ଦେଶ ବିଦେଶ
ବେଙ୍ଗାଳୁରୁ: ଏନ.ଆର.ସି ଓ ସିଏଏ ବିରୋଧୀ ରାଲିର ଷ୍ଟେଜ୍ ଉପରୁ ଯୁବତୀ କହିଲେ ପାକିସ୍ତାନ ଜିନ୍ଦାବାଦ୍, ବୁଦ୍ଧିଜୀବୀ କଲେ ନିନ୍ଦା

ବେଙ୍ଗାଲୁରୁରେ ଚାଲିଥିବା ସିଏଏ ଓ ଏନଆରସି ବିରୋଧୀ ରାଲିରେ ଶୁଭିଲା ପାକିସ୍ତାନ ଜିନ୍ଦାବାଦ। AIMIM ମୁଖ୍ୟ ଆଶାଦୁଦ୍ଦୀନ ଓୱାସୀଙ୍କ ଉପସ୍ଥିତିରେ ଜଣେ ଯୁବତୀ ଷ୍ଟେଜକୁ ଚଢି ପକିସ୍ତାନ ଜିନ୍ଦାବଦ୍ ବୋଲି ନାରା ଦେଇଥିଲେ। ଅବଶ୍ୟ ତାଙ୍କଠାରୁ ମାଇକ ଛଡାଇ ନେବାକୁ ସେଠାରେ ଉପସ୍ଥିତ ଥିବା କର୍ମୀମାନେ ଚେଷ୍ଟା କରିଥିଲେ କିନ୍ତୁ ଯୁବତୀ ଜଣକ ବାରମ୍ବାର ପାକିସ୍ତାନ ଜିନ୍ଦାବାଦ କହି ପରେ ହିନ୍ଦୁସ୍ତାନ ଜିନ୍ଦାବଦ୍ ବୋଲି କହିଥିଲେ। ପରେ ମହିଳା ପୋଲିସ ଆସି ଯୁବତୀଙ୍କୁ କାବୁ କରି ଥାନାକୁ ନେଇଥିବାର ଜଣା ପଡିଛି । ତେବେ ଯୁବତୀ ଜଣକ କାହିଁକି ଏତେ ଲୋକଙ୍କ ଆଗରେ ଏଭଳି ଦୁଃସାହସୀକ କାମ କଲେ ତାହାକୁ ନେଇ ଅନେକ ପ୍ରଶ୍ନ ଉଠାଇଛନ୍ତି। ଯୁବତୀ ଜଣକ ଯେତିକି ସମୟ ଭାଷଣ ଦେଉଥିଲେ ସେତିକି ସମୟ ଲୋକମାନେ ହୋ ହାଲ୍ଲାରେ ସମଗ୍ର ପରିବେଶ ପ୍ରକମ୍ପିତ କରିପକାଉଥିଲେ। ଏହି ଘଟଣା ପରେ AIMIM ପକ୍ଷରୁ ଯୁବତୀଙ୍କ କାର୍ଯ୍ୟକୁ ନେଇ ନିନ୍ଦା କରାଯାଇଛି।



