରୁ ପତ୍ରିକାରେ ଶନିଙ୍କ ଅବସ୍ଥିତି ମଜବୁତ୍ ହେବା ଆବଶ୍ୟକ। ସେହିପରି ଯଦି ଆପଣଙ୍କ ଜନ୍ମ କୁଣ୍ଡଳିରେ ପଞ୍ଚ ମହାପୁରୁଷ ଯୋଗ ମଧ୍ୟରୁ କୌଣସି ଗୋଟିଏ ଯୋଗ ବିଦ୍ୟମାନ ହୋଇଥାଏ, ତେବେ ସରକାରୀ ଚାକିରି ସହଜରେ ମିଳିଥାଏ।

ଜାଣନ୍ତୁ କେଉଁ ଗ୍ରହ ସରକାରୀ ଚାକିରିରେ ବିଘ୍ନ ସୃଷ୍ଟି କରିଥାଏ:

କୁଣ୍ଡଳିରେ ସୂର୍ଯ୍ୟ, ଚନ୍ଦ୍ର ବା କେତୁଙ୍କର ଗ୍ରହଣ ଯୋଗ ରହିଥିଲେ ଏବଂ ବୃହସ୍ପତିଙ୍କ ସ୍ଥିତି ମଜବୁତ୍ ଅବସ୍ଥାରେ ଥିଲେ ମଧ୍ୟ ସହଜରେ ସରକାରୀ ଚାକିରି ହୋଇନଥାଏ।

Jobସରକାରୀ ଚାକିରିପାଇବା ପାଇଁ ସରଳ ଉପାୟ:

-ସକାଳୁ ଜଲଦି ଉଠି ଭଗବାନ ସୂର୍ଯ୍ୟ ନାରାୟଣଙ୍କୁ ତମ୍ବା ପାତ୍ରରେ ଜଳ ଏବଂ ଗୁଡ ମିଶାଇ ଅର୍ଘ୍ୟ ଅର୍ପଣ କରନ୍ତୁ।

-ନାରଙ୍ଗୀ ଏବଂ ନାଲି ରଙ୍ଗ ଅଧିକ ବ୍ୟବହାର କରନ୍ତୁ।

-ରବିବାର ଦିନ ତମ୍ବା ପାତ୍ର, ଗୁଡ ଏବଂ ନାଲି ବସ୍ତ୍ର ଦାନ କରନ୍ତୁ।

-ପ୍ରତ୍ୟେକ ଦିନ ମାତା, ପିତାଙ୍କୁ ପ୍ରଣାମ କରନ୍ତୁ।

-ନାଲି ଚନ୍ଦନରେ ଭୁଜ ପତ୍ର ଉପରେ ତିନିଥର ଗାୟତ୍ରୀ ମନ୍ତ୍ରୀ ଲେଖି ନିଜ ପାଖରେ ରଖନ୍ତୁ।

-ଏହା ବ୍ୟତୀତ ନାଲି ଚନ୍ଦନ ମାଳିରେ ସୂର୍ଯ୍ୟଙ୍କ ସାମ୍ନାରେ ଗାହତ୍ରୀ ମନ୍ତ୍ର ଜପ କରନ୍ତୁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button